କୋର୍ଟ ଉପରେ ନାହିଁ କଙ୍ଗନାଙ୍କ ଭରସା
Advertisement

କୋର୍ଟ ଉପରେ ନାହିଁ କଙ୍ଗନାଙ୍କ ଭରସା

କଙ୍ଗନାଙ୍କ ଓକିଲ କହିଛନ୍ତି ଯେ, କଙ୍ଗନା ଆନ୍ଧେରି କୋର୍ଟ ଉପରେ ବିଶ୍ୱାସ କରନ୍ତି ନାହିଁ। ଏଥିପାଇଁ ସେ ଏହି ମାମଲା ସ୍ଥାନାନ୍ତର କରିବାକୁ ଆବେଦନ କରିବେ।

ଡିଜାଇନ୍ ଫଟୋ

ମୁମ୍ବାଇ: ଅଦାଲତ ଉପରେ ନାହିଁ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଭରସା। କଙ୍ଗନାଙ୍କ ବିରୋଧରେ ଗୀତିକାର ଜାଭେଦ ଅଖତର ମାନହାନି ମକଦ୍ଦମା ଦାୟର କରିଛନ୍ତି। ଆଜି ଅର୍ଥାତ୍ ସୋମବାର ଅଭିନେତ୍ରୀ ଆନ୍ଧେରି କୋର୍ଟରେ ହାଜର ହୋଇଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୫ରେ ହେବ। କଙ୍ଗନାଙ୍କ ଓକିଲ କହିଛନ୍ତି ଯେ, କଙ୍ଗନା ଆନ୍ଧେରି କୋର୍ଟ ଉପରେ ବିଶ୍ୱାସ କରନ୍ତି ନାହିଁ। ଏଥିପାଇଁ ସେ ଏହି ମାମଲା ସ୍ଥାନାନ୍ତର କରିବାକୁ ଆବେଦନ କରିବେ।

ଅଭିନେତ୍ରୀ କଙ୍ଗନା ରଣାୱତ ନିର୍ଯାତନାର ଧାରା ୩୮୪ ଅନୁଯାୟୀ ଜାଭେଦ ଅଖତର (Javed Akhtar) ଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଅକ୍ଟୋବର ଏକ ତାରିଖରେ ଏହି ମାମଲାର ଶୁଣାଣି ହେବ। ଏହି ମାମଲାରେ କଙ୍ଗନାଙ୍କ ଓକିଲ ରିଜୱାନ ସିଦ୍ଦିକି କହିଛନ୍ତି, 'କଙ୍ଗନାଙ୍କ ଅଭିଯୋଗ ବହୁ ପୁରୁଣା। ବିନା କାରଣରେ କଙ୍ଗନା ଏବଂ ରଙ୍ଗୋଲିଙ୍କୁ ଜାଭେଦ ଅଖତରଙ୍କ ଘରକୁ ଡକାଯାଇଥିଲା। ସେମାନଙ୍କୁ ଧମକ ଦିଆଯାଇଥିଲା କିନ୍ତୁ କଙ୍ଗନା କୌଣସି ଅଭିଯୋଗ ଦାଖଲ କରିନଥିଲେ। ଆଜି ଆମେ ଏହାକୁ କୋର୍ଟରେ ଦାଖଲ କରିଛୁ। ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯାଇଛି ବୋଲି କୋର୍ଟ କଙ୍ଗନାଙ୍କୁ ଦୁଇଥର ଧମକ ଦେଇଥିଲେ। କୌଣସି କାରଣ ନ ଥାଇ ମଧ୍ୟ କଙ୍ଗନାଙ୍କୁ କୋର୍ଟକୁ ଡାକିଥିଲେ। କୋର୍ଟରେ ଗଣମାଧ୍ୟମ ଉପସ୍ଥିତ ଥିବା ଜାଣି ସେମାନଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରାଯାଇପାରେ। ଆମେ ଏହି ବିଚାରପତିଙ୍କ ନିକଟରେ ହାଜର ହେବାକୁ ଚାହୁଁନାହୁଁ।'

Also Read: ବିରାଟଙ୍କ ଉପରେ ବଢୁଛି ବୋଝ! T20 ପରେ ଛାଡ଼ିବେ RCBର ଅଧିନାୟକତ୍ୱ

ଅସୁସ୍ଥତା କାରଣ ଦର୍ଶାଇ ଗତ ଶୁଣାଣିରେ କଙ୍ଗନା (Kangana Ranaut) କୋର୍ଟରେ ହାଜର ହୋଇନଥିଲେ। ତା’ପରେ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ କୋର୍ଟ କଙ୍ଗନା ରଣାୱତଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ତାଙ୍କୁ ମାନହାନୀ ମାମଲା (defamation case) ର ଶୁଣାଣି ପାଇଁ ପରବର୍ତ୍ତୀ ତାଲିଖ ଦେଇଥିଲେ। ଏହା ସହିତ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଯଦି ସେ ପରବର୍ତ୍ତୀ ଶୁଣାଣିରେ ହାଜର ନ ହୁଅନ୍ତି, ତା’ହେଲେ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯାଇପାରିବ। ଏହି କାରଣରୁ, କଙ୍ଗନା ଏହି ମାମଲାରେ ଫସି ରହିଥିବା ଦେଖାଯାଇଥିଲା।

ସେପ୍ଟେମ୍ବର ୧୪ରେ ହୋଇଥିବା ଶୁଣାଣିରେ କଙ୍ଗନା ନ ଆସିବା ପରେ କୋର୍ଟ କୋଠର ଶବ୍ଦ ବ୍ୟବହାର କରିଥିଲେ। ଶୁଣାଣିରେ କଙ୍ଗନାଙ୍କ ଓକିଲ ରିଜୱାନ ସିଦ୍ଦିକି, କଙ୍ଗନାଙ୍କ ଡାକ୍ତରୀ ରିପୋର୍ଟ ଉପସ୍ଥାପନ କରିଥିଲେ ଯେଉଁଥିରେ କୋରୋନା (Coronavirus) ସଂକ୍ରମଣର ଲକ୍ଷଣ ଦେଖାଯାଉଥିବା କୁହାଯାଇଥିଲା। ଏହି କାରଣରୁ ସେ କୋର୍ଟରେ ହାଜର ହୋଇପାରିନଥିଲେ। କଙ୍ଗନାଙ୍କ ଓକିଲ କହିଛନ୍ତି ଯେ, ତାଙ୍କ ଚଳଚ୍ଚିତ୍ର 'ଥାଲାଇଭି'ର ପ୍ରମୋସନ ହେତୁ ସେ ଗତ ୧୫ ଦିନ ମଧ୍ୟରେ ଅନେକ ଲୋକଙ୍କୁ ଭେଟିଥିଲେ, ଯେଉଁଥିପାଇଁ ଏପରି ଲକ୍ଷଣ ଦେଖାଦେଇଥିଲା। ଏଭଳି ପରିସ୍ଥିତିରେ ତାଙ୍କ ଓକିଲ ୭ ଦିନ ପାଇଁ ସମୟ ମାଗିଥିଲେ।

Also Read: Jacqueline Fernandezଙ୍କ ବଡ଼ ଖୁଲାସା; ସାମନାକୁ ଆସିଲା Crushଙ୍କ ନାଁ, Blind dateକୁ ନେଇ କହିଲେ

କଙ୍ଗନା ରଣାୱତ ଏକ ଟିଭି ସାକ୍ଷାତକାରରେ ଜାଭେଦ୍ ଅଖତରଙ୍କ ମାନହାନୀ ପରି ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଭିତ୍ତିହୀନ ଅଭିଯୋଗ ପାଇଁ ଗତବର୍ଷ ନଭେମ୍ବରରେ ଜାଭେଦ ଅଖତର, ଆନ୍ଧେରି ମହାନଗର ନିଗମର ମାଜିଷ୍ଟ୍ରେଟଙ୍କ ନିକଟରେ ଅଭିଯୋଗ କରିଥିଲେ। ଡିସେମ୍ବର ୨୦୨୦ରେ, ମାଜିଷ୍ଟ୍ରେଟ୍ କୋର୍ଟ ଜୁହୁ ପୋଲିସକୁ କଙ୍ଗନାଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତା’ପରେ ତାଙ୍କ ବିରୋଧରେ ମାମଲାର ତଦନ୍ତ ଆରମ୍ଭ ହୋଇଥିଲା। ଚଳିତବର୍ଷ ଫେବୃଆରୀରେ ଅଭିନେତ୍ରୀଙ୍କ ବିରୋଧରେ ସମନ ଜାରି କରାଯାଇଥିଲା। ଅଖତର ତାଙ୍କ ଅଭିଯୋଗରେ ଦାବି କରିଛନ୍ତି ଯେ, ଗତବର୍ଷ ଜୁନରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ କଙ୍ଗନା ଏକ ସାକ୍ଷାତକାର ଦେଇଥିଲେ ଯେଉଁଥିରେ ଜାଭେଦ ଅଖତରଙ୍କ ନାମ ଟାଣାଯାଇଥିଲା।