)
ନୂଆଦିଲ୍ଲୀ: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ତାଙ୍କ ମନ ମୁତାବକ ଜିନିଷ ମିଳିଯାଇଛି। ତାଙ୍କ ଘନିଷ୍ଠ ବାନ୍ଧବୀ ଜାଗୃତି ଶୁକ୍ଲାଙ୍କ କମେଣ୍ଟ ଆସିଛି। ଅନୁଭବ ତାଙ୍କ ବର୍ଷ ତଳର ଭିଡିଓ ଫେସବୁକରେ ସେୟାର କରିବା ପରେ ଜାଗୃତି ସେଥିରେ ନିଜର ମତାମତ ଦେଇଛନ୍ତି। ଫେସବୁକ ପୋଷ୍ଟରେ ଅନୁଭବ ଜାଗୃତିଙ୍କୁ ଟ୍ୟାଗ କରିଥିଲେ।
ଗତ ୧୯ ତାରିଖରେ ସାଂସଦ ଅନୁଭବ ମହାନ୍ତି (Anubhav Mohanty) ତାଙ୍କ ପାରିବାରିକ ବିବାଦକୁ ନେଇ ଫେସବୁକରେ ସିରିଜ ପୋଷ୍ଟ କରିଥିଲେ। ସେ ଏକ ନୋଟ ଲେଖିବା ସହ ଲଗାତାର ତିନୋଟି ଭିଡିଓ ସେୟାର କରିଥିଲେ। ଆଉ ଏହି ପୋଷ୍ଟ ମାଧ୍ୟମରେ ଅନୁଭବ ନିଜର ବର୍ଷେ ତଳର ବ୍ୟଥା ବଖାଣିଥିଲେ। ନିଜ ଘରେ ରହିବା ପାଇଁ ବର୍ଷା ଓ ପୋଲିସ ନିକଟରେ ତାଙ୍କୁ ନେହୁରା ହେବାକୁ ପଡିଥିଲା ବୋଲି ଅନୁଭବ କହିଥିଲେ। ଆଉ ଏହି ପୋଷ୍ଟରେ ସେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ (Varsha Priyadarshini) , ସୁପ୍ରିମକୋର୍ଟ ଓକିଲ ଅଶ୍ୱିନୀ ଦୁବେ, ସାମ୍ବାଦିକା ଜାଗୃତି ଶୁକ୍ଲା, ଫିଲ୍ମ ଡାଇରେକ୍ଟର ଦୀପିକା ନାରାୟଣ ଭରଦ୍ୱାଜ ଓ Men’s Day Out ନାମକ ଗଣମାଧ୍ୟମକୁ ମଧ୍ୟ ଟ୍ୟାଗ କରିଥିଲେ।
ଅନୁଭବଙ୍କ ଏହି ପୋଷ୍ଟ ଉପରେ ସାମ୍ବାଦିକା ଜାଗୃତି ଶୁକ୍ଲା (Jagrati Shukla) ନିଜର ମତାମତ ଦେଇଛନ୍ତି। ତେବେ ଜାଗୃତିଙ୍କ କମେଣ୍ଟକୁ ଦେଖିଲେ ମତାମତ ନୁହଁ ସମବେଦନା ଭଳି ମନେ ହେଉଛି। ଜାଗୃତି ଲେଖିଛନ୍ତି ଯେ, ଆପଣଙ୍କ ସହ କେବଳ ଓଡିଶା ନୁହଁ ପୁରା ଭାରତ ଅଛି। ଆପଣ ବିରୋଧିମାନେ ଅସୁରକ୍ଷିତ ଓ ଇର୍ଶାନ୍ୱେତ ମନେ କରୁଛନ୍ତି ଏବଂ ସେମାନେ ରାଜନୈତିକରେ ପ୍ରେରିତ ହୋଇ ଅନ୍ୟର ଇଙ୍ଗିତରେ ନାଚୁଛନ୍ତି। ଆପଣ ନିଜ ଘରେ ପଶିବାକୁ ଚାବି ମାଗୁଥିବା ଜାଣି ମୁଁ ହତାଶ ହୋଇଛି। #StopMisuseofWomenCentricLaws। ନିଜ ସୁବିଧା ପାଇଁ ଅପବ୍ୟବହାର ନକରିବାକୁ ଆମକୁ ସୁରକ୍ଷା ଦେବା ପାଇଁ (ମହିଳା) ପାଇଁ ୫୦ରୁ ଅଧିକ ଆଇନ ଅଛି ବୋଲି ଜାଗୃତି କହିଛନ୍ତି।
ସେହିପରି ଫିଲ୍ମ ଡାଇରେକ୍ଟର ଦୀପିକା ନାରାୟଣ ଭରଦ୍ୱାଜ ଅନୁଭବଙ୍କ ପୋଷ୍ଟରେ କମେଣ୍ଟ ଦେଇଛନ୍ତି, 'ଯେତେବେଳେ ଏହା ଆପଣଙ୍କ ଜୀବନ ଏବଂ ଆପଣଙ୍କ ପାରିବାରିକ ବିଷୟ, ତେଣୁ ନିଜକୁ ରକ୍ଷା କରିବା ପାଇଁ ବାହାରି ଯାଆନ୍ତୁ। ଯେଉଁମାନେ ଆପଣଙ୍କୁ ଜନ୍ମ ଦେଇଛନ୍ତି ସେମାନଙ୍କ ପ୍ରତି ଆପଣଙ୍କ ପ୍ରଥମ ଧର୍ମ। ଦେଖିବା ପାଇଁ ସମସ୍ତଙ୍କ ସାମ୍ନାରେ ସତ୍ୟ ଅଛି। ଯଦି ସେମାନେ ଏହା କରିପାରିବେ ନାହିଁ ତେବେ ତାହା ତାଙ୍କ ସମସ୍ୟା। ଅନୁଭାଭ ମହାନ୍ତି ଆପଣଙ୍କ ସହିତ ମୁଁ ଅଛି।'
ସୂଚନାଯୋଗ୍ୟ, ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ମାମଲାକୁ ବର୍ଷେରୁ ଊର୍ଦ୍ଧ୍ୱ ସମୟ ବିତିଲାଣି। ଗତ ୧୯ ତାରିଖ ରାତିରେ ଅନୁଭବ ତାଙ୍କ ଘରର ବର୍ଷେ ତଳର ସିସିଟିଭି ଭିଡିଓ ସେୟାର କରିଥିଲେ। ଆଉ ଏହି ଭିଡିଓରେ ସେ ଦାବି କରିଛନ୍ତି ଯେ, ନିଜ ଘରେ ପ୍ରବେଶ କରିବା ପାଇଁ ତାଙ୍କୁ ବର୍ଷା ପ୍ରିୟଦର୍ଶିନୀ ଓ ପୋଲିସ ନିକଟରେ ନେହୁରା ହେବାକୁ ପଡିଥିଲା। ସେହି ଘଟଣାକୁ ବର୍ଷେ ପୁରିଲାଣି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ନ୍ୟାୟ ପାଇନଥିବା ଅନୁଭବ କହିଛନ୍ତି।