Advertisement
Article Detail0/zeeodisha/odisha861082

ପୁଣି କଙ୍ଗାନା-ତାପସୀ ମଧ୍ୟରେ ଖଣ୍ଡଯୁଦ୍ଧ!

ନିକଟରେ ତାପସୀ ପନ୍ନୁ ଓ ଅନୁରାଗ କଶ୍ୟପ (Anurag Kashyap) ଙ୍କ ଘରେ ଆୟକର ବିଭାଗ ଚଢଉ (IT raid) କରିଥିଲା। ଏହି ଚଢଉକୁ ନେଇ ଥପ୍ପଡ ଫେମ୍ ତାପସୀ ନିଜର ସ୍ପଷ୍ଟୀକରଣ ରଖିବା ପାଇଁ ଶନିବାର ସିରିଜ ଟ୍ୱିଟ କରିଛନ୍ତି।

ଡିଜାଇନ ଫଟୋ
ଡିଜାଇନ ଫଟୋ

ନୂଆଦିଲ୍ଲୀ: ପୁଣି ବଲିଉଡର ଦୁଇଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଯାଇଛି ଖଣ୍ଡଯୁଦ୍ଧ। ଆୟକର ବିଭାଗର ଚଢଉକୁ ନେଇ ଲଗାତାର ନିଜର ସଫେଇ ଦେବାକୁ ତାପସୀ ପନ୍ନୁ ପ୍ରୟାସ କରୁଛନ୍ତି। ସେପଟେ ବଲିଉଡ କ୍ୱିନ୍ କଙ୍ଗନା ରଣାୱତ ଅଯଥାରେ ମୁଣ୍ଡ ପୁରାଇଛନ୍ତି। ତାପସୀଙ୍କ ଟ୍ୱିଟରେ ସେ ପ୍ରତିକ୍ରିୟା ଦେଇ ତାଙ୍କୁ ସୁବୁ ଦୁଷ୍କର୍ମକାରୀଙ୍କ ନାରୀବାଦୀ ବୋଲି କହିଛନ୍ତି।  

ଅଭିନେତ୍ରୀ ତାପସୀ ପନ୍ନୁ (Taapsee Pannu) ଏବଂ କଙ୍ଗନା ରଣାୱତ (Kangana Ranaut)ଙ୍କ ମଧ୍ୟରେ ପୁଣି ତିକ୍ତତା ଆରମ୍ଭ ହୋଇଛି। ନିକଟରେ ତାପସୀ ପନ୍ନୁ ଓ ଅନୁରାଗ କଶ୍ୟପ (Anurag Kashyap) ଙ୍କ ଘରେ ଆୟକର ବିଭାଗ ଚଢଉ (IT raid) କରିଥିଲା। ଏହି ଚଢଉକୁ ନେଇ ଥପ୍ପଡ ଫେମ୍ ତାପସୀ ନିଜର ସ୍ପଷ୍ଟୀକରଣ ରଖିବା ପାଇଁ ଶନିବାର ସିରିଜ ଟ୍ୱିଟ କରିଛନ୍ତି। କିନ୍ତୁ ତାଙ୍କର ଏହି ଟ୍ୱିଟ୍ କଙ୍ଗନା ରଣାୱତଙ୍କ ହଜମ ହେଲା ନାହିଁ। ଆଉ ସେ ଅଦିନିଆ ଝଡ ପରି ଟ୍ୱିଟରରେ ବର୍ଷିଛନ୍ତି। 

