ଟ୍ୱିଟର ଆକାଉଣ୍ଟ ହଟାଇଲା ପରେ ଏମିତି କହିଲେ କଙ୍ଗନା
Advertisement

ଟ୍ୱିଟର ଆକାଉଣ୍ଟ ହଟାଇଲା ପରେ ଏମିତି କହିଲେ କଙ୍ଗନା

ଅଭିନେତ୍ରୀ କଙ୍ଗନା ରଣାୱତ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ୍ ରୁହନ୍ତି। ସେ ପ୍ରାୟତଃ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ଏବଂ ହିନ୍ଦୁତ୍ୱକୁ ନେଇ ଟ୍ୱିଟରରେ ଲେଖନ୍ତି। ଯହାକୁ ନେଇ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଥାଏ।

ଫାଇଲ ଫଟୋ

ନୂଆଦିଲ୍ଲୀ: ପୁଣି ବିବାଦରେ ବଲିଉଡ କ୍ୱିନ୍ କଙ୍ଗାନା ରଣାୱତ। କିନ୍ତୁ ଏଥର ତାଙ୍କୁ ଟିକେ ମହଙ୍ଗା ପଡିଛି। ଆଜି ଟ୍ୱିଟର ତାଙ୍କର ଆକାଉଣ୍ଟକୁ ସ୍ଥାୟୀଭାବରେ ବାତିଲ କରିଛି। ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ହିଂସାତ୍ମକ ବୟାନ ଦେଇଥିବା ନେଇ ଟ୍ୱିଟର ଇଣ୍ଡିଆ ଏହି ପଦକ୍ଷେପ ନେଇଛି। ସେପଟେ ନିଜ ଆକାଉଣ୍ଟ ବନ୍ଦ ହେବା ପରେ କଙ୍ଗନା, ଆମେରିକା ଉପରେ ବର୍ଷିଛନ୍ତି।

ଅଭିନେତ୍ରୀ କଙ୍ଗନା ରଣାୱତ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ୍ ରୁହନ୍ତି। ସେ ପ୍ରାୟତଃ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ଏବଂ ହିନ୍ଦୁତ୍ୱକୁ ନେଇ ଟ୍ୱିଟରରେ ଲେଖନ୍ତି। ଯହାକୁ ନେଇ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଥାଏ। ବିଶେଷ କରି ରାଜନୀତି ଉପରେ କଙ୍ଗନା ନିଜର ମନ୍ତବ୍ୟ ରଖନ୍ତି। କିନ୍ତୁ ଏଥର କଙ୍କନାଙ୍କୁ ନିଜର ବାକ୍ ସ୍ୱାଧିନତା ମହଙ୍ଗା ପଡିଛି। ଟ୍ୱିଟର ଇଣ୍ଡିଆ ତାଙ୍କ ଆକାଉଣ୍ଟକୁ ସ୍ଥାୟୀ ରୂପେ ବାତିଲ କରିଛି।

Also Read: ଗଡସେ ପ୍ରେମରେ କଙ୍ଗନା! ଟ୍ୱିଟରରେ ଆସିଲା ଏମିତି ରିଆକ୍ସନ୍

କୃଷକ ଆନ୍ଦୋଳନ ଆରମ୍ଭରୁ କଙ୍ଗନା ରଣାୱତ (Kangana Ranaut) ନିଜର ଟ୍ୱିଟକୁ ନେଇ ବିବାଦରେ ରହୁଥିଲେ। ନିକଟରେ ସରଥିବା ୫ ରାଜ୍ୟର ନିର୍ବାଚନରେ ମଧ୍ୟ ସେ ଖୁଲମଖୁଲା ବିଜେପି ତଥା ମୋଦି ସରକାର (Modi Govt) ଙ୍କ ସମର୍ଥନ କରିଥିଲେ। ସେ ବିଶେଷ କରି ପଶ୍ଚିମବଙ୍ଗ (West Bengal Election) ଉପରେ ଅଧିକ ଫୋକସ କରିଥିଲେ। ସେଥିପାଇଁ ବୋଧେ ନିରାବଚନ ସମୟରେ ଓ ଫଳାଫଳ ବାହାରିବା ପରେ କଙ୍ଗନା ଲଗାତାର ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ କରୁଥିଲେ।

fallback

ନିର୍ବାଚନ ପରେ ପଶ୍ଚିମବଙ୍ଗରେ ହୋଇଥିବା ହିଂସା (West Bengal Violance) କୁ ନେଇ କଙ୍ଗନା କିଛି ଟ୍ୱିଟ୍ କରିଥିଲେ। ସେଥିମଧ୍ୟରୁ ଗୋଟିଏରେ ଲେଖିଥିଲେ, 'ଏହା ଭୟଙ୍କର ଅଟେ... ଗୁଣ୍ଡାଙ୍କୁ ମାରିବା ପାଇଁ ଆମକୁ ସୁପର ଗୁଣ୍ଡା ଆହଶ୍ୟକ। ସେ ଜଣେ ଉନ୍ମୁକ୍ତ ରାକ୍ଷସ, ମୋଦିଜୀ ଦୟାକରି ତାକୁ ବସ କରିବାକୁ ୨୦୦୦ ମସିହା ପୂର୍ବର ବିରାଟ ରୂପ ଦେଖାନ୍ତୁ...।' ଏପରି କି ସେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଅପିଲ କରିଥିଲେ।

Also Read: ପୂର୍ବତନ Porn starଙ୍କ ଟାର୍ଗେଟରେ କଙ୍ଗନା? MEA ଦେଲା ଏମିତି ପ୍ରତିକ୍ରିୟା

କଙ୍ଗନାଙ୍କ ଏହି ଟ୍ୱିଟ୍ ପରେ ଟ୍ୱିଟର ତାଙ୍କ ଆକାଉଣ୍ଟ ସସ୍ପେଣ୍ଟ କରିଛି। ଟ୍ୱିଟର ମାଧ୍ୟମରେ ଅଭିନେତ୍ରୀ ଅନେକ ହିଂସାତ୍ମକ ପୋଷ୍ଚ କରୁଥିବା କମ୍ପାନୀ ଅଭିଯୋଗ ଆଣିଛି। ତେବେ ଏହା ପ୍ରଥମ ଥର ନୁହଁ, ପୂର୍ବରୁ ଅନେକ ବାର କଙ୍ଗନାଙ୍କ ଆକାଉଣ୍ଟ (Twitter Account) ବନ୍ଦ କରାଯାଇଥିଲା। କିନ୍ତୁ ଏବେ ସ୍ଥାୟୀ ରୂପେ ବନ୍ଦ ହୋଇଛି। କିଛି ମାସ ପୂର୍ବେ ତାଙ୍କ ଭଉଣୀ ରଙ୍ଗୋଲିଙ୍କ ଟ୍ୱିଟର ଆକାଉଣ୍ଟ ମଧ୍ୟ ବାତିଲ ହୋଇଥିଲା।

fallback

ନିଜ ଟ୍ୱିଟର ଆକାଣ୍ଟ ବନ୍ଦ ହେବା ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି, 'ଟ୍ୱିଟର ମୋର ଏହି କଥାକୁ ନେଇ ପୁଣି ପ୍ରମାଣିତ କରିଛି ଯେ, ସେ ଆମେରିକୀୟ। ଆମେରିକୀୟମାନେ ଜନ୍ମରୁ ଶ୍ୟାମଳ ଲୋକଙ୍କୁ ନିଜର ଗୁଲାମ କରିବା ମାନସିକତା ରଖନ୍ତି। ସେମାନେ କୁହୁଛନ୍ତି କି, ଆପଣ କଣ କାମ କରିବେ, କଣ ଚିନ୍ତା କରିବେ ଅଥବା କଣ କହିବେ। ସ୍ୱଭାଗ୍ୟବଶତଃ ମୋ ପାଖରେ ଅନେକ ବିକଳ୍ପ ଅଛି, ଯାହା ମାଧ୍ୟମରେ ମୁଁ ମୋର ସ୍ୱର ଉଠାଇବା ସହ ଫିଲ୍ମର ପ୍ରଚାର କରିପାରିବି।'

Also Read: ପିଆଜ ଖାଇ ଟ୍ରୋଲ ହେଲେ କଙ୍ଗନା

ସେପଟେ ଅଭିନେତ୍ରୀଙ୍କ ଟ୍ୱିଟର ଆକାଉଣ୍ଟ ବନ୍ଦ ପରେ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଛି। କିଛି ଲୋକ କଙ୍ଗନାଙ୍କ ସପକ୍ଷରେ ଥିବା ବେଳେ ଅନେକ ଟ୍ୱିଟରର ପଦକ୍ଷେପକୁ ସ୍ୱାଗତ କରୁଛନ୍ତି। ନାନା ପ୍ରକାରର ମିମ୍ ଏବେ ଟ୍ରଣ୍ଡ ହେବାରେ ଲାଗିଛି। ତେବେ ପୁଣି ଥରେ କଙ୍ଗନାଙ୍କ ୩ ମିଲିୟନ ଫଲୋୱର୍ସ ଥିବା ଆକାଉଣ୍ଟକୁ ଆକ୍ଟିଭ କରିବ ନା ସବୁଦିନ ପାଇଁ ବନ୍ଦ କରିଦେବ ତାହାକୁ ନେଇ ପ୍ରଶ୍ନ ଉଠୁଛି।