ପ୍ରଥମେ ବ୍ୟାଟିଂ କରିଥିବା ଭ୍ରାମଣକାରୀ ଇଂଲଣ୍ଡ (England) କୁ ଭାରତୀୟ ବଲର୍ସ ୧୬୪ ରନରେ ଅଟକାଇଥିଲେ। ସ୍କୋର ବଡ ଥିଲା କିନ୍ତୁ ଭାରତୀୟ ବ୍ୟାଟ୍ସମ୍ୟାନ (Indian Batsmans) ଏହି ଟାର୍ଗେଟକୁ ସହଜରେ ପୁରା କରିଛନ୍ତି।
Trending Photos
ନୂଆଦିଲ୍ଲୀ: ଦ୍ୱିତୀୟ ମ୍ୟାଚରେ ଶୁଝିଲା ପ୍ରଥମର ପ୍ରତିଶୋଧ। ରବିବାର ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରଥମ T20ର ହାରର ବଦଲା ନେଇଛି ଟିମ ଇଣ୍ଡିଆ। ୭ ୱିକେଟରେ ବିରାଟ ବାହୀନି ବିୟଜ ହୋଇଛି। ଏହି ବିଜୟପରେ ଇଂଲଣ୍ଡ ବିପକ୍ଷ T20 ସରିଜ ୧-୧ରେ ବରାବର ହୋଇଯାଇଛି।
ପ୍ରଥମ T20 ମ୍ୟାଚରେ ମାନ୍ଦା ଥିବା ଟିମ ଇଣ୍ଡିଆ (Team India) ଦ୍ୱିତୀୟ ମ୍ୟାଚରେ କମାଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭ୍ରାମଣକାରୀ ଇଂଲଣ୍ଡ (England) କୁ ଭାରତୀୟ ବଲର୍ସ ୧୬୪ ରନରେ ଅଟକାଇଥିଲେ। ସ୍କୋର ବଡ ଥିଲା କିନ୍ତୁ ଭାରତୀୟ ବ୍ୟାଟ୍ସମ୍ୟାନ (Indian Batsmans) ଏହି ଟାର୍ଗେଟକୁ ସହଜରେ ପୁରା କରିଛନ୍ତି। ୧୭ ଓଭର ୫ଟି ବଲରେ ତାହାପୁଣି ମାତ୍ର ୩ଟି ୱିକେଟ ହରାଇ ଭାରତ ବିଜୟ (India Won) ହୋଇଛି।
Also Read: Ind vs Eng T20I: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ହାରିଲା ପ୍ରଥମ ମ୍ୟାଚ୍
ଭାରତର ବୋଲିଂ ଲାଇନ (Bolwing) ସେତେଟା ଭଲ ନଥିଲା। ଯାହାର ଫାଇଦା ଉଠାଇ ଇଂଲଣ୍ଡ, ଭାରତକୁ ୧୬୫ ରନର ଟାର୍ଗେଟ ଦେଇଥିଲା। ଭାରତର ପ୍ରତ୍ୟେକ ବୋଲର୍ସଙ୍କ ୪ ଓଭରରେ ସର୍ବନିମ୍ନ ୨୮ ରନ ହୋଇଛି। ୱାଶିଂଟନ ସୁନ୍ଦର (Washington Sundar) ଓ ସାର୍ଦୁଲ ଠାକୁର (Shardul Thakur) ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଯଜୁବେନ୍ଦ୍ର ଚହଲ ଓ ଭୁବନେଶ୍ୱର କୁମାର ଗୋଟିଏ ଲେଖାଏଁ ଶିକାର କରିବାରେ ସଫଳ ହୋଇଥିଲେ।
