ବିରାଟ କୋହଲିଙ୍କ ସେନା ଦିନିକିଆ ସିରିଜ୍କୁ ୨-୧ରେ କବଜା କରିଛି। ସାମ କୁରାନ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ଓ ଜନୀ ବେରଷ୍ଟୋ ସିରିଜର ଶ୍ରେଷ୍ଠ ଖେଳାଳି ଘୋଷିତ ହୋଇଛନ୍ତି।
Trending Photos
)
ପୁଣେ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚରେ ଟିମ୍ ଇଣ୍ଡିଆ ଭ୍ରମଣକାରୀ ଇଂଲଣ୍ଡକୁ ୭ ରନରେ ପରାସ୍ତ କରିଛି। ଏହା ସହ ବିରାଟ କୋହଲିଙ୍କ ସେନା ଦିନିକିଆ ସିରିଜ୍କୁ ୨-୧ରେ କବଜା କରିଛି। ସାମ କୁରାନ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ଓ ଜନୀ ବେରଷ୍ଟୋ ସିରିଜର ଶ୍ରେଷ୍ଠ ଖେଳାଳି ଘୋଷିତ ହୋଇଛନ୍ତି।
ଇଂଲଣ୍ଡ (England) ଦଳ ୯ ୱିକେଟ ହରାଇ ୫୦ ଓଭରରେ ୩୨୨ ରନ୍ କରିବାରେ ସକ୍ଷମ ହୋଇଥିଲା। ଭ୍ରମଣକାରୀ ଦଳ ପକ୍ଷରୁ ସାମ କୁରାନ୍ (Sam Curran) ସର୍ବାଧିକ ୯୫, ଡେଭିଡ ମାଲାନ ୫୦, ଲିଆମ ଲିଭିଙ୍ଗଷ୍ଟୋନ ୩୬ ଓ ବେନ ଷ୍ଟୋକ୍ସ (Ben Stoke) ୩୫ ରନ କରିଥିଲେ। ଟିମ ଇଣ୍ଡିଆର ଶାର୍ଦ୍ଦୁଲ ଠାକୁର (Shardul Thakur) ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ। ସେହିପରି ଭୁବନେଶ୍ୱର କୁମାର (Bhubaneswar Kumar) ୩ଟି ଓ ଟି ନାଟରାଜନ୍ ଗୋଟିଏ ଶିକାର କରିଛନ୍ତି।
Also Read: INDvsENG Decider ODI : ରୋହିତ-ଧୱନ ଯୋଡି ରଚିଲେ ନୂଆ ଇତିହାସ
ଇଂଲଣ୍ଡ ୧୬୮ ପାଇଁ ୬ଟି ୱିକେଟ ହରାଇଥିଲା। ଆଉ ଏହି ସମୟରେ ସାମ କୁରାନ୍ ବ୍ୟାଟିଂ କରିବାକୁ ଆସିଥିଲେ। ସେତେବେଳେ ଲାଗୁଥିଲା ଯେ ଟିମ୍ ଇଣ୍ଡିଆ (Team India)ଏହି ମ୍ୟାଚ୍କୁ ସହଜରେ ଜିତିବ। କିନ୍ତୁ ସାମ ୮୩ଟି ବଲରେ ୯୫ ରନର ଇନିଂସ ଖେଳି ଭାରତୀୟ ପ୍ରଶଂସକ (Team India Fans) ଙ୍କୁ ଚିନ୍ତାରେ ପକାଇଥିଲେ। ସେ ଶେଷ ପର୍ଯ୍ୟନ୍ତ ପିଚରେ ଅଟକିଥିଲେ ମଧ୍ୟ ଇଂଲଣ୍ଡ ଜିତିପାରିନଥିଲେ।
ଟସ ଜିତି ଇଂଲଣ୍ଡ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯାହା ଦଳକୁ ଭାରି ପଡିଛି। ପ୍ରଥମେ ବ୍ୟାଟିଂ କରି ବିରାଟ ବାହିନୀ ୪୮.୨ ଓଭରରେ ୩୨୯ ରନ୍ କରି ଅଲ୍ ଆଉଟ୍ ହୋଇଥିଲା। ଶିଖର ଧୱନ (Shikhar Dhawan) , ଋଷଭ ପନ୍ତ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କ ଅର୍ଦ୍ଧ ଶତକ ଭାରତୀୟ ଦଳକୁ ଏତେ ବଡ଼ ସ୍କୋରରେ ପହଞ୍ଚିବାରେ ସାହାଯ୍ୟ କରିଥିଲା।
Also Read: ନପୁଂସକ କରୁଛି ପ୍ରଦୂଷଣ! ଛୋଟ ହେଉଛି ପୁରୁଷଙ୍କ ଯୌନାଙ୍ଗ
ଭାରତ ଗସ୍ତରେ ଆସିଥିବା ଇଂଲଣ୍ଡ ଦଳକୁ ନିରାଶ ହେବାକୁ ପଡିଛି। କାରଣ ବିରାଟ କୋହଲି (Virat Kohli) ଙ୍କ ସୈନ୍ୟ ସମସ୍ତ ତିନିଟି ଆନ୍ତର୍ଜାତୀୟ ଫର୍ମାଟର ସିରିଜ୍ କବଜା କରିଛନ୍ତି। ଟିମ୍ ଇଣ୍ଡିଆ ଟେଷ୍ଟ ସିରିଜ୍ ୩-୧, T-20 ସିରିଜ୍ ୩-୨ ଏବଂ ଦିନିକିଆ ସିରିଜକୁ ୨-୧ରେ ଜିତିଛି।