ବିରାଟ କୋହଲିଙ୍କୁ ଝଟକା: ନୋଟିସ କଲେ କେରଳ ହାଇକୋର୍ଟ
Advertisement

ବିରାଟ କୋହଲିଙ୍କୁ ଝଟକା: ନୋଟିସ କଲେ କେରଳ ହାଇକୋର୍ଟ

ମୁଖ୍ୟ ବିଚାରପତି ଏସ ମଣିକୁମାରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ କେବଳ କ୍ୟାପଟେନ କୋହଲି ନୁହଁନ୍ତି ବରଂ ଅଭିନେତା ଅଜୁ ବର୍ଗୀଜ ଓ ସାଉଥ ହିରୋଇନ ତମନ୍ନା ଭାଟିଆଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି ।

ବିରାଟ କୋହଲିଙ୍କୁ ଝଟକା: ନୋଟିସ କଲେ କେରଳ ହାଇକୋର୍ଟ

ନୂଆଦିଲ୍ଲୀ: କ୍ରିକେଟ ଜଗତ ହେଉ ବା ସୋସିଆଲ ମିଡିଆ ଏବେ ସଦାସର୍ବଦା ଚର୍ଚ୍ଚାରେ ରହିଥାନ୍ତି ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି । ହେଲେ ଏବେ କୌଣସି ସଫଳତା ନୁହେଁ ବରଂ ବିବାଦକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ବିରାଟ । କେରଳ ହାଇକୋର୍ଟ ଏକ ଯାଚିକାର ଶୁଣାଣି କରି ଭାରତୀୟ କ୍ରିକେଟ ଟିମ କ୍ୟାପଟେନ କୋହଲି ଓ ରାଜ୍ୟ ସରକାରଙ୍କୁ ବୁଧବାର ନୋଟିସ ଜାରି କରିଛନ୍ତି । ରାଜ୍ୟରେ ଅନଲାଇନ ଜୁଆ ଖେଳରେ ପ୍ରତିବନ୍ଧକ ଲଗାଇବାକୁ ଅନୁରୋଧ କରିଛନ୍ତି । ମୁଖ୍ୟ ବିଚାରପତି ଏସ ମଣିକୁମାରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ କେବଳ କ୍ୟାପଟେନ କୋହଲି ନୁହଁନ୍ତି ବରଂ ଅଭିନେତା ଅଜୁ ବର୍ଗୀଜ ଓ ସାଉଥ ହିରୋଇନ ତମନ୍ନା ଭାଟିଆଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି ।

ସୂଚନାନୁସାରେ, ଏହି ତିନି ଜଣ ସେଲିବ୍ରିଟି ହେଉଛନ୍ତି ଅନଲାଇନ୍ ରମି ଖେଳ (Online Rummy Game) ର ବ୍ରାଣ୍ଡ ଆମ୍ବାସାଡର । ଆବେଦନକାରୀ ପାଉଲି ଭଡାକାନ ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ଅନଲାଇନ୍ ଜୁଆ (Online gambling) ଖେଳିବାର ଆଶଙ୍କା ବହୁ ମାତ୍ରାରେ ବଢିବାରେ ଲାଗିଛି ଏବଂ ଏହାର ପ୍ରଥମ ପୀଡିତ ବ୍ୟକ୍ତି ହେଉଛନ୍ତି ମଧ୍ୟମ ଏବଂ ସ୍ୱଳ୍ପ ଆୟକାରୀ, ଯେଉଁମାନେ ସହଜରେ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି। ଆବେଦନକାରୀ କହିଛନ୍ତି ଯେ, ରାଜ୍ୟରେ ଏପରି ଅନେକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଲୋକମାନେ ଠକାମି (Fraud)ର ବି ଶିକାର ହୋଇଛନ୍ତି । 

Also Read: ଖାଲି ହେଉଛି ଧାରଣାସ୍ଥଳ; ରଦ୍ଦ ହେବ କୃଷକଙ୍କ ସଂସଦ ମାର୍ଚ୍ଚ!

ଥିରୁବନନ୍ତପୁରମ୍ ଜିଲ୍ଲାର କଟକଡାଡାର ଜଣେ ୨୮ ବର୍ଷ ବୟସ୍କା ବ୍ୟକ୍ତିଙ୍କ ଆତ୍ମହତ୍ୟା (Suicide) ସମ୍ପର୍କରେ ଆବେଦନକାରୀ କହିଛନ୍ତି ଯେ, ଏହି ବ୍ୟକ୍ତି ଅନଲାଇନ୍ ଜୁଆ ଖେଳ (Online Gambling Game) ଜାଲରେ ପଡ଼ି ୨୧ ଲକ୍ଷ ଟଙ୍କାର ଋଣରେ ବୁଡ଼ିଥିଲେ ଯେଉଁଥିପାଇଁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ । ଆବେଦନରେ ଦର୍ଶାଯାଇଛି ଯେ, ଭାରତୀୟ ଟିମର କ୍ୟାପଟେନ ବିରାଟ କୋହଲି (Captain Virat Kohli) , ଅଭିନେତ୍ରୀ ତମନ୍ନା ଭାଟିଆ (Tammana Bhatia) ଏବଂ ବର୍ଗୀଜଙ୍କ ସମେତ ସେଲିବ୍ରିଟିଙ୍କ ଦ୍ୱାରା ଏହି ପ୍ଲାଟଫର୍ମଗୁଡିକ ମିଥ୍ୟା ପ୍ରତିଶ୍ରୁତି ଦେଇ ଦର୍ଶକଙ୍କୁ ଆକର୍ଷିତ କରିଥାଏ । ବାସ୍ତବରେ ଏହିପରି ଜିତିବାର ସମ୍ଭାବନା କାହା ପାଇଁ ସ୍ୱଳ୍ପ, ତେଣୁ ଏହିପରି ଖେଳ ଗୁଡିକରେ ଜଣେ ସାଧାରଣ ଲୋକ ଫସିଯାଇଥାଏ ।

Also Read:ଦୁଇ ଝିଅଙ୍କ ମୃତଦେହ ପାଖେ ବସି ଗୀତ ଗାଇ ନାଚିଲେ ମାଆ, ଜାଣନ୍ତୁ କାହିଁକି ?

ଅନଲାଇନ୍ ଜୁଆ ଖେଳକୁ ନିଷିଦ୍ଧ କିମ୍ବା ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଇଛି ଯାହା ମୋବାଇଲ୍ ଫୋନ୍ (Mobile Phone), କମ୍ପ୍ୟୁଟର, ଲାପଟପ୍ ଏବଂ ଅନ୍ୟାନ୍ୟ ଯୋଗାଯୋଗ ଉପକରଣ ସମେତ ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର କରି ଅନଲାଇନରେ ଚାଲିଥାଏ।