ନୂଆଦିଲ୍ଲୀ: ବେଙ୍ଗାଳୁରୁ ଟେଷ୍ଟରେ ଶ୍ରୀଲଙ୍କାର ଭାଗ୍ୟ ପରିବର୍ତ୍ତନ ହେବ କି? ସିଂହଳୀ ଟିମକୁ ଭାଗ୍ୟ ସାଥ୍ ଦେବ କି? ଶକ୍ତିଶାଳୀ ଭାରତକୁ ପରାସ୍ତ କରିପାରିବ କି ଭ୍ରମଣକାରୀ ଶ୍ରୀଲଙ୍କା କ୍ରିକେଟ ଟିମ୍? ତେବେ ଏସବୁ କିଛି ଅସମ୍ଭବ କିଛି ନୁହଁ ବୋଲି ଶ୍ରୀଲଙ୍କା ଅଧିନାୟକ ଡିମୁଥ କରୁଣାରତ୍ନେ କହିଛନ୍ତି। ସେ ୨୦୧୯ ଡର୍ବାନ ଟେଷ୍ଟ ବିଜୟ ସଫଳତାକୁ ମଧ୍ୟ ମନେ ପକାଇଛନ୍ତି। 


COMMERCIAL BREAK
SCROLL TO CONTINUE READING

କୁଶାଲ ପେରେରାଙ୍କ ସଂଘର୍ଷପୂର୍ଣ୍ଣ ତଥା ଅପରାଜିତ ୧୫୩ ରନର ଇନିଂସ, ଶେଷ ୱିକେଟରେ ୭୮ ରନର ପାର୍ଟନରସିପ୍, ଶେଷରେ ଶ୍ରୀଲଙ୍କାର ଅବିଶ୍ୱାସନୀୟ ଗୋଟିଏ ୱିକେଟରେ ବିଜୟ କଥା କହି ଖେଳାଳିଙ୍କ ମନୋବଳ ବଢ଼ାଇଛନ୍ତି ଶ୍ରୀଲଙ୍କା ଅଧିନାୟକ ଡିମୁଥ କରୁଣାରତ୍ନେ। ଶନିବାର ଅପରାହ୍ନ ଦୁଇଟାରେ ବେଙ୍ଗାଳୁରୁର ଏମ୍.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ଖେଳାଯିବ। 


Also Read: Women's World Cup 2022: ତିନି ଦିନରେ ଦ୍ୱିତୀୟ ଇତିହାସ ରଚିଲେ ମିତାଲି ରାଜ


 


ମୋହାଲିରେ ଟେଷ୍ଟରେ ଶ୍ରୀଲଙ୍କାର ଶୋଚନୀୟ ପରାଜୟ ପରେ ସିଂହଳୀ ଟିମ୍ ସିରିଜକୁ କମବ୍ୟାକ୍ କରିବା ଲକ୍ଷ୍ୟରେ ରହିଛି। ସ୍ୱତନ୍ତ୍ର ରଣନୀତି ସହ କିଛି ସ୍ପେଶାଲ କରିବା ଲକ୍ଷ୍ୟରେ ମଇଦାନକୁ ଦଳ ଓହ୍ଲାଇବ। ଟିମ୍ ଇଣ୍ଡିଆକୁ ଚକମା ଦେଇ ବିଜୟୀ ହେବାକୁ ରଣକୌଶଳ ପ୍ରସ୍ତୁତ ସରିଛି। ଡର୍ବାନ ମ୍ୟାଚରେ ଯେଭଳି ଶ୍ରୀଲଙ୍କା କମବ୍ୟାକ୍ କରିଥିଲା, ବେଙ୍ଗାଳୁରୁରେ ମଧ୍ୟ ଏମିତି କିଛି ଚମତ୍କାର କରିବ ବୋଲି କ୍ୟାପଟେନ୍ କରୁଣାରତ୍ନେ କହିଛନ୍ତି।


ସେପଟେ ଟି-ଟ୍ୱେଣ୍ଟି ସିରିଜ କ୍ଲିନ୍ ସୁଇପ୍ ପରେ ଟେଷ୍ଟ ସିରିଜକୁ ମଧ୍ୟ ମୂଳପୋଛ କରିବା ଲକ୍ଷ୍ୟରେ ରୋହିତ ଆଣ୍ଡ କୋ ଅଛନ୍ତି। ମୋହାଲିରେ ଭାରତ ଯେପରି ଜବରଦସ୍ତ ପରଫରମାନ୍ସ ଦେଇଛି, ବେଙ୍ଗାଳୁରୁରେ ମଧ୍ୟ ବଜାୟ ରଖିବାକୁ ଉଦ୍ୟମ କରିବ ବୋଲି ଅଧିନାୟକ ରୋହିତ ଶର୍ମା କହିଛନ୍ତି। ଗତ ମ୍ୟାଚରେ ଟିମ ଇଣ୍ଡିଆ ଉଭୟ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ କମାଲ କରିଛି। ତେଣୁ ଭ୍ରମଣକାରୀ ଶ୍ରୀଲଙ୍କାକୁ ପରାସ୍ତ କରିବାରେ କୌଣସି ସମସ୍ୟା ହେବ ନାହିଁ। ମୋହାଲି ହିରୋ ତଥା ଅଲରାଉଣ୍ଡର ଜାଡେଜା, ସ୍ପିନ୍ ଯାଦୁଗର ଅଶ୍ୱିନ, ସ୍ପିଡଷ୍ଟର ବୁମରା ଏବଂ ସାମି ବୋଲିଂ ଡିପାର୍ଟମେଣ୍ଟ ସମ୍ଭାଳିବେ।  


Also Read: Box Officeରେ ଉତ୍ତର-ଦକ୍ଷିଣ ସଙ୍ଘର୍ଷ, ପ୍ରଥମ ଦିନରେ Radhe Shyam ଭାଙ୍ଗିଲା ରେକର୍ଡ


 


ଟିମ୍ ଇଣ୍ଡିଆରେ ବଡ଼ ଧରଣର ପରିବର୍ତ୍ତନ ହେବ ନାହିଁ। ଚିନ୍ନାସ୍ୱାମୀ ପିଚରେ ସ୍ପିନରଙ୍କୁ ଅଧିକ ସଫଳତା ମିଳିପାରେ। ତେଣୁ ଜୟନ୍ତ ଯାଦବଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇପାରେ। ପିଙ୍କ୍ ବଲ୍ ଟେଷ୍ଟ ମୁକାବିଲାରେ ଅକ୍ଷର'ଙ୍କ ପରଫରମାନ୍ସ ଭଲ ରହିବ ବୋଲି  ଟିମ୍ ଆଶା ରଖିଛି। ବେଙ୍ଗାଳୁରୁ ଟେଷ୍ଟ ଜିତି ସିରିଜ କ୍ଲିନ୍ ସୁଇପ୍ ପାଇଁ ଭାରତୀୟ ଟିମ୍ ରଣନୀତି ପ୍ରସ୍ତୁତ କରିଛି। 
 
Probable XI: Rohit Sharma (c), Mayank Agarwal, Hanuma Vihari, Virat Kohli, Rishabh Pant (wk), Shreyas Iyer, Ravindra Jadeja, Ravichandran Ashwin, Axar Patel/Jayant Yadav/Mohammed Siraj, Jasprit Bumrah, Mohammed Shami