ଘରେ ରଖନ୍ତୁ କଇଁଛର ନକଲ, ଉଠାନ୍ତୁ ଏହି ଫାଇଦା...
Trending Photos
)
ନୂଆଦିଲ୍ଲୀ: ଜୀବନ ଏବଂ ମୃତ୍ୟୁ ଈଶ୍ୱରଙ୍କ ହାତରେ ଅଛି। କିନ୍ତୁ ଶରୀର ଯେତିକି ସୁସ୍ଥ ରହିବ, ମନ ସେତିକି ପ୍ରଫୁଲ୍ଲ ରହିବ। ସେପଟେ ପ୍ରଦୂଷିତ ପରିବେଶ ମଧ୍ୟରେ କେତେବେଳେ ଶରୀରକୁ ରୋଗାଗ୍ରସ୍ତ କରିବ ସେନେଇ କିଛି ବି କହି ହେବନାହିଁ । ରୋଗରୁ ଦୁରେଇ ରହିବ ପାଇଁ ଏକ ଶୃଙ୍ଖଳିତ ଜୀବନର ଆବଶ୍ୟକତା ମଧ୍ୟ ରହିଛି। ତେବେ ଏହା ସହିତ ସୁନ୍ଦର ଜୀବନ ପାଇଁ କିଛି ବାସ୍ତୁର ମଧ୍ୟ ଆବଶ୍ୟକତା ରହିଛି।
ତେବେ ଶୃଙ୍ଖଳିତ ଜୀବନ ପାଇଁ ବାସ୍ତୁର ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ରହିଛି। ଘରେ ଫେଙ୍ଗସୁଇ କଇଁଛର ରଖିଲେ ଖୁସି ଓ ଧନ୍ୟଧାନ୍ୟରେ ପରିବର୍ତ୍ତନ ଆସିଥାଏ। ଘରେ ଏହାକୁ ରଖିଲେ ପରିବାରର ସଦସ୍ୟଙ୍କ ଆୟୁଷ ମଧ୍ୟ ବଢିଥାଏ ବୋଲି ଜଣାପଡ଼ିଛି। ଏପରିକି ପରିବାର ମଧ୍ୟରେ ସକରାତ୍ମକ ମନୋଭାବ ତଥା ପରିବେଶ ମଧ୍ୟ ସୃଷ୍ଟି ହୋଇଥାଏ। ଯଦି ପରିବାର ମଧ୍ୟରୁ କେହି ଅସୁସ୍ଥ ହୋଇ ପଡ଼ନ୍ତି ତେବେ ଏହି କଇଁଛ ରଖିଲେ ଖୁବ ଶୀଘ୍ର ସୁସ୍ଥ ହୋଇଥାନ୍ତି।
ଘର ନିକଟରେ ବାଉଁଶ ଗଛର ଚାରା ମଧ୍ୟ ଲଗାନ୍ତୁ। ଏପରିକି ପରିବାରର ସମସ୍ତ ସଦସ୍ୟଙ୍କର ଏକ ଫଟୋଚିତ୍ରକୁ ବାଉଁଶ କାଠର ଫ୍ରେମରେ ବନ୍ଧେଇ କରି ଘରର ପୂର୍ବ ଦିଗରେ ଥିବା କାନ୍ଥରେ ଲଗାନ୍ତୁ। ଏପରି କରିବା ଦ୍ୱାରା ଘରର ପରିବାର ସଦସ୍ୟଙ୍କ ମଧ୍ୟରେ ଭଲପାଇବା ବଢିଥାଏ। ଘରୁ ନକାରାତ୍ମକ ଶକ୍ତି ହଟାଇବା ପାଇଁ ପୂର୍ବ ଦିଗରେ ଏକ ଛୋଟ ପାତ୍ରରେ ଲୁଣ ଭରନ୍ତୁ । ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ କ୍ଷୀରକୁ ପାଣିରେ ମିଶାଇ ଗାଧୋଇବା ବୟସ ବଢାଇଥାଏ ଏବଂ ପାଣିରେ ଦହି ମିଶାଇ ଗାଧୋଇବା ଦ୍ୱାରା ସମ୍ପତ୍ତି ବଢିଥାଏ ।