IPL 2022: ଏହି ଖେଳାଳିକୁ ଚେନ୍ନାଇ ବିପକ୍ଷ ବିଜୟର ଶ୍ରେୟ ଦେଲେ ଶ୍ରେୟାସ, ଧୋନିଙ୍କୁ ନେଇ କହିଲେ...
Advertisement

IPL 2022: ଏହି ଖେଳାଳିକୁ ଚେନ୍ନାଇ ବିପକ୍ଷ ବିଜୟର ଶ୍ରେୟ ଦେଲେ ଶ୍ରେୟାସ, ଧୋନିଙ୍କୁ ନେଇ କହିଲେ...

କୋଲକାତାର ନୂଆ କ୍ୟାପଟେ ୱିକେଟ୍ ଏବଂ ଉମେଶ ଯାଦବଙ୍କ ବିଷୟରେ କହିଛନ୍ତି ଯେ, ଏହି ୱିକେଟ୍ ଆଶା କରାଯାଉଥିବା ଠାରୁ ଅଧିକ ସ୍ପଞ୍ଜୀ ଥିଲା। ମୁଁ ଭାବୁଥିଲି ୱିକେଟ୍ ଫ୍ଲାଟ ହେବ, କାରଣ ମୁଁ ପିଲାଦିନରୁ ଏଠାରେ ଖେଳିଛି।

ସୌ: ସୋସିଆଲ ମିଡିଆ

ମୁମ୍ବାଇ: ଆଇପିଏଲ୍ ୨୦୨୨ରେ କୋଲକାତା ନାଇଟ୍ ରାଇଡର୍ସ ବିଜୟ ସହିତ ନିଜର ଅଭିଯାନ ଆରମ୍ଭ କରିଛି। ଶନିବାର ଦଳ ଚେନ୍ନାଇ ସୁପର କିଙ୍ଗ୍ସକୁ ୬ ୱିକେଟରେ ପରାସ୍ତ କରିଛି। ମ୍ୟାଚ୍ ପରେ କେକେଆରର ନୂତନ ଅଧିନାୟକ ଶ୍ରେୟାସ ଆୟର, ଉମେଶ ଯାଦବଙ୍କୁ ପ୍ରଶଂସା କରିଥିଲେ। ଉମେଶଙ୍କୁ 'ମ୍ୟାନ୍ ଅଫ୍ ଦି ମ୍ୟାଚ୍' ଦିଆଯାଇଛି। ଏହା ସହିତ ଆୟାର କହିଛନ୍ତି ଯେ, ଯେତେବେଳେ ମହେନ୍ଦ୍ର ସିଂ ଧୋନି ବ୍ୟାଟିଂ କରୁଛନ୍ତି, ସେତେବେଳେ ସବୁବେଳେ ଟେନସନ ହୋଇଥାଏ।

IPL 2022ର ଉଦଘାଟନୀ ତଥା ଚେନ୍ନାଇ ବିପକ୍ଷ ମ୍ୟାଚ୍ ଜିତିବା ପରେ କୋଲକାତା କ୍ୟାପଟେନ ଶ୍ରେୟସ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ମାହିଙ୍କ ବିଷୟରେ ସେ କହିଛନ୍ତି ଯେ, ଯେତେବେଳେ ମହେନ୍ଦ୍ର ସିଂ ଧୋନି ବ୍ୟାଟିଂ କରୁଛନ୍ତି, ସେତେବେଳେ ସବୁବେଳେ ଟେନସନ ରହିଥାଏ। ମୁଁ ଜାଣିଥିଲି ଯେ ଶେଷରେ ମ୍ୟାଚ ସେମାନଙ୍କ ଆଡକୁ ଯାଉଥିଲା, ବୋଲରମାନେ ରନକୁ ନିୟନ୍ତ୍ରଣ ରଖିବାରେ ସକ୍ଷମ ହୋଇନଥିଲେ। ତଥାପି ଆମେ ବିଜୟ ହୋଇଛୁ। ଏଥିରେ ଦଳ ମ୍ୟାନେଜମେଣ୍ଟ, ଫ୍ରାଞ୍ଚାଇଜ୍ ସମସ୍ତେ ଉତ୍ସାହିତ ଏବଂ ଆମେ ଏହିପରି ଖେଳିବା ଜାରି ରଖିବାକୁ ଚାହୁଁଛୁ।

Also Read: ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ସପ୍ତାହର ଶେଷ ଦିନ? ଅର୍ଦ୍ଧାଧିକ ରାଶିରେ ଅଛି ବିପଦ

କୋଲକାତାର ନୂଆ କ୍ୟାପଟେ ୱିକେଟ୍ ଏବଂ ଉମେଶ ଯାଦବଙ୍କ ବିଷୟରେ କହିଛନ୍ତି ଯେ, ଏହି ୱିକେଟ୍ ଆଶା କରାଯାଉଥିବା ଠାରୁ ଅଧିକ ସ୍ପଞ୍ଜୀ ଥିଲା। ମୁଁ ଭାବୁଥିଲି ୱିକେଟ୍ ଫ୍ଲାଟ ହେବ, କାରଣ ମୁଁ ପିଲାଦିନରୁ ଏଠାରେ ଖେଳିଛି। ଅଭ୍ୟାସ ମ୍ୟାଚରେ ଉମେଶ ଯାଦବ ପ୍ରକୃତରେ ଭଲ ପ୍ରଦର୍ଶନ କରିଥିଲେ, ସେ ସର୍ବଦା କଠିନ ପରିଶ୍ରମ କରନ୍ତି ଏବଂ ଆଜି ତାଙ୍କର ପ୍ରଦର୍ଶନ ଦେଖିବାକୁ ଭଲ ଲାଗିଲା। ଧୋନିଙ୍କ ୩୮ ବଲରେ ଅର୍ଦ୍ଧ ଶତକ ବେକାର ଯାଇଛି। ଏହି ବିଜୟ ସହ କୋଲକାତାର IPL ଚମ୍ପିଆନ ଆଶା ଉଦଜୀବୀତ ହୋଇଛି।

ଟସ୍ ହାରି CSK ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ଦଳ ୧୩୧ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ, KKR ମାକ୍ପ ୧୮.୩ ଓଭରରେ ମ୍ୟାଚ୍ ଜିତିଥିଲା​ ।ଅଜିଙ୍କ୍ୟ ରାହାଣେ ଦଳ ପାଇଁ ୪୪ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଏଥିସହିତ ସାମ ବିଲିଙ୍ଗସ୍ ମଧ୍ୟ ୨୫ ରନ୍ କରିଥିଲେ। ବୋଲିଂରେ ଉମେଶ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୪ ଓଭରରେ ୨୦ରନ୍ ପାଇଁ ଦୁଇଟି ୱିକେଟ୍ ନେଇଥିଲେ।