ଦ୍ୱିତୀୟ ଟି-20 ମ୍ୟାଚରେ କଟିବ ଏହି ଭାରତୀୟ ଖେଳାଳିଙ୍କ ପତା! ଶେଷ ମ୍ୟାଚରେ ପ୍ରମାଣିତ ହୋଇଥିଲେ ଭିଲେନ୍
Advertisement

ଦ୍ୱିତୀୟ ଟି-20 ମ୍ୟାଚରେ କଟିବ ଏହି ଭାରତୀୟ ଖେଳାଳିଙ୍କ ପତା! ଶେଷ ମ୍ୟାଚରେ ପ୍ରମାଣିତ ହୋଇଥିଲେ ଭିଲେନ୍

ପ୍ରଥମ ଟି-20 ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତ ଜିତିଥିଲେ ମଧ୍ୟ ଦଳର କିଛି ଦୁର୍ବଳତା ସାମ୍ନାକୁ ଆସିଛି । 

ଦ୍ୱିତୀୟ ଟି-20 ମ୍ୟାଚରେ କଟିବ ଏହି ଭାରତୀୟ ଖେଳାଳିଙ୍କ ପତା! ଶେଷ ମ୍ୟାଚରେ ପ୍ରମାଣିତ ହୋଇଥିଲେ ଭିଲେନ୍

ନୂଆଦିଲ୍ଲୀ: India vs New Zealand T20 Series: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜର ଦ୍ୱିତୀୟ ମ୍ୟାଚ୍ (IND Vs NZ Second T-20 Match) ଆଜି ଅର୍ଥାତ ନଭେମ୍ୱର ୧୯ ସନ୍ଧ୍ୟା ୭ଟାରୁ ରାଞ୍ଚିରେ ଖେଳାଯିବ । ଭାରତ ପ୍ରଥମ ଟି-20 ମ୍ୟାଚକୁ ୫ ୱିକେଟରେ ଜିତି ସିରିଜରେ ୧-୦ ରେ ଅଗ୍ରଣୀ ହାସଲ କରିଛି । ଯଦି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଆଜିର ମ୍ୟାଚରେ ଭାରତ ଜିତେ ତେବେ ସିରିଜ ଟିମ ଇଣ୍ଡିଆ (Team India) ନାମରେ ହୋଇଯିବ । ଦ୍ୱିତୀୟ ଟି-20 ମ୍ୟାଚରେ ଅଧିନାୟକ ରୋହିତ ଶର୍ମା (Rohit Sharma) ପ୍ଲେଇଙ୍ଗ ଇଲେଭେନରୁ ଜଣେ ଖେଳାଳିଙ୍କୁ ବାହାର କରିପାରନ୍ତି । ଏହି ଖେଳାଳି ପ୍ରଥମ ଟି-20 ମ୍ୟାଚରେ ଜଣେ ଭିଲେନ୍ ବୋଲି ପ୍ରମାଣିତ ହୋଇଥିଲେ, ଯିଏ ରନ୍ ଲୁଟାଇ ଥିଲେ ।

ରୋହିତ ଏହି ଖେଳାଳିଙ୍କୁ କରିପାରନ୍ତି ବାହାର

ପ୍ରଥମ ଟି-20 ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତ ଜିତିଥିଲେ ମଧ୍ୟ ଦଳର କିଛି ଦୁର୍ବଳତା ସାମ୍ନାକୁ ଆସିଛି । ପ୍ରଥମ ଟି-20 ମ୍ୟାଚରେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଦୀପକ ଚହର (Deepak Chahar) ବହୁତ ମହଙ୍ଗା ବୋଲି ପ୍ରମାଣିତ ହୋଇଛନ୍ତି । ଦୀପକ ଚହର ନିଜର 4 ଓଭର ସ୍ପେଲରେ ୧୦.୫୦ର ଇକୋନମିରେ ୪୨ ରନ୍ ଦେଇ ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ । ଦୀପକ ଚହରଙ୍କ ଖରାପ ପ୍ରଦର୍ଶନକୁ ଦେଖି ରୋହିତ ଶର୍ମା ତାଙ୍କୁ ଦ୍ୱିତୀୟ ଟି-20 ମ୍ୟାଚରୁ ଡ୍ରପ କରିପାରନ୍ତି । ଆଇପିଏଲ ୨୦୨୧ର ସଫଳ ବୋଲର ହର୍ଷଲ ପଟେଲ (Harshal Patel) ଦୀପକ ଚହରଙ୍କ ସ୍ଥାନରେ ଭାରତ ପାଇଁ ଡେବ୍ୟୁ କରିବାର ସୁଯୋଗ ପାଇପାରନ୍ତି ।

