କଙ୍ଗାରୁ ଠାରୁ କ'ଣ ଶିଖିବ Team India? ଜାଣନ୍ତୁ ଏହି ୫ଟି କଥା
Advertisement

କଙ୍ଗାରୁ ଠାରୁ କ'ଣ ଶିଖିବ Team India? ଜାଣନ୍ତୁ ଏହି ୫ଟି କଥା

ଅଷ୍ଟ୍ରେଲିଆର ଦଳକୁ Beast of World Cricket କୁହାଯାଏ।। ଅର୍ଥାତ କଙ୍ଗାରୁ ହେଉଛି ହେଉଛି, ଏମିତି ଏକ ଦଳ ଯିଏ ସହଜରେ ପରାସ୍ତ ହୋଇପାରିବ ନାହିଁ। ଅଷ୍ଟ୍ରେଲିଆ ହେଉଛି ଏକ ମାତ୍ର ଦଳ ଯିଏକି ସମଗ୍ର ବିଶ୍ୱରେ ସର୍ବାଧିକ ଆଇସିସି