• ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ଆଜି ୟୁଏସ ଉପରାଷ୍ଟ୍ରପତି କମଲା ହାରିସଙ୍କ ସହ କଥାହେବେ
  • ଆଜି ବିଭିନ୍ନ କମ୍ପାନୀର ସିଇଓମାନଙ୍କୁ ସାକ୍ଷାତ କରିବେ
  • ୫ଟି କମ୍ପାନୀର ସିଇଓମାନଙ୍କୁ ମୋଦିଙ୍କ ସାକ୍ଷାତ କାର୍ଯ୍ୟକ୍ରମ
  • ଆସନ୍ତାକାଲି ରାଷ୍ଟ୍ରପତି ବାଇଡେନଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ
  • ଆସନ୍ତା ୨୬ରେ ବସିବ ମାଓ ଦମନ ବୈଠକ
  • କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ
  • ଯୋଗଦେବେ ଓଡ଼ିଶା ସମେତ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ରାଜ୍ୟର ସିଏସ, ପୋଲିସ ଡିଜି, ବରିଷ୍ଠ ଅଧିକାରୀ ଯୋଗଦେବେ
  • ଯୋଗଦେବାକୁ ଦିଲ୍ଲୀ ଗସ୍ତ କରିପାରନ୍ତି ମୁଖ୍ୟମନ୍ତ୍ରୀ

Tokyo Olympics 2020 : ଇତିହାସ ରଚିଲେ Mirabai Chanu, ରୌପ୍ୟ ପଦକ ସହ ଖୋଲିଲା ଭାରତର ଖାତା

ଅଲିମ୍ପିକ୍ସ (Tokyo Olympics) ରେ ରୌପ୍ୟ ଜିତିବାରେ ମିରବାଇ ଚାନୁ (Mirabai Chanu) ପ୍ରଥମ ଭାରୋତ୍ତୋଳକ (weightlifter) ହୋଇଛନ୍ତି। ସେ କ୍ଲିନ୍ ଏବଂ ଜର୍କରେ ମୋଟ ୨୦୨ କିଲୋଗ୍ରାମ ଏବଂ ସ୍ନାଚ୍ରେ ୮୭ କିଲୋଗ୍ରାମ ଓଜନ ଉଠାଇ ରୌପ୍ୟ ପଦକ ଜିତିଛନ୍ତି। 

 Tokyo Olympics 2020 : ଇତିହାସ ରଚିଲେ Mirabai Chanu, ରୌପ୍ୟ ପଦକ ସହ ଖୋଲିଲା ଭାରତର ଖାତା
ସୌ- ସୋସିଆଲ ମିଡିିଆ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଦ୍ୱିତୀୟ ଦିନରେ ଭାରତକୁ ଏକ ବଡ଼ ସଫଳତା ମିଳିଛି। ୪୯ କିଲୋଗ୍ରାମ ବର୍ଗର ଭାରୋତ୍ତୋଳନରେ ମିରବାଇ ଚାନୁ ରୌପ୍ୟ ଜିତି ଦେଶକୁ ପ୍ରଥମ ପଦକ ଦେଇଛନ୍ତି। ଏହି ବିଜୟ ପାଇଁ ଦେଶରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି।

ଅଲିମ୍ପିକ୍ସ (Tokyo Olympics) ରେ ରୌପ୍ୟ ଜିତିବାରେ ମିରବାଇ ଚାନୁ (Mirabai Chanu) ପ୍ରଥମ ଭାରୋତ୍ତୋଳକ (weightlifter) ହୋଇଛନ୍ତି। ସେ କ୍ଲିନ୍ ଏବଂ ଜର୍କରେ ମୋଟ ୨୦୨ କିଲୋଗ୍ରାମ ଏବଂ ସ୍ନାଚ୍ରେ ୮୭ କିଲୋଗ୍ରାମ ଓଜନ ଉଠାଇ ରୌପ୍ୟ ପଦକ ଜିତିଛନ୍ତି। ଭାରତ ୨୧ ବର୍ଷ ପରେ ଭାରୋତ୍ତୋଳନରେ ପଦକ ପାଇଛି। ଏହାପୂର୍ବରୁ ସିଡନୀ ଅଲିମ୍ପିକ୍ସ ୨୦୦୦ରେ ଦେଶ ପାଇଁ ଭାରୋତ୍ତୋଳନରେ କର୍ଣ୍ଣମ ମଲେସ୍ୱରୀ ବ୍ରୋଞ୍ଜ ଜିତିଥିଲେ।

Also Read: ଭୁବନେଶ୍ୱରରେ ଭାଙ୍ଗିବ ବିଶ୍ୱ ରେକର୍ଡ, ନୂଆ କୀର୍ତ୍ତିମାନ ପାଇଁ ପ୍ରସ୍ତୁତ କର୍ମବୀର

ଚାଇନା (China) ର ହୁ ଝିଓଇ ମୋଟ ୨୧୦ କିଲୋଗ୍ରାମ ସ୍ନାଚରେ ୯୪ କିଲୋଗ୍ରାମ, କ୍ଲିନ୍ ଏବଂ ଜର୍କରେ ୧୧୬ କିଲୋଗ୍ରାମ ଉଠାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଇଣ୍ଡୋନେସିଆର ଏସାହ ୱିଣ୍ଡି କାଣ୍ଟିକା ମୋଟ ୧୯୪ କିଲୋଗ୍ରାମ ଉଠାଇ ବ୍ରୋଞ୍ଜ ପଦକ ଜିତିଛନ୍ତି। ଅଲମ୍ପିକ ଗ୍ରାମ ଗସ୍ତ ପୂର୍ବରୁ ମିରାବାଇ ଦେଶକୁ ପଦକ ଦେବାକୁ ପ୍ରତିଜ୍ଞା କରିଥିଲେ। ତାଙ୍କ କୋଚ ମଧ୍ୟ ରୌପ୍ୟ ପଦକ ପକ୍କା ବୋଲି କହିଥିଲେ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ମିରାବାଇ ଚାନୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି, 'ଏହାଠାରୁ ଭଲ ଆରମ୍ଭ ଆଶା କରିପାରିବ ନାହିଁ। ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତିଥିବାରୁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି। ତାଙ୍କର ଏହି ସଫଳତା ପ୍ରତ୍ୟେକ ଭାରତୀୟଙ୍କୁ ଉତ୍ସାହିତ କରିବ।'