Also Read: ଫୁସଫୁସରେ ନିଆଁ! ଶିମିଳିପାଳ ପରେ ଜଳୁଛି ଦକ୍ଷିଣ ଓଡି଼ଶା

Add Zee News as a Preferred Source

ତାପସୀ ଗୋଟିଏ ପରେ ଗୋଟିଏ, ଲଗାତାର ୩ଟି ଟ୍ୱିଟ୍ କରିଛନ୍ତି। ସେ ତାହାରି ମାଧ୍ୟମରେ ନିଜର ସଫେଇ ଦେବା ସହ ଆୟକରର କାର୍ଯ୍ୟାନୁଷ୍ଠାନ ଓ କଙ୍ଗନାଙ୍କ କଟାକ୍ଷ କରିଛନ୍ତି। ଚଢଉ କରାଯାଇଥିବା ବଙ୍ଗଳାର ଚାବି ପ୍ୟାରିସରେ କିଣାଯାଇଥିବା ଓ ୫ କୋଟିର ରିସିପ୍ଟକୁ ସେ ପୂର୍ବରୁ ମନାକରିଥିବା କହିଥିଲେ। ଏହା ବ୍ୟତୀତ ୨୦୧୩ରେ ଅର୍ଥମନ୍ତ୍ରୀ (Finance Minister) ଙ୍କ ଆଦେଶରେ ଏଭଳି ରେଡ ହୋଇଥିଲା। 'ମୁଁ ଶସ୍ତା ନୁହେଁ' ବୋଲି ମଧ୍ୟ ସେ ନିଜର ଟ୍ୱିଟରରେ କହିଛନ୍ତି। 

ତେବେ ତାପସୀଙ୍କ ଏହି ଟ୍ୱିଟ୍ (Tweet) କେଉଁଠି ନା କେଉଁଠି କଙ୍ଗନାଙ୍କୁ କଟାକ୍ଷ କରୁଥିଲା। ସେଥିପାଇଁ ସେ କାଳ ବିଳମ୍ବ ନ କରି ତାପସୀଙ୍କ ପାଲଟା ଆକ୍ରମଣ କରିଛନ୍ତି। କଙ୍ଗନା କହିଛନ୍ତି, 'ତୁମେ ସବୁବେଳେ ଶସ୍ତା ହେବ କାରଣ ତୁମେ ସମସ୍ତ ଦୁଷ୍କର୍ମକାରୀଙ୍କ ନାରୀବାଦୀ। ୨୦୧୩ରେ ଆପଣଙ୍କ ରିଙ୍ଗ୍ ମାଷ୍ଟର କାଶ୍ୟପଙ୍କ ଘରେ ମଧ୍ୟ ଟିକସ ଫାଙ୍କିବା ଅଭିଯୋଗରେ ଆୟକର ଚଢଉ କରିଥିଲା। ସରକାରଙ୍କ ରିପୋର୍ଟ ବାହାରକୁ ଆସିଛି, ଯଦି ତୁମେ ଦୋଷୀ ନୁହଁ, ତେବେ କୋର୍ଟକୁ ଯାଅ ଏବଂ କ୍ଲିନ ଚିଟ୍ ଆଣ। ଶସ୍ତା ଆସ। come on sasti ।'

Also Read: ଏଥର ଲିଙ୍ଗରାଜ ମନ୍ଦିରରେ ନିରାଡମ୍ବର ଜାଗର

ସୂଚନାଯୋଗ୍ୟ, କଙ୍ଗନା ରଣାୱତ ସବୁବେଳେ ମୋଦି ସରକାରଙ୍କ ସପକ୍ଷରେ ନିଜର ମତ ରଖନ୍ତି। ଅନ୍ୟପଟେ ଅନୁରାଗ କଶ୍ୟପ, ତାପସୀ ପନ୍ନୁ, ସ୍ୱରା ଭାସ୍କର ପରି କିଛି ବଲିଉଡ ସେଲିବ୍ରେଟି ବାମପନ୍ଥୀ ବିଚାରଧାରାକୁ ସମର୍ଥନ କରନ୍ତି। ନିକଟରେ ଅନୁରାଗ ଓ ତାପସୀ କୃଷକ ଆନ୍ଦୋଳନ (Farmers Protest) କୁ ସମର୍ଥନ ଜଣାଇଥିଲେ। ଯାହା ପରେ ତାଙ୍କ ଘରେ ଆୟକର ବିଭାଗ ଚଢଉ କରିଥିଲା। ଏହି ଚଢଉ ବେଳେ ଉଭୟ ଟ୍ୟାକ୍ସ ଫାଙ୍କିଥିବାର ଅନେକ ପ୍ରମାଣ ମିଳିଛି। 

About the Author