• ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
  • IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ
  • କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା
  • ବିଜୁ ଯୁବ ଜନତା ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିବା କଳ୍ପତରୁ ଓଝାଙ୍କୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ ।
  • କଟକରେ ଭାଙ୍ଗିଲା ରେଳବାଇ କ୍ରସିଂ ଆଙ୍ଗେଲ୍‌, ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ।
  • ଆଠଗଡ଼ରେ ଥିବା ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ
  • ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ
  • ହାଇକୋର୍ଟରେ ଯାଜପୁର ବିରଜା ମନ୍ଦିର ରଥଯାତ୍ରା ମାମଲା । ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ । ଅକ୍ଟୋବର ୮କୁ ଘୁଞ୍ଚିଲା ଶୁଣାଣୀ ।
  • ଉଲ୍ଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କ ନିୟମିତ ଜାମିନ ଖାରଜ ।
  • ୩ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର, ୧ ଅକ୍ଟେବରରୁ ୩ ମାସ ଅନ୍ତରୀଣ ଜାମିନରେ ଦୀପକ ।

୫୩ରେ ଚମକୁଛନ୍ତି ଖିଲାଡି ଷ୍ଟାର ଅକ୍ଷୟ କୁମାର

ଅକ୍ଷୟ ବଲିଉଡରେ ପ୍ରବେଶ କରିବା ପୂର୍ବରୁ ବ୍ୟାଙ୍କଙ୍କ ଯାଇ, ସେଠାରେ ତାଇକୋଣ୍ଡା (Taekwondo), ମାର୍ସିଆଲ ଆର୍ଟରେ (Martial Art) ସ୍ୱତନ୍ତ୍ର ଟ୍ରେନିଂ ନେଇଥିଲେ । ସେଠାରେ ଜଣେ କୁକ୍ ଭାବେ ମଧ୍ୟ କାମ କରୁଥିଲେ । 

୫୩ରେ ଚମକୁଛନ୍ତି ଖିଲାଡି ଷ୍ଟାର ଅକ୍ଷୟ କୁମାର

ନୂଆଦିଲ୍ଲୀ(ଜିନୁ ଜେନା): ୫୩ ବର୍ଷରେ ପାଦ ଥାପିଲେ ବଲିଉଡ ଖିଲାଡି ଷ୍ଟାର ଅକ୍ଷୟ କୁମାର । ଜନ୍ମଦିନ ଅବସରରେ ତାଙ୍କ ନିକଟକୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ୧୯୬୭ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଅକ୍ଷୟ କୁମାର । 

ଏଠାରେ ସୂଚନା ଥାଉ କି ଅକ୍ଷୟ ବଲିଉଡରେ ପ୍ରବେଶ କରିବା ପୂର୍ବରୁ ବ୍ୟାଙ୍କଙ୍କ ଯାଇ, ସେଠାରେ ତାଇକୋଣ୍ଡା (Taekwondo), ମାର୍ସିଆଲ ଆର୍ଟରେ (Martial Art) ସ୍ୱତନ୍ତ୍ର ଟ୍ରେନିଂ ନେଇଥିଲେ । ସେଠାରେ ଜଣେ କୁକ୍ ଭାବେ ମଧ୍ୟ କାମ କରୁଥିଲେ । ଭାରତ ଫେରିବା ପରେ ସେ ମଡେଲିଂରେ ପାଦ ରଖିଥିଲେ । ହେଲେ ଅକ୍ଷୟଙ୍କୁ ପ୍ରଥମେ ଅଭିନୟର ସୁଯୋଗ ମିଳିଲା ୧୯୯୧ ମସିହାର 'ସୌଗନ୍ଧ' ଫିଲ୍ମରେ । 

ଆଉ ଏହାପରେ ସେ ଆଉ ପଛକୁ ଚାହିଁ ଦେଖି ନାହାଁନ୍ତି । 'ମୋହରା', 'ତୁ ଖିଲାଡି ମେ ଅନାଡି', 'ଫିର ହେରା ଫେରି', 'ମୁଝସେ ସାଦି କରୋଗି', 'ଖାକି', 'କେଶରୀ', 'ଟଏଲେଟ', 'ପ୍ୟାଡମ୍ୟାନ', 'ହାଉସଫୁଲ ୩', 'ରୁସ୍ତମ', 'ମିଶନ ମଙ୍ଗଲ' ଭଳି ଚଳଚ୍ଚିତ୍ରରେ ଅଭିନୟ କରି ସେ ଦର୍ଶକଙ୍କ ମନରେ ରାଜ୍ କରିଛନ୍ତି । ଆଜିକାଲି ଅକ୍ଷୟ କୁମାରଙ୍କୁ ଦେଶଭକ୍ତି ସିନେମା ଗୁଡିକରେ ଦେଖିବାକୁ ମିଳୁଛି । 

କେବଳ ଆକ୍ସନ ନୁହେଁ କମେଡି, ରୋମାନ୍ସ ଫିଲ୍ମ ମଧ୍ୟ କରିଛନ୍ତି। ଜଣେ ଓ୍ଵେଟରରୁ ବଲିଉଡ ସୁପରଷ୍ଟାର ଭାବେ ତାଙ୍କର ଜୀବନର ଲମ୍ବା ଯାତ୍ରା ଥିଲା ବେଶ୍ ସଂଘର୍ଷମୟ। ମନୋବଳ ଓ କଠିନ ପରିଶ୍ରମ ସାଙ୍ଗକୁ ଅକ୍ଷୟଙ୍କ କଡା ଅନୁଶାସନ ତାଙ୍କୁ ଆଜି ଏ ସ୍ଥାନରେ ଆଣି ପହଞ୍ଚାଇଛି । ଆଜି ବଲିଉଡର ଏହି ସୁପରଷ୍ଟାରଙ୍କ ଜନ୍ମଦିନରେ ତାଙ୍କୁ ଅନେକ ବଲିଉଡ୍ ଷ୍ଟାର ଶୁଭେଚ୍ଛା ଜଣାଇଛନ୍ତି ।