ସେପଟେ ବ୍ୟାଟିଂରେ ଇଶାନ କିଷାନ (Ishan Kishan) ଓ କ୍ୟାପଟେନ ବିରାଟ କୋହଲି (Virat Kohli) ଦମଦାର ପ୍ରଦର୍ଶନ କରିଛନ୍ତି। ଓପନ ଯୋଡି ଅଧିକ ସମୟ ତିଷ୍ଟି ନଥିଲା। ଖାତା ଖୋଲି ନପାରି ଓପନର କେଏଲ ରାହୁଲ ଆଉଟ ହୋଇଥିଲେ। ଏହାପରେ ଇଶାନ କିଷାନ ଓ ବିରାଟ ପିଚ ସମ୍ଭାଳିଥିଲେ। ଉଭୟଙ୍କ ପାର୍ଟନରସିପ ଇଂଲଣ୍ଡ ବୋଲର୍ସଙ୍କୁ ଚକିତ କରିଥିଲା। ଇଶାନ ମାତ୍ରା ୩୨ ବଲରେ ୫୬ ରନ କରି ଆଉଟ ହୋଇଥିଲେ। ଆଉ ଏହି ସମୟରେ ବିରାଟଙ୍କୁ ସାଥ ଦେବାକୁ ଋଷଭ ପନ୍ତ ଆସିଥିଲେ। ତେବେ ସେ ୨୬ ରନ କରି ଜୋରଡାନଙ୍କ ବୋଲରେ ବଲ୍ଡ ହୋଇଥିଲେ।
Also Read: ଆସନ୍ତାକାଲିଠୁ ୨ ଦିନ ବ୍ୟାଙ୍କ ବନ୍ଦ
ଶେଷ ବେଳକୁ ଶ୍ରେୟାସ ଆୟାର ଓ ବିରାଟ ଟିମ ଇଣ୍ଡିଆର ମଙ୍ଗ ଧରିଥିଲେ। ଉଭୟେ ନଟ୍ ଆଉଟ ରହି ଭାରତକୁ ୧୭ ଓଭର ୫ଟି ବଲରେ ବିଜୟ କରାଇଛନ୍ତି। ପନ୍ତଙ୍କୁ ବୋଲ୍ଡ କରିଥିବା ଜର୍ଡାନଙ୍କ ୫ମ ବଲ ଛକା ମାରି ବିରାଟ ଇଂଲଣ୍ଡକୁ ପ୍ରଥମ ମ୍ୟାଚର ମୁହଁତୋଡ ଜବାବ ଦେଇଛନ୍ତି। ସେ ୪୯ଟି ବଲରେ ୭୩ ରନ କରିଥିବା ବେଲେ ଶ୍ରେୟାସ ୮ଟି ବଲରେ ୮ ରନ କରିଛନ୍ତି। ତେବେ ଏହି ମ୍ୟାଚରେ ଇଶାନଙ୍କୁ PLAYER OF THE MATCH ଘୋଷଣା କରାଯାଇଛି।
ସେପଟେ ବିରାଟ କୋହଲି ଇଣ୍ଟରନ୍ୟସନାଲ T20ରେ ଇତିହାସ ରଚିଛନ୍ତି। ସେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ T20ରେ ୩୦୦୦ ରନ ପୁରା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଦୁନିଆର କୌଣସି ବି ବ୍ୟାଟ୍ସମ୍ୟାନ ଏହି ମାଇଲଷ୍ଟୋନକୁ ଛୁଇଁ ପାରି ନାହାନ୍ତି। ଇଂଲଣ୍ଡ ବିପକ୍ଷ ମ୍ୟାଚରେ ୭୨ ରନ କରିବାପରେ ବିରାଟ ଏହି ଉପଲବ୍ଧି ହାସଲ କରିଥିଲେ। ଇଣ୍ଟରନ୍ୟସନାଲ T20ରେ ବିରାଟଙ୍କ ମୋଟ ସ୍କୋର ୩୦୦୧ ହୋଇଥିବା ବେଳେ ତାଙ୍କ ପଛରେ ୨୮୩୯ ରନ ସହ ନ୍ୟୁଜିଲାଣ୍ଡ ଓପନ ମାର୍ଟିନ ଗୁପ୍ଟିଲ ଅଛନ୍ତି। ସେହିପରି ତୃତୀୟ ସ୍ଥାନରେ T20ରେ ୨୭୭୩ ରନ କରିଥିବା ହିଟମ୍ୟାନ ରୋହିତ ଶର୍ମା ଅଛନ୍ତି।