ତାପସୀ ପନ୍ନୁ ଓ ଅନୁରାଗ କଶ୍ୟପଙ୍କ ଘରେ IT ରେଡ୍
Advertisement
Article Detail0/zeeodisha/odisha858987

ତାପସୀ ପନ୍ନୁ ଓ ଅନୁରାଗ କଶ୍ୟପଙ୍କ ଘରେ IT ରେଡ୍

ମିଡିଆ ରିପୋର୍ଟ ଅନୁସାରେ, ଏହି ରେଡ ଫ୍ୟାଣ୍ଟମ ଫିଲ୍ମସ ବ୍ୟାନର (Phantom Films Banner) ସମ୍ବନ୍ଧୀୟ କରାଯାଇଥିବା ବେଳେ, ଅନ୍ୟପଟେ ଆୟକର ଚୋରି କରାଯାଇଥିବା ଅଭିଯୋଗ ମଧ୍ୟ ରହିଛି ।

ତାପସୀ ପନ୍ନୁ ଓ ଅନୁରାଗ କଶ୍ୟପଙ୍କ ଘରେ IT ରେଡ୍

ନୂଆଦିଲ୍ଲୀ: ଆକ୍ସନମୁଡରେ ଏବେ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ । ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଘରେ ଆୟକର ବିଭାଗ ରେଡ କରିଥିବା ଜଣାପଡ଼ିଛି । ତାଙ୍କ ଛଡ଼ା ପ୍ରତିଷ୍ଠିତ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଓ ବିକାଶ ବହଲଙ୍କ ଘରେ ଆୟକର ବିଭାଗ ଚଢାଉ କରିଥିବା ଜଣାପଡ଼ିଛି । ମିଡିଆ ରିପୋର୍ଟ ଅନୁସାରେ, ଏହି ରେଡ ଫ୍ୟାଣ୍ଟମ ଫିଲ୍ମସ ବ୍ୟାନର (Phantom Films Banner) ସମ୍ବନ୍ଧୀୟ କରାଯାଇଥିବା ବେଳେ, ଅନ୍ୟପଟେ ଆୟକର ଚୋରି କରାଯାଇଥିବା ଅଭିଯୋଗ ମଧ୍ୟ ରହିଛି ।

ଏହି ତିନି ବଲିଉଡ (Bollywood) ହସ୍ତୀଙ୍କ ଘର ସହ ଅଫିସରେ ମଧ୍ୟ ଚଢାଉ ଜାରି ରହିଛି । ରିପୋର୍ଟ ଅନୁସାରେ, ଆୟକର ଚୋରି ଅଭିଯୋଗରେ ବଲିଉଡର ଅନ୍ୟ କିଛି ବଡ଼ ବଡ଼ ହସ୍ତୀଙ୍କ ନାଁ ସାମ୍ନାକୁ ଆସିଥିବା ବେଳେ କିଛି ଜଣଙ୍କ ଘରେ ମଧ୍ୟ ରେଡ କରାଯାଇଥିବା ସୂଚନା ରହିଛି । ଆୟକର ବିଭାଗ ଟିମର ଜଣେ ଅଧିକାରୀଙ୍କ କହିବା କଥା, ବଲିଉଡର ଅନ୍ୟ କିଛି ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ ମଧ୍ୟ IT ସ୍କାନରରେ ରହିଥିବା ଜଣାପଡ଼ିଛି ।

Also Read: ଜଳୁଛି ଶିମିଳିପାଳ, ନିଆଁ ଲଗାଇଲା କିଏ ?

ଫିଲ୍ମ ପ୍ରଯୋଜକ ମଧୁ ମନଣ୍ଟେନା ଓ ନିର୍ଦ୍ଦେଶକ ବିକାଶ ବହଲ ମଧ୍ୟ IT ସ୍କାନରରେ ଥିବା ଜଣାପଡ଼ିଛି । ରିପୋର୍ଟ ଅନୁସାରେ, ଏହି ରେଡ ଆୟକର ଚୋରି ଓ ଫାଙ୍କିବା ଉଦ୍ଦେଶ୍ୟରେ କରାଯାଇଛି । ମୁମ୍ବାଇ, ପୁଣେ ଅଲଗା ଅଲଗା ସ୍ଥାନର ପାଖାପାଖି ୨୦ ଟି ସ୍ଥାନରେ ଏହି IT ବିଭାଗ ଚଢାଉ ଜାରି ରଖିଥିବା ଜଣାପଡ଼ିଛି । 

;