• କୋଭିଡ ଡେଥ ଅଡ଼ିଟ କିଛି ବାକି ଅଛି: ନିରଞ୍ଜନ ମିଶ୍ର
  • ହାଇଦରକୁ ଏନ୍‌କାଉଣ୍ଟର ଘଟଣା
  • ନିଜ ଆଡ଼ୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିସନ
  • ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପି, ଜେଲ ଡିଜି, ପୋଲିସ କମିସନରଙ୍କୁ ରିପୋର୍ଟ ତଲବ
  • ସେପ୍ଟେ‌ମ୍ବର ୬ରେ ମାମଲାର ପରବର୍ତ୍ତୀ ଶୁଣାଣି
  • କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବି.ଏସ୍‌. ୟେଦିୟୁରପ୍ପା
  • କାରଗିଲ ବିଜୟ ଦିବସରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି କୋବିନ୍ଦ
  • ପୁରୀରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ବ୍ୟବସ୍ଥାର ଶୁଭାରମ୍ଭ
  • କରୋନା କଟକଣା ଭିତରେ ଶ୍ରେଣୀଗୃହରେ ବସି ପାଠପଢିଲେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ
  • ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଖୋଲିବାକୁ ନିଷ୍ପତ୍ତି ହୋଇଛି: ଗଣଶିକ୍ଷା ମନ୍ତ୍ରୀ

ଆଜି ପବିତ୍ର ଜନ୍ମାଷ୍ଟମୀ, ଅଧରାତିରେ ଧରାଧାମରେ ଅବତରଣ କରିବେ ଲୀଳାମୟ

Janmastami:ବେଦବାଣୀ ଓ ଜ୍ୟୋତିଷ ଗଣନା ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗର ଶେଷ ଆଡ଼କୁ ଧରାଧାମରେ ଅବତୀର୍ଣ୍ଣ ହୋଇଥିଲେ। ତାଙ୍କର ଲୀଳା ଧରାଧାମରେ ୧୨୫ ବର୍ଷ ୭ ମାସ ରହିଥିଲା।   

ଆଜି ପବିତ୍ର ଜନ୍ମାଷ୍ଟମୀ, ଅଧରାତିରେ ଧରାଧାମରେ ଅବତରଣ କରିବେ ଲୀଳାମୟ

ଭୁବନେଶ୍ୱର: ଆଜି ପବିତ୍ର ଜନ୍ମାଷ୍ଟମୀ। ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ। ଏଥିପାଇଁ ଧରାଧାମରେ ତାଙ୍କୁ ସ୍ୱାଗତ କରିବା ପାଇଁ ପୁରପଲ୍ଲୀ ବେଶ ଉତ୍ସବମୁଖର ହୋଇ ସାରିଲାଣି। ଭୁବନେଶ୍ୱରର ଇସ୍କନ ମନ୍ଦିର ହେଉ ଅବା ରାଜ୍ୟ ଅନ୍ୟ ଶ୍ରୀକୃଷ୍ଣଙ୍କ ମନ୍ଦିର, ଏପରିକି ପୁରୀର ଶ୍ରୀଜଗନ୍ନାଥ ମନ୍ଦିରରେ ମଧ୍ୟ ପ୍ରସ୍ତୁତ ହୋଇ ସାରିଲାଣି। ରାତ୍ରୀ ୧୨ ଘଟିକା ସମୟରେ ଧରାଧାମରେ ଜନ୍ମ ନେବେ ଶ୍ରୀକୃଷ୍ଣ। ବିଭିନ୍ନ ପ୍ରକାର ପିଠାପଣା କରି ଏହି ବ୍ରତକୁ ପାଳନ କରିଥାନ୍ତି ବ୍ରତଧାରୀ। କୁହାଯାଏ ହିନ୍ଦୁ ସଂସ୍କୃତିରେ ଏହି ଜନ୍ମାଷ୍ଟମୀ ବ୍ରତକୁ ପାଳନ କଲେ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ବିଶେଷକରି ନିଃସନ୍ତାନ ପିତାମାତାଙ୍କ ପାଇଁ ଜନ୍ମାଷ୍ଟମୀ ବ୍ରତ ଖୁବ ଫଳପ୍ରଦ ହୋଇଥାଏ। 

ବିଶ୍ୱାସ ରହିଛି ଯେ, ବେଦବାଣୀ ଓ ଜ୍ୟୋତିଷ ଗଣନା ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗର ଶେଷ ଆଡ଼କୁ ଧରାଧାମରେ ଅବତୀର୍ଣ୍ଣ ହୋଇଥିଲେ। ତାଙ୍କର ଲୀଳା ଧରାଧାମରେ ୧୨୫ ବର୍ଷ ୭ ମାସ ରହିଥିଲା। ତେବେ ଶ୍ରୀକୃଷ୍ଣଙ୍କ ଜୀବନର ଅନ୍ତିମ ଦିନ ଠାରୁ ହିଁ ଧରାଧାମରେ କଳିଯୁଗ ଆରମ୍ଭ ହୋଇଛି। ତେଣୁ ଆଜକୁ ୫୨୩୮ ବର୍ଷ ପୂର୍ବେ ଲୀଳାମୟ ପୁରୁଷୋତ୍ତମ ଏହି ଧରାଧାମରେ ଜନ୍ମ ନେଇଥିଲେ। 

ଖ୍ରୀଷ୍ଟପୂର୍ବ ୩୨୨୭ ପୂର୍ଣ୍ଣମାନ୍ତ ଭାଦ୍ର କୃଷ୍ଣ ଅଷ୍ଟମୀ ତିଥିରେ ତାଙ୍କର ଜନ୍ମ ହୋଇଥିଲା । କଂସଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦୀଶାଳାରେ କୃଷ୍ଣ ଜନ୍ମ ଲାଭ କରିଥିଲେ । ଧରାଧାମରେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା ବୋଲି କୁହାଯାଏ। 

ବର୍ଷା ଭିଜା ରାତିରେ ଭାଦ୍ର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥୀରେ ଶ୍ରୀକୃଷ୍ଣଙ୍କ ଜନ୍ମ ହୋଇଥିଲା। କଂସ ଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦୀଶାଳାରେ ଅଧରାତୀରେ ରୋହିଣୀ ନକ୍ଷତ୍ରରେ ସଂଯୋଗ ସମୟରେ ତାଙ୍କର ଜନ୍ମ ହୋଇଥିଲା। ତେବେ ଏହି ପବିତ୍ର ଜନ୍ମାଷ୍ଟମୀରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହୋଇଥାଏ। ସପ୍ତମୀ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ମଧ୍ୟ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ଏହା ପୂର୍ବରୁ ସନ୍ଧ୍ୟା ଧୂପ କରାଯାଇଥିଲା। ଏହା ସହିତ ଛଅମୂର୍ତ୍ତି ଅଳଙ୍କାର ମଧ୍ୟ ଲାଗି ହୋଇଥିଲା।