• ଉତ୍ତରାଞ୍ଚଳ DIGଙ୍କ ନିକଟରେ KKBN କ୍ୟାଡର ମାଓବାଦୀ ଆଇତୁ କୋର୍ସାର ଆତ୍ମସମର୍ପଣ
  • କେନ୍ଦ୍ରାପଡ଼ା ରସାବଳୀକୁ ଜି.ଆଇ ଟ୍ୟାଗ ଦାବି କଲେ ୩ BJD ସାଂସଦ
  • କେନ୍ଦ୍ରାପଡ଼ା: ଅଗଷ୍ଟ ୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା
  • ଦେଶରେ ଦିନକରେ ୪୧ ହଜାର ୮୩୧ ଜଣ କୋରୋନାରେ ଆକ୍ରାନ୍ତ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୫୪୧ ଜଣଙ୍କ ଜୀବନ
  • ଦେଶରେ ଦିନକରେ ୪୧ ହଜାର ୬୪୯ ଜଣ କୋରୋନାରେ ଆକ୍ରାନ୍ତ
  • ରାଜ୍ୟରେ ୨୪ ଘଣ୍ଟାରେ ୧୪୩୭ ପଜିଟିଭ୍ ଚିହ୍ନଟ
  • ରାଜ୍ୟରେ ଆଉ ୬୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
  • ଜାପାନରେ ଅଗଷ୍ଟ ୩୧ ଯାଏଁ ଜରୁରୀ ପରିସ୍ଥିତି
  • କୋରୋନା ସଂକ୍ରମଣକୁ ଦେଖି ଘୋଷଣା କଲେ ସରକାର

ଭାଙ୍ଗିଗଲା ସ୍ୱପ୍ନ: ବରୁଣଙ୍କୁ ବିବାହ କରିଥାନ୍ତେ ଆଲିଆ ଭଟ୍ଟ

ବରୁଣ ଧୱନ ଦୀପିକା ପାଦୁକୋଣଙ୍କ କଥା କହିଥିବା ବେଳେ ଆଲିଆ କିନ୍ତୁ ବରୁଣଙ୍କୁ ନିଜର ଜୀବନସାଥୀ କରିବାକୁ ଚାହାଁନ୍ତି ବୋଲି କହିଥିଲେ ।  

ଭାଙ୍ଗିଗଲା ସ୍ୱପ୍ନ: ବରୁଣଙ୍କୁ ବିବାହ କରିଥାନ୍ତେ ଆଲିଆ ଭଟ୍ଟ

ନୂଆଦିଲ୍ଲୀ: କିଛିଦିନ ତଳେ ବଲିଉଡ ଅଭିନେତା ବରୁଣ ଧୱନ ଶେଷରେ ନିଜ ବାନ୍ଧବୀ ନତାଶା ଦଲାଲଙ୍କୁ ବିବାହ କରିଥିଲେ । ଏହି ବିବାହ ଉତ୍ସବ ୪ଦିନ ଧରି ଆଲିବାଗର ଏକ ଆଲିସାନ ହୋଟେଲରେ ଆୟୋଜନ କରାଯାଇଥିଲା । ହେଲେ କୋରୋନା ମହାମାରୀ ପାଇଁ ଏହି ବିବାହ ଉତ୍ସବରେ ବହୁ କମ ସଂଖ୍ୟକ ସେଲିବ୍ରିଟି ଯୋଗ ଦେଇଥିଲେ । ତେବେ ଏକଥା ସମସ୍ତଙ୍କୁ ଜଣା ବରୁଣ ଧୱନ ବହୁ କମ ଦିନରେ ବଲିଉଡରେ ଅନେକ କିଛି ସଫଳତା ହାସଲ କରିଛନ୍ତି । ଆଉ ତାଙ୍କ ସହ ସ୍କ୍ରିନ ସେୟାର କରିଥିବା ଅନେକ ହିରୋଇନଙ୍କ ଠାରୁ ବି-ଟାଉନର ଚୁଲ୍ବୁଲି ନାୟିକା ଆଲିଆ ଭଟ୍ଟଙ୍କ ଯୋଡ଼ିକୁ ବେଶ ପସନ୍ଦ କରାଯାଇଛି ।