ରୋହିତ ନେଇପାରନ୍ତି ଏକ ବଡ଼ ନିଷ୍ପତ୍ତି

ରୋହିତ ଶର୍ମା ଚାହିବେ ନାହିଁ ଯେ ରାଞ୍ଚିରେ ହେବାକୁ ଥିବା ଟି-20 ଅନ୍ତର୍ଜାତୀୟ ମ୍ୟାଚରେ କୌଣସି ବୋଲର ଅଧିକ ରନ୍ ପ୍ରଦାନ କରୁ, ତେଣୁ 'ହିଟମ୍ୟାନ୍' ହର୍ଷଲ ପଟେଲଙ୍କୁ ଚେଷ୍ଟା ସୁଯୋଗ ଦେଇପାରନ୍ତି । ଆଇପିଏଲ ୨୦୨୧ରେ ହର୍ଷଲ ପଟେଲ ଭଲ ବୋଲିଂ କରିଥିଲେ । ହର୍ଷଲ ପଟେଲ ଆଇପିଏଲ୍ ୨୦୨୧ରେ ଖେଳାଯାଇଥିବା ୧୫ଟି ମ୍ୟାଚରେ ହାରାହାରି ୧୪.୩୪ ହାର ଓ ୮.୧୪ ଷ୍ଟ୍ରାଇକ୍ ରେଟରେ ୩୨ ୱିକେଟ୍ ନେଇଥିଲେ । ଯାହା ଫଳରେ ସେ ପର୍ପଲ କ୍ୟାପ୍ ପାଇବାକୁ ହକଦାର ହୋଇଥିଲେ । ହର୍ଷଲ ପଟେଲଙ୍କ ଶ୍ରେଷ୍ଠ ବୋଲିଂ ଫିଗର ଥିଲା ୫/୨୭ । ଆଇପିଏଲ୍ ୨୦୨୧ରେ ହ୍ୟାଟ୍ରିକ୍ ନେଇଥିବା ହର୍ଷଲ ଏକମାତ୍ର ବୋଲର ଥିଲେ । ସେ ଗତ ମାସରେ ଦୁବାଇରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୨୭ ରନ୍ ଦେଇ ୫ ୱିକେଟ୍ ନେଇଥିଲେ, ଯେଉଁଥିରେ ହ୍ୟାଟ୍ରିକ୍ ଅନ୍ତର୍ଭୁକ୍ତ ଥିଲା ।

ନ୍ୟୁଜିଲାଣ୍ଡ ବିପକ୍ଷରେ ଏହା ଭାରତର ପ୍ଲେଇଙ୍ଗ ଇଲେଭେନ୍ ହୋଇପାରେ:

୧.ରୋହିତ ଶର୍ମା (କ୍ୟାପଟେନ)

୨.କେ.ଏଲ୍ ରାହୁଲ 

୩.ସୂର୍ଯ୍ୟକୁମାର ଯାଦବ

୪.ଋଷଭ ପନ୍ତ (ୱିକେଟ୍ କିପର)

୫.ଶ୍ରେୟସ୍ ଆୟର

୬.ଭେଙ୍କଟେଶ ଆୟର 

୭.ଅକ୍ଷର ପଟେଲ 

୮.ଆର ଅଶ୍ୱିନ୍ 

୯.ହର୍ଷଲ ପଟେଲ

୧୦.ଭୁବନେଶ୍ୱର କୁମାର

୧୧.ମହମ୍ମଦ ସିରାଜ 

ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ସିରିଜର ପୂରା ଶୋଡ୍ୟୁଲ

୩-ମ୍ୟାଚର ଟି-20 ଅନ୍ତର୍ଜାତୀୟ ସିରିଜ୍

1. ପ୍ରଥମ T20 ଅନ୍ତର୍ଜାତୀୟ ମ୍ୟାଚ୍ - ୧୭ ନଭେମ୍ବର ୨୦୨୧- ଜୟପୁର - ସନ୍ଧ୍ୟା ୭ଟାରେ

୨. ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚ୍ - ୧୯ ନଭେମ୍ବର ୨୦୨୧ - ରାଞ୍ଚି - ସନ୍ଧ୍ୟା ୭ଟାରେ

3. ତୃତୀୟ T20 ଅନ୍ତର୍ଜାତୀୟ ମ୍ୟାଚ୍ - ୨୧ ନଭେମ୍ବର ୨୦୨୧ - କୋଲକାତା - ସନ୍ଧ୍ୟା ୭ଟାରେ

୨ ମ୍ୟାଚର ଟେଷ୍ଟ ସିରିଜ୍

୧. ପ୍ରଥମ ଟେଷ୍ଟ ମ୍ୟାଚ୍ - ୨୫-୨୯ ନଭେମ୍ବର ୨୦୨୧ - କାନପୁର - ସକାଳ ୯:୩୦

୨. ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ - ୩-୭ ଡିସେମ୍ବର ୨୦୨୧ - ମୁମ୍ବାଇ - ସକାଳ ୯.୩୦

ଏହା ବି ପଢ଼ନ୍ତୁ:-ମୋଦି ସରକାରଙ୍କ ନିଷ୍ପତ୍ତି ପରେ ମଧ୍ୟ ଜାରି ରହିବ କୃଷକ ଆନ୍ଦୋଳନ, ଜାଣନ୍ତୁ କ'ଣ କହିଲେ ରାକେଶ ଟିକାୟତ

ଏହା ବି ପଢ଼ନ୍ତୁ:-ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୪୫୯ ସଂକ୍ରମିତ

ଏହା ବି ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଏହା ବି ପଢ଼ନ୍ତୁ:-ଆଜି ଶତାବ୍ଦୀର ସବୁଠାରୁ ବଡ଼ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କ'ଣ କରିବେ ଓ କ'ଣ କରିବେ ନାହିଁ?