ରକ୍ତାକ୍ତ ଅବସ୍ଥାରେ Ludo ଖେଳୁଛନ୍ତି Sunny Leone, କେମିତି ଖଣ୍ଡିଆ ହେଲା ଓଠ ଓ ମୁଣ୍ଡ?
Advertisement

ରକ୍ତାକ୍ତ ଅବସ୍ଥାରେ Ludo ଖେଳୁଛନ୍ତି Sunny Leone, କେମିତି ଖଣ୍ଡିଆ ହେଲା ଓଠ ଓ ମୁଣ୍ଡ?

ନିକଟରେ ଅଭିନେତ୍ରୀ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଆହତ ଅବସ୍ଥାରେ ଲୁଡୋ ଖେଳୁଥିବା ନଜର ଆସୁଛନ୍ତି।

 

ଫାଇଲ ଫଟୋ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ଅଭିନେତ୍ରୀଙ୍କର କାମର ଅଭାବ ନାହିଁ ଏବଂ ଏହା ତାଙ୍କ ଇନଷ୍ଟାଗ୍ରାମ ଓ ଟ୍ୱିଟର ପୋଷ୍ଟରୁ ଜଣାପଡୁଛି। ନିକଟରେ ଅଭିନେତ୍ରୀ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଆହତ ଅବସ୍ଥାରେ ଲୁଡୋ ଖେଳୁଥିବା ନଜର ଆସୁଛନ୍ତି।

ନିକଟରେ Sunny Leone ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସନ୍ନିଙ୍କ ମୁହଁର ଅନେକ ସ୍ଥାନରେ ଆଘାତ ଦେଖିବାକୁ ମିଳିଛି ଏବଂ ସେ ବସି ଲୁଡୋ ଖେଳୁଛନ୍ତି। ଅଭିନେତ୍ରୀ ଭିଡିଓରେ ବହୁତ ବିବ୍ରତ ଦେଖାଯାଉଛନ୍ତି। ତାଙ୍କର ମୁଣ୍ଡ ଓ ଓଠରୁ ରକ୍ତ ବୋହୁଛି ଏବଂ ସେ ହାରିବାକୁ ନେଇ ଭୟଭୀତ ଅଛନ୍ତି। ସନ୍ନି ତାଙ୍କ କ୍ୟାପସନରେ ଲେଖିଛନ୍ତି ଯେ ସେ ସାମ୍ନାରେ ଥିବା ମହିଳାଙ୍କଠାରୁ ପରସ୍ତ ହେଇଛନ୍ତି।

Also Read: ଭୁବନେଶ୍ୱରରେ ଭାଙ୍ଗିବ ବିଶ୍ୱ ରେକର୍ଡ, ନୂଆ କୀର୍ତ୍ତିମାନ ପାଇଁ ପ୍ରସ୍ତୁତ କର୍ମବୀର

Sunny Leoneଙ୍କ ଆହତ ଚେହେରା ତାଙ୍କ ସୁଟିଂର ଏକ ଅଂଶ ହୋଇପାରେ। ଆଜିକାଲି ଅଭିନେତ୍ରୀ ତାଙ୍କ ଆଗାମୀ ଚଳଚ୍ଚିତ୍ର 'Shero'ର ସୁଟିଂରେ ବ୍ୟସ୍ତ ଅଛନ୍ତି। Shero ଏକ ସାଇକୋଲୋଜୀକାଲ ଥ୍ରୀଲର ମାଲାୟଲମ ଫିଲ୍ମ। ବର୍ତ୍ତମାନ ସୁଦ୍ଧା ଫିଲ୍ମର ରିଲିଜ୍ ଡେଟ୍ ଘୋଷଣା କରାଯାଇନାହିଁ। କିନ୍ତୁ ଚଳିତବର୍ଷରେ ଫିଲ୍ମ ପରଦାକୁ ଆସିପାରେ ବୋଲି ଚର୍ଚ୍ଚା ହେଉଛି।