ଦୁହେଁ ଅନେକ ସମୟରେ ଅନସ୍କ୍ରିନ ଓ ଅଫସ୍କ୍ରିନରେ ନଜର ମଧ୍ୟ ଆସିଛନ୍ତି । ଦୁହିଁଙ୍କର ଅନେକ ଫିଲ୍ମ ପରଦାରେ ହିଟ୍ ମଧ୍ୟ ସାବ୍ୟସ୍ତ ହୋଇଛି । ତେବେ ବରୁଣ ଧୱନ (Varun Dhawan) ବିବାହ କରିବା ପରେ ଏବେ ଅନେକ ଚର୍ଚ୍ଚା ସାମ୍ନାକୁ ଆସୁଛି । ଏବଂ ତାହା ହେଉଛି ଅଭିନେତ୍ରୀ ଆଲିଆ ଭଟ୍ଟ(Alia Bhatt) । ଯଦି ବରୁଣ ଧୱନଙ୍କ କଥା କହିବା ତେବେ ବରୁଣ ବହୁତ ସିଧାସଳଖ ଭାବେ କଥାବାର୍ତ୍ତା କରିଥାନ୍ତି । ବଲିଉଡ ନିର୍ଦ୍ଦେଶକ କରଣ ଜୋହର (Karan Johar)ଙ୍କ ଟକ୍ ସୋ କଫି ୱିଥ୍ କରଣ (Koffee With Karan) ରେ ଦୁଇ ଷ୍ଟାର ମଧ୍ୟ ଉପସ୍ଥିତ ଥିଲେ । 

Also Read: ଦିଲ୍ଲୀ ବୋମା ବିସ୍ଫୋରଣ ମାମଲା: ଇରାନର ସମ୍ପୃକ୍ତି, ଚିଠିରେ ଲେଖାଯାଇଛି ଏହା ଟ୍ରେଲର, ଆଗକୁ ଭୟଙ୍କର

ତେବେ ସେହି ସୋରେ କରଣ କହିଥିଲେ କି ବରୁଣ ଓ ଆଲିଆ କେବଳ ଅନ ସ୍କ୍ରିନ ନୁହେଁ ପୁରା ଜୀବନ ମଧ୍ୟ ଖୁସିରେ ରହିପାରିବେ । ଯେତେବେଳେ ଏକ ଗେମ ମାଧ୍ୟମରେ କିଏ କାହାକୁ ପସନ୍ଦ ବୋଲି ପଚାରିଥିଲେ ତେବେ ବରୁଣ ଧୱନ ଦୀପିକା ପାଦୁକୋଣ (Deepika Padukone) ଙ୍କ କଥା କହିଥିବା ବେଳେ ଆଲିଆ କିନ୍ତୁ ବରୁଣଙ୍କୁ ନିଜର ଜୀବନସାଥୀ କରିବାକୁ ଚାହାଁନ୍ତି ବୋଲି କହିଥିଲେ । ମାତ୍ର ବରୁଣ ଆଲିଆଙ୍କୁ କେବଳ ନିଜର ଭଲ ସାଙ୍ଗ ଓ ଭଲ କୋ-ଷ୍ଟାର ବୋଲି ଆରମ୍ଭରୁ ଗ୍ରହଣ କରିଛନ୍ତି । ସୂଚନାନୁସାରେ, ଉଭୟେ ଫିଲ୍ମ ଷ୍ଟୁଡେଣ୍ଟ ଅଫ ଦ ଇୟର (Student Of the Year) ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେବେଠାରୁ ଉଭୟେ ଭଲ ସାଙ୍ଗ ହୋଇରହିଥିବା ନେଇ ବରୁଣ ନିଜ ବୟାନରେ କହିଛନ୍ତି । 

Also Read: ଇନ୍ଦିରା ଗାନ୍ଧୀ ହେବେ ବଲିଉଡ ଅଭିନେତ୍ରୀ କଙ୍ଗନା

ସେପଟେ ଅଭିନେତ୍ରୀ ଆଲିଆ ଭଟ୍ଟ କହିଛନ୍ତି ଯେ, ବରୁଣଙ୍କ ଗୋଟିଏ ଗୁଣ ତାଙ୍କୁ ବହୁତ ଖରାପ ଲାଗେ । ଆଉ ତାହା ହେଉଛି ଆଲିଆ ନିଜର ଯାହା ବି ସିକ୍ରେଟ ବରୁଣଙ୍କୁ କୁହନ୍ତି ବରୁଣ ତାହାକୁ କରଣ ଜୋହର (Karan Johar)ଙ୍କ ଆଗରେ କହିଦିଅନ୍ତି । ଯାହାଫଳରେ ଦୁହିଁଙ୍କ ଭିତରେ ଝଗଡ଼ା ତ ହୁଏ ହେଲେ ପରେ ସେମାନେ ପୁଣି ଥରେ ମିଶିଯାନ୍ତି। ଯାହା ଫଳରେ ଉଭୟେ ସର୍ବଦା ଭଲ ସାଙ୍ଗ ହୋଇରହିଥିଲେ ଆଗକୁ ମଧ୍ୟ ରହିବେ ବୋଲି କହିଛନ୍ତି ।