Advertisement
Article Detail0/zeeodisha/odisha775268
Zee OdishaOdisha Art and Cultureଗାଁରେ ଅଳିଆ ପକାଇ ଅଡୁଆରେ କରଣ ଜୋହର

ଗାଁରେ ଅଳିଆ ପକାଇ ଅଡୁଆରେ କରଣ ଜୋହର

ପୁଣି ଅଡୁଆରେ ଧର୍ମା ପ୍ରଡକ୍ସନ ମାଲିକ ତଥା ପ୍ରଡ୍ୟୁସର, ଡାଇରେକ୍ଟର କରଣ ଜୋହର। ଗାଁରେ ଅଳିଆ ପକାଇଥିବାରୁ ଧମା ମାଗିବାକୁ ଗୋଆ ସରକାର କହିଛନ୍ତି।

ଫାଇଲ ଫଟୋ
ଫାଇଲ ଫଟୋ

ପାନାଜୀ: ବୁଧବାର ଗୋଆ ସରକାର କରଣ ଜୋହରଙ୍କୁ କ୍ଷମା ମାଗିବାକୁ ଏବଂ ତାଙ୍କ କମ୍ପାନୀ ଉପରେ ଜୋରିମାନା ଲଗାଇକୁ କହିଛନ୍ତି। ନିକଟରେ ଗୋଆର ଏକ ଗାଁରେ କରଣ ଜୋହର ଫିଲ୍ମର ସୁଟିଂ ବେଳେ ସେଇଠି ଅଳିଆ ପକାଇଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ପରେ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଗୋଆର ଏକ ଗାଁରେ ଦୀପିକା ପାଦୁକୋନଙ୍କ ଆଗାମୀ ଫିଲ୍ମର ସୁଟିଂ ଶେଷ ହୋଇଛି। ତେବେ ସୁଟିଂ ପରେ କ୍ରିୟୁ ସେମାନଙ୍କ ବର୍ଯ୍ୟବସ୍ତୁ ବା ଅଳିଆ ଆବର୍ଜନାଙ୍କୁ ସେଠାରେ ହିଁ ଛାଡି ଚାଲିଯାଇଥିଲେ। ଯାହାର ଏକ ଭିଡିଓ କରି ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ।

ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୁଡରେ ଆସିଛି ଗୋଆ ସରକାର। ବର୍ଜ୍ୟବସ୍ତୁ ପରିଚାଳନା ମନ୍ତ୍ରୀ ମାଇକେଲ ଲୋବୋ ବୁଧବାର ଧର୍ମା ପ୍ରଡକ୍ସନକୁ ଏକ ନୋଟିସ ଜାରିକରିଛନ୍ତି। ଟିମ ଅଳିଆ ପକାଇ ଗାଁକୁ ଅସନା କରିଥିବାରୁ କରଣ ଜୋହର ସୋସିଆଲ ମିଡିଆରେ ଗ୍ରାମବାସୀଙ୍କ କ୍ଷମା ମାଗନ୍ତୁ। ଅଳିଆ ପାଇଁ ତାଙ୍କୁ ଜୋରିମାନା ବି ଲାଗିପାରେ ବୋଲି ସେ କହିଛନ୍ତି। 

Add Zee News as a Preferred Source

ଗୋଆ ମନୋରଞ୍ଜନ ସୋସାଇଟି ମଧ୍ୟ ଧର୍ମା ପ୍ରଡକ୍ସନ୍ସକୁ ଏକ ନୋଟିସ୍ ପଠାଇ ହାରଜ ହେବାକୁ ନିର୍ଦ୍ଦେଶ ଦେଇଛି। ସେପଟେ କଙ୍ଗନା ରାନାୱତ ଟ୍ୱିଟ୍ କରି କହିଛନ୍ତି, "ଫିଲ୍ମ ଇଣ୍ଡଷ୍ଟ୍ରି କେବଳ ଦେଶର ସଂସ୍କୃତି ଏବଂ ନୈତିକତା ପାଇଁ ଜୀବାଣୁ ନୁହେଁ, ବରଂ ବର୍ତ୍ତମାନ ଏହି ଶିଳ୍ପ ପରିବେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପଡିଛି। 

 

 

 

 

 

About the Author