ବିରାଟ-BCCI ବିବାଦକୁ ନେଇ Gautam Gambhirଙ୍କ ବଡ଼ ବୟାନ
Advertisement

ବିରାଟ-BCCI ବିବାଦକୁ ନେଇ Gautam Gambhirଙ୍କ ବଡ଼ ବୟାନ

ଲଗାତାର ଟିମ ଇଣ୍ଡିଆର ନେତୃତ୍ୱରୁ କୋହଲି ବାହାରିବା ପଛରେ ବିସିସିଆଇର କୂଟନୀତି ଥିବା କୁହାଯାଉଥିଲା। କିନ୍ତୁ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କହିଛନ୍ତି, "ମୁଁ ଭାବୁଛି ଏହା ବନ୍ଦ ଦ୍ୱାର ପଛରେ ମଧ୍ୟ ସମାଧାନ ହୋଇ ପାରିଥାନ୍ତା। ଏହା ଏକ ଆଭ୍ୟନ୍ତରୀଣ ଯୁଦ୍ଧ ଥିଲା।

ଫାଇଲ ଫଟୋ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଭାରତ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (BCCI) ଏବଂ ବିରାଟ କୋହଲିଙ୍କ ମଧ୍ୟରେ ଚାଲିଥିବା ମତଭେଦକୁ ନେଇ ଏକ ରାୟ ଦେଇଛନ୍ତି। ଲକ୍ଷ୍ନୌ ସୁପର ଜଏଣ୍ଟସ୍ ମେଣ୍ଟର ଅନୁଭବ କରନ୍ତି ଯେ, ଏହି ମାମଲା ସର୍ବସାଧାରଣ ଡୋମେନରେ ଆସିବା ଉଚିତ ନୁହେଁ ଏବଂ ବନ୍ଦ ଦ୍ୱାର ପଛରେ ସମାଧାନ ହୋଇଥାନ୍ତା।

ଭାରତୀୟ କ୍ରିକେଟ୍ (Team India) ଏବେ ରୋଲର୍-କୋଷ୍ଟର୍ ସମୟ ମଧ୍ୟ ଦେଇ ଗତି କରୁଛି। ବିରାଟ କୋହଲି (Virat Kohli) ୨୦୨୧ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ଶେଷ ହେବା ପରେ ସେପ୍ଟେମ୍ବରରେ ଟି-୨୦ ଅଧିନାୟକତ୍ୱ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ଦିନିକିଆ ଓ ଟି-୨୦ ଟିମ ପରିଚାଳନ କାର୍ଯ୍ୟଭାରକୁ କାରଣ ବୋଲି କହିଥିଲେ। ତେବେ ବିସିସିଆଇ ତାଙ୍କୁ ଦିନିକିଆ ଅଧିନାୟକତ୍ୱରୁ ବରଖାସ୍ତ କରିବା ସହ ରୋହିତ ଶର୍ମାଙ୍କୁ ଉଭୟ ଦିନିକିଆ ଏବଂ ଟି-୨୦ କ୍ରିକେଟର ନେତୃତ୍ୱ ଦେବାକୁ ନିଷ୍ପତ୍ତି ନେଇଛି।

Also Read: ଭାରତର ଏହି ୯ଟି ଘାତକ କମାଣ୍ଡୋ ଫୋର୍ସ, ଯେଉଁମାନଙ୍କ ନାଁ ଶୁଣିବା ମାତ୍ରେ ଶତ୍ରୁ ଛାତିରେ ଛନକା ପଶେ

ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ପ୍ରକାଶ କରିଛନ୍ତି ଯେ, ସେ ବ୍ୟକ୍ତିଗତ ଭାବେ କୋହଲିଙ୍କୁ ଟି-୨୦ ଅଧିନାୟକତ୍ୱ ନ ଦେବାକୁ ଅନୁରୋଧ କରିଛନ୍ତି କିନ୍ତୁ ଚୟନକର୍ତ୍ତାମାନେ ହ୍ୱାଇଟ-ବଲ୍ କ୍ରିକେଟରେ ଜଣେ ଅଧିନାୟକ ଚାହୁଁଛନ୍ତି। ତେଣୁ ତାଙ୍କୁ ତାଙ୍କୁ ଦିନିକିଆ ଅଧିନାୟକତ୍ୱରୁ ହଟାଯାଇଛି। କିନ୍ତୁ ଏକ ସାମ୍ବାଦିକ ସମ୍ମିଳନୀରେ କୋହଲି ଏହି କଥାକୁ ଅସ୍ୱୀକାର କରିଥିଲେ। ଦକ୍ଷିଣ ଆଫ୍ରିକାରେ ଭାରତର ସିରିଜ୍ ପରାଜୟ ପରେ ଗତ ମାସରେ କୋହଲି ଭାରତର ଟେଷ୍ଟ ଅଧିନାୟକ ପଦ ମଧ୍ୟ ଛାଡିଥିଲେ।

ଲଗାତାର ଟିମ ଇଣ୍ଡିଆର ନେତୃତ୍ୱରୁ କୋହଲି ବାହାରିବା ପଛରେ ବିସିସିଆଇର କୂଟନୀତି ଥିବା କୁହାଯାଉଥିଲା। କିନ୍ତୁ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କହିଛନ୍ତି, "ମୁଁ ଭାବୁଛି ଏହା ବନ୍ଦ ଦ୍ୱାର ପଛରେ ମଧ୍ୟ ସମାଧାନ ହୋଇ ପାରିଥାନ୍ତା। ଏହା ଏକ ଆଭ୍ୟନ୍ତରୀଣ ଯୁଦ୍ଧ ଥିଲା। ଅନେକ ନ୍ୟୁଜ୍ ଚ୍ୟାନେଲ ପାଇଁ ଏହା ଏକ ମହାନ ଟିଆରପିର ପ୍ରସଙ୍ଗ ଥିଲା। କିନ୍ତୁ ଯଦି ଆପଣ ଏହାର ଗଭୀରତାକୁ ଯାଆନ୍ତି, ଏହି ସମସ୍ୟାର ସହଜରେ ସମାଧାନ ହୋଇପାରିବ। ଏହା ଏକ ବଡ଼ ପ୍ରସଙ୍ଗ ନୁହେଁ।"

Also Read: ସୋସିଆଲ ମିଡିଆ ସେନସେସନ୍ ହିନ୍ଦୁସ୍ତାନୀ ଭାଉ ଗିରଫ, ଜାଣନ୍ତୁ କାରଣ...

ଗୌତମ ଗମ୍ଭୀର (Gautam Gambhir) ପୁଣି କହିଛନ୍ତି, "ସତ କହିବାକୁ ଗଲେ, ମୁଁ କୌଣସି ବିବାଦ ଦେଖୁ ନାହିଁ ଯାହା ସୃଷ୍ଟି ହୋଇଛି। ଅଧିନାୟକତ୍ୱ ବିଷୟରେ କହିବାକୁ ଗଲେ ମୁଁ ଭାବୁଛି ବିରାଟ ରେଡ-ବଲ ଅଧିନାୟକ ପଦଛାଡିବାର ନଥିଲା। ଆଉ ଯଦି ଜଣେ ଟି-୨୦ ଅଧିନାୟକତ୍ୱ ଛାଡିଦିଅନ୍ତି ତେବେ ନିଶ୍ଚିତ ଭାବେ ଦିନିକିଆରୁ ମଧ୍ୟ ବାହାରିବାକୁ ପଡିବ। ବିସିସିଆଇ ଏବଂ ଚୟନକର୍ତ୍ତାମାନେ ହ୍ୱାଇଟ-ବଲ୍ ଦୃଷ୍ଟିକୋଣରୁ ଠିକ୍ ଥିଲେ। କିନ୍ତୁ ଟେଷ୍ଟ ଅଧିନାୟକତ୍ୱରୁ ଇସ୍ତଫା ଦେବା ବିରାଟଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ଥିଲା, ଯାହା ସେ ଜାରି ରଖିପାରିଥାନ୍ତେ।" 

ସୂଚନାଯୋଗ୍ୟ, ୨୦୨୧ ଆଇସିସି ଟି-୨୦ ବିଶ୍ୱକପ ପରେ କୋହଲି ୨୦-୨୦ ଆନ୍ତର୍ଜାତୀୟ (T20I) ଅଧିନାୟକତ୍ୱରୁ ଓହରି ଯାଇଥିଲେ। ଯେଉଁଠାରେ ସୁପର ୧୨ ପର୍ଯ୍ୟାୟରୁ ଭାରତ ବାଦ ପଡିଥିଲା। ଏହା ପରେ ବିସିସିଆଇ ତାଙ୍କୁ ଦିନିକିଆ ନେତୃତ୍ୱରୁ ବିଦା କରି ସୀମିତ ଓଭରରେ ରୋହିତ ଶର୍ମାଙ୍କ ସ୍ଥାନ ଦେଇଥିଲା। କିନ୍ତୁ ଟେଷ୍ଟରେ କୋହଲି ଲିଡ୍ କରୁଥିଲେ। ଆଉ ଦକ୍ଷିଣ ଆଫ୍ରିକାରେ ସିରିଜ୍ ଜିତିବାରେ ବିଫଳତା ତାଙ୍କୁ ସେହି ଭୂମିକା ଛାଡିବାକୁ ବାଧ୍ୟ କରିଥିଲା।

Also Read: Union Budget 2022 : ପାକିସ୍ତାନର ପେଟ ପୁରାଇବ ଭାରତ! ବଢ଼ିଲା ବିଦେଶୀ ଅନୁକମ୍ପା, ଜାଣନ୍ତୁ କେଉଁ ଦେଶରେ ଖର୍ଚ୍ଚ ହେବ କେତେ ଟଙ୍କା?

ଦୀର୍ଘ ସାତ ବର୍ଷ ପରେ କୋହଲି ଗତ ମାସରେ କେ.ଏଲ୍ ରାହୁଲଙ୍କ ଅଧିନାୟକତ୍ୱରେ ଜଣେ ସାଧାରଣ ଖେଳାଳି ଭାବରେ ଦିନିକିଆ ସିରିଜ୍ ଖେଳିଥିଲେ। ଯଦିଓ ସେ ଜଣେ ଖେଳାଳି ଭାବରେ ସଫଳ ହୋଇଥିଲେ କିନ୍ତୁ ଦଳ ସଫଳତାର ସ୍ୱାଦ ଚାଖିବାରେ ବିଫଳ ହୋଇଥିଲା। ଏହି ସମୟରେ, ସେ ରବିବାର ଠାରୁ ଇଣ୍ଡିଜ୍ ବିପକ୍ଷ ଆଗାମୀ ଟି-ଟ୍ୱେଣ୍ଟି ଏବଂ ଦିନିକିଆ ସିରିଜରେ ରୋହିତଙ୍କ ଅଧୀନରେ ପ୍ରଥମ ଥର ଖେଳିବେ।