IND vs SL ସିରିଜ ଉପରେ ବି କୋରୋନାର କଳା ବାଦଲ, ହୋଇପାରେ ଏହି ବଡ ପରିବର୍ତ୍ତନ
Advertisement

IND vs SL ସିରିଜ ଉପରେ ବି କୋରୋନାର କଳା ବାଦଲ, ହୋଇପାରେ ଏହି ବଡ ପରିବର୍ତ୍ତନ

ଶ୍ରୀଲଙ୍କାରେ ମଙ୍ଗଳବାର କେବଳ ୨୫୬୮ଟି କୋରନା ମାମଲା ରେକର୍ଡ ରହୋଇଛି। ସରକାରୀ ଆକଳନ ଅନୁଯାୟୀ, ସେଥି ମଧ୍ୟରୁ ୩୮ଟି ମାମଲା ବିଦେଶରୁ ଆସିଛି। ତେବେ ଏହି କୋରୋନା ସଙ୍କଟକୁ ଦେଖି ସିରିଜରେ କିଛି ପରିବର୍ତ୍ତନ କରାଯାଇପାରେ ବୋଲି ସୂତ୍ରରୁ ସୂଚନା ମିଳିଛି।

ପ୍ରତିକାତ୍ମକ ଫଟୋ

କଲମ୍ବୋ: ସୀମିତ ଓଭର ସିରିଜ୍ ପାଇଁ ଚଳିତବର୍ଷ ଜୁଲାଇରେ ଭାରତକୁ ଶ୍ରୀଲଙ୍କା ଗସ୍ତ କରିବାକୁ ପଡିବ। କିନ୍ତୁ ଶ୍ରୀଲଙ୍କାରେ ବଢୁଥିବା କୋରୋନା ମାମଲା ଭାରତୀୟ କ୍ରିକେଟ୍ ବୋର୍ଡକୁ ଦ୍ୱନ୍ଦରେ ପକାଇଛି। ଶ୍ରୀଲଙ୍କାରେ ମଙ୍ଗଳବାର କେବଳ ୨୫୬୮ଟି କୋରନା ମାମଲା ରେକର୍ଡ ରହୋଇଛି। ସରକାରୀ ଆକଳନ ଅନୁଯାୟୀ, ସେଥି ମଧ୍ୟରୁ ୩୮ଟି ମାମଲା ବିଦେଶରୁ ଆସିଛି। ତେବେ ଏହି କୋରୋନା ସଙ୍କଟକୁ ଦେଖି ସିରିଜରେ କିଛି ପରିବର୍ତ୍ତନ କରାଯାଇପାରେ ବୋଲି ସୂତ୍ରରୁ ସୂଚନା ମିଳିଛି।

ଶ୍ରୀଲଙ୍କାରେ କୋରୋନା ମାମଲା ବୃଦ୍ଧି ହେତୁ ଭାରତର କଲମ୍ବୋ ଗସ୍ତକୁ ନେଇ ଆଶଙ୍କା ଦେଖାଦେଇଛି। ଶ୍ରୀଲଙ୍କା କ୍ରିକେଟ୍ (SLC)ର ପ୍ରଶାସନିକ କମିଟିର ଅଧ୍ୟକ୍ଷ ଅର୍ଜୁନ ଡି’ସିଲଭା କହିଛନ୍ତି ଯେ, ପୁରା ସିରିଜ୍ ଗୋଟିଏ ସ୍ଥାନରେ ଖେଳିବା ପାଇଁ ଆମର ଯୋଜନା ଅଛି। ବର୍ତ୍ତମାନ ନିଷ୍ପତ୍ତି ନିଆଯାଇଛି ଯେ ଆର ପ୍ରେମଦାସା ଷ୍ଟାଡିୟମ୍ ଏହି ମ୍ୟାଚ୍ ଆୟୋଜନ କରିବ। ଅବଶ୍ୟ ଏହା ମଧ୍ୟ ସେହି ସମୟର ପରିସ୍ଥିତି ଉପରେ ନିର୍ଭର କରେ। କୋରୋନା ହେତୁ ଆମେ ପ୍ରଶଂସକମାନଙ୍କୁ ଷ୍ଟାଡିୟମରେ ପ୍ରବେଶ କରିବାକୁ ଅନୁମତି ଦେଇ ପାରିବୁ ନାହିଁ, ତେଣୁ ସମସ୍ତ ମ୍ୟାଚ୍ ବିନା ଦର୍ଶକରେ ଖେଳାଯିବ।

Also Read: ରେଖା-ଇମ୍ରାନଙ୍କ ଅଧୁରା ଲଭ୍ ଷ୍ଟୋରୀ, ବିବାହ ଯାଏଁ ଯାଇଥିଲା କଥା

ଯୋଜାନା ମୁତାବକ ଟିମ୍ ଇଣ୍ଡିଆ (Team India) ଜୁଲାଇ ୫ରେ ଶ୍ରୀଲଙ୍କା (Sri Lanka) ପହଞ୍ଚିବ। ତା’ପରେ ଏକ ସପ୍ତାହ ପର୍ଯ୍ୟନ୍ତ ଖେଳାଳିମାନେ କ୍ୱାରାଣ୍ଟିନରେ ରହିବେ। ଅବଧି ସମାପ୍ତ କରିବା ପରେ ଭ୍ରମଣକାରୀ ଦଳ ଜୁଲାଇ ୧୩ରୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ (ODI Series) ଏବଂ ଜୁଲାଇ ୨୨ରୁ ତିନି ମ୍ୟାଚ୍ ବିଶିଷ୍ଟ T20 ସିରିଜ୍ ଖେଳିବେ।

fallback

ଅନ୍ୟପଟେ ଭାରତ ଏ ଦଳ ୧୮ ଜୁନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ (Test Championship Finals) ଖେଳିବ। ଏହା ପରେ ଅଗଷ୍ଟ ୪ରୁ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ମଧ୍ୟ ଖେଳାଯିବ। ରବି ଶାସ୍ତ୍ରୀ (Ravi Shastri) ଭାରତର ଏ ଦଳ ସହିତ ରହିବେ, ଏଭଳି ପରିସ୍ଥିତିରେ ଶ୍ରୀଲଙ୍କା ଗସ୍ତରେ ରାହୁଲ ଦ୍ରାବିଡ (Rahul Dravid) ଙ୍କୁ ଭାରତର ବି ଦଳର କମାଣ୍ଡ ଦିଆଯାଇପାରେ।