India vs England T20I: ଫାଇନାଲରେ ଚିତ୍ ଇଂଲଣ୍ଡ, ୩-୨ରେ ସିରିଜ ଜିତିଲା ଟିମ୍ ଇଣ୍ଡିଆ

ଶନିବାର ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଆଗରେ ୨୨୫ ରନର ଲକ୍ଷ ରଖିଥିଲା। କିନ୍ତୁ ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୮୮ ରନ କରିଛି। ଭୁବନେଶ୍ୱର କୁମାରଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଓ ବିରାଟ କୋହଲିଙ୍କୁ ସିରିଜର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଛି।

 India vs England T20I: ଫାଇନାଲରେ ଚିତ୍ ଇଂଲଣ୍ଡ, ୩-୨ରେ ସିରିଜ ଜିତିଲା ଟିମ୍ ଇଣ୍ଡିଆ
India vs England T20I: ଫାଇନାଲରେ ଚିତ୍ ଇଂଲଣ୍ଡ, ୩-୨ରେ ସିରିଜ ଜିତିଲା ଘରୋଇ ଦଳ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଟିମ୍ ଇଣ୍ଡିଆ ବିଜୟ ହୋଇଛି। ସିରିଜର ପଞ୍ଚମ ମ୍ୟାଜ ଜିତି ୩୨ ବ୍ୟବଧାନରେ ସିରିଜକୁ ଘରୋଇ ଦଳ କବଜା କରିଛି। କ୍ରମାଗତ ୬ଟି ସିରିଜ୍ ଜିତି ବିରାଟ  ବାହୀନି ଟି-୨୦ କ୍ରିକେଟରେ ଏକ ନୂଆ ଇତିହାସ ଲେଖିଛି। ଶନିବାର ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଆଗରେ ୨୨୫ ରନର ଲକ୍ଷ ରଖିଥିଲା। କିନ୍ତୁ ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୮୮ ରନ କରିଛି। ଭୁବନେଶ୍ୱର କୁମାରଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଓ ବିରାଟ କୋହଲିଙ୍କୁ ସିରିଜର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଛି। 

ଭାରତ ଓ ଦକ୍ଷିଣ ଆଫ୍ରିକା  (South Africa) ବିପକ୍ଷ ସିରିଜ୍ ଡ୍ର ଥିଲା। ଏହାପୂର୍ବରୁ ଭାରତ ୱେଷ୍ଟଇଣ୍ଡିଜ୍ (West Indies) ବିପକ୍ଷ ସିରିଜ୍ ଜିତିଥିଲା। ଅର୍ଥାତ୍ ଗତ ୭ ଟି-୨୦ ସିରିଜରେ (T-20 sries) ଭାରତୀୟ ଦଳ ଗୋଟିଏ ବି ସିରିଜ୍ ହାରି ନାହାଁନ୍ତି। ଶେଷ ଥର ପାଇଁ ୨୦୧୮ରେ ଭାରତୀୟ ଦଳ, ଅଷ୍ଟ୍ରେଲିଆ (Australia) ବିପକ୍ଷ ଟି-୨୦ରେ ପରାଜିତ ହୋଇଥିଲା।

ଫଟାଫଟ କ୍ରିକେଟରେ ଇଂଲଣ୍ଡ ଆଗରେ ଏକ ବଡ ଟାର୍ଗେଟ ଥିଲା। କିନ୍ତୁ ଦଳର ଓପନିଂ ଭଲ ନଥିଲା। ଭୁବନେଶ୍ୱର କୁମାର ପ୍ରଥମ ଓଭରରେ ଜେସନ ରୟଙ୍କୁ ୦ ରନରେ ବୋଲ୍ଡ କରିଥିଲେ। ଏହା ପରେ ଡୋଭିଡ ମଲାନ ଏବଂ ଜୋସ ବଟଲର, ଇଂଲଣ୍ଡ (England) ର ଜିତିବାର ଆଶା ବଞ୍ଚାଇ ରଖିଥିଲେ। ୩୪ ବଲରେ ବଟଲର ୫୨ ରନ୍ ସଂଗ୍ରହ କରିଥିଲେ। ଜୋନୀ ବେୟାରଷ୍ଟୋ ୭ ବଲରେ ୭ ରନ୍ ଓ  ଡେଭିଡ ମାଲାନ ୪୬ ବଲରେ ୬୮ ରନ କରିଥିଲେ। କ୍ୟାପଟେନ ଇଓନ ମୋର୍ଗାନ ମାତ୍ର ଗୋଟିଏ ରନ୍ କରି ପାଭିଲିୟନ ଫେରିଛନ୍ତି। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର (Bhubaneswar Kumar) ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୪ ଓଭରରେ ମାତ୍ର ୧୫ ରନ୍ ଦେଇ ୨ଟି ୱିକେଟ ନେଇଛନ୍ତି। ସେହପରି ଶାର୍ଦୁଲ ଠାକୁର (Shardul Thakur) ୪ ଓଭରରେ ୪୫ ରନ ଦେଇ ୩ଟି ଶିକାର କରିଛନ୍ତି।

Also Read:  India vs England T20I: ୭ ୱିକେଟରେ ଭାରତର ପ୍ରତିଶୋଧ, ବିରାଟ ରଚିଲେ ଇତିହାସ

ପ୍ରଥମ ଇଂନିସରେ କ୍ୟାପଟେନ ବିରାଟ କୋହଲି (Virat Kohli) ଏବଂ ରୋହିତ ଶର୍ମା (Rohit Sharma)  ଭାରତକୁ ଏକ ଭଲ ଓପନର ଦେଇଥିଲେ। ଉଭୟ ପ୍ରଥମ ୱିକେଟ୍ ପାଇଁ ୯୪ ରନ୍ କରିଥିଲେ। ରୋହିତ ଶର୍ମାଙ୍କ ସହ କୋହଲି ପ୍ରଥମେ ପାୱାର ପ୍ଲେରେ ୬୦ ରନ୍ ଯୋଡିଥିଲେ, କିନ୍ତୁ ଟିମର ୯୪ ରନ ବେଳକୁ ରୋହିତ ୩୪ ବଲରେ ୬୪ ରନ କରି ଷ୍ଟୋକଙ୍କ ବଲରେ ବୋଲ୍ଡ ହୋଇଥିଲେ। ରୋହିତ ଆଉଟ ହେଲା ପରେ ବିରାଟ ପ୍ରଥମେ ସୂର୍ଯ୍ୟକୁମାର ଯାଦବ ଏବଂ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ନିର୍ଦ୍ଦିଷ୍ଟ ୨୦ ଓଭର ଖେଳିଥିଲେ। ଆଉଫ ଦଳ ୨ଟି ୱିକେଟ ବିନିମୟରେ ୨୨୪ ରନ କରିଥିଲା। ଯେଉଁଥିରେ ଅପରାଜିତ ବିରାଟଙ୍କ ୮୦ ରନର ଭାଗିଦାରୀ ରହିଛି।

ଇନିଂସ ଆରମ୍ଭ କରିବାକୁ ଆସିଥିବା କୋହଲି ୫୨ ବଲରୁ ୮୦ ରନ୍ କରିବା ପରେ ଅପରାଜିତ ରହିଥିଲେ। ଏହି ଇନିଂସରେ ସେ ସାତ ଚୌକା ଓ ଦୁଇଟି ଛକା ମାରିଥିଲେ। ବର୍ତ୍ତମାନର ସିରିଜରେ ଏହା ବିରାଟଙ୍କ ତୃତୀୟ ଅର୍ଦ୍ଧ ଶତକ। ଖାତା ନ ଖୋଲି ସିରିଜ ଆରମ୍ଭ କରିଥିବା ବିରାଟ ଦ୍ୱିତୀୟ ଏବଂ ତୃତୀୟ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ। ବିରାଟ ଯେଉଁ ଦୁଇଟି ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ ସେହି ମ୍ୟାଚ ଭାରତୀୟ ଦଳ ବିଜୟୀ ହୋଇଥିଲା। ଚତୁର୍ଥ ମ୍ୟାଚ୍‌ରେ ସେ କେବଳ ଗୋଟିଏ ରନ୍‌ ସ୍କୋର କରିବାରେ ସକ୍ଷମ ହୋଇଥିଲେ, ଇଂଲଣ୍ଡ ଏହି ମ୍ୟାଚ୍‌ ଜିତି ସିରିଜକୁ ୨-୨ରେ ବରାବର କରିପାରିଥିଲା।