• ବଦଳିଲେ BMC କମିସନର ପ୍ରେମଚନ୍ଦ୍ର ଚୌଧୁରୀ
  • ୧୯୯୭ ବ୍ୟାଚ୍ IAS ସଞ୍ଜୟ କୁମାର ସିଂ ହେଲେ BMC କମିଶନର
  • ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ଦାୟିତ୍ବ
  • BMC ପକ୍ଷରୁ ଆରମ୍ଭ ହେଲା ଡ୍ରାଇଭ ଇନ୍ ଟେଷ୍ଟିଂ
  • ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ୪୮ ହଜାର ୪୨୧
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୦୫ ଜଣଙ୍କ ଜୀବନ
  • ରାଜ୍ୟରେ ଆଜି ୧୭ ଜଣଙ୍କ ମୁଣ୍ଡ ନେଲା କୋରୋନା
  • ରାଜ୍ୟରେ ଆଜି ୧୦ ହଜାର ୯୮୨ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଆଜିଠୁ ତେଲଙ୍ଗାନାରେ ୧୦ ଦିନିଆ ଲକ୍‌ଡାଉନ୍
  • ସାଧୁସନ୍ଥ, ଭିକାରୀ, କଏଦୀ ଓ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ହେବ ଟିକାକରଣ

IPL 2021 : KKRର ଦମଦାର ଓପନିଂ, ୧୦ ରନରେ SRH ପରାସ୍ତ

ରବିବାର ସନ୍ ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ କୋଲକାତା ବିଜୟ ହୋଇଛି। ୧୦ ରନରେ ହାଇଦ୍ରାବାଦକୁ ହରାଇ IPL 2021ରେ ନିଜର ଅଭିଯାନ ଆରମ୍ଭ କରିଛି। 

IPL 2021 : KKRର ଦମଦାର ଓପନିଂ, ୧୦ ରନରେ SRH ପରାସ୍ତ
ସୌ- ସୋସିଆଲ ମିଡିଆ

ଚେନ୍ନାଇ: କୋଲକାତା ନାଇଟ୍ ରାଇଡର୍ସ ଚଳିତ IPL 2021ରେ ଦମଦାର ଓପନିଂ କରିଛି। ରବିବାର ସନ୍ ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ କୋଲକାତା ବିଜୟ ହୋଇଛି। ୧୦ ରନରେ ହାଇଦ୍ରାବାଦକୁ ହରାଇ IPL 2021ରେ ନିଜର ଅଭିଯାନ ଆରମ୍ଭ କରିଛି। 

କୋଲକାତା (KKR) ପକ୍ଷରୁ ନୀତୀଶ ରାଣା (Nitish Rana) ଏବଂ ଶୁଭମାନ ଗିଲ (Subhman Gill) ଏକ ଭଲ ଓପନିଂ କରିଥିଲେ। ଶୁଭମାନ ଗିଲ ୧୩ ବଲରେ ୧୫ ରନ କରି ରଶିଦ ଖାନଙ୍କ ବଲରେ ବୋଲ୍ଡ ହୋଇଥିଲେ। ଏହା ପରେ ରାହୁଲ ତ୍ରିପାଠୀ ଦୃଢ ବ୍ୟାଟିଂ କରି ୨୯ ବଲରୁ ୫ଟି ଚୌକା ଓ ୨ଟି ଛକା ସହ ୫୩ ରନ୍ ସଂଗ୍ରହ କରିଥିଲେ। କୋଲକାତା ପାଇଁ ନୀତୀଶ ରାଣା ଚମତ୍କାର ବ୍ୟାଟିଂ କରି ୫୫ ବଲରେ ୮୦ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲେ। ସେ ୯ଟି ଚୌକା ଓ ୪ଟି ଛକା ମାରିଛନ୍ତି। 

Also Read: IPL 2021 ଉଦଘାଟନୀ ମ୍ୟାଚ୍: ବେକାର ଗଲା ହର୍ଷ ପଟେଲଙ୍କ ପରିଶ୍ରମ, ୨ ୱିକେଟରେ RCB ବିଜୟ

ବ୍ୟାଟ୍ସମ୍ୟାନଙ୍କ ଧୂଆଁଧାର ପ୍ରଦର୍ଶନ ବଳରେ ନିର୍ଦ୍ଧାରିତ ଓଭରରେ ୬ଟି ୱିକେଟ ହରାଇ କୋଲକାତା, ହାଇଦ୍ରାବଦ (SRH) କୁ ୧୮୮ ରନର ଟାର୍ଗେଟ ଦେଇଥିଲା। କିନ୍ତୁ ଦଳ ନିଜର ପ୍ରଥମ ମ୍ୟାଚରେ ହିଁ ଚେଜିଂ କରିବାରେ ବିଫଳ ହୋଇଛି।  ୧୮୮ ରନକୁ ପିଛା କରୁଥିବା ହାଇଦ୍ରବାଦ ନିର୍ଧାରିତ ଓଭରରେ ୫ ୱିକେଟ ହରାଇ ୧୭୭ ରନ କରିବାରେ ସଫଳ ହୋଇଛି। ହାଇଦ୍ରାବାଦର ଓପନିଂ ଭଲ ନଥିଲା। ମନିଷ ପାଣ୍ଡେ (Manish Pandey) ୪୪ ବଲରେ ୬୧ କରି ଅପରାଜିତ ରହିଥିବା ବେଳେ ଜନି ବେରଷ୍ଚୋ ୪୦ ବଲରେ ସର୍ବାଧିକ ୫୫ ରନ କରିଛନ୍ତି।

ଆସନ୍ତାକାଲି ଅର୍ଥାତ ସୋମବାର ରାଜସ୍ଥାନ ରୟାଲ୍ସ (Rajasthan Royals) ଓ ପଞ୍ଜାବ କିଂଗ୍ସ (Punjab Kings) ମଧ୍ୟରେ ମୁକାବିଲା ହେବ। ସନ୍ଧ୍ୟା ସେଢେ ୭ଟାରେ ମୁମ୍ୱାଇର ୱାଙ୍ଖେଡେ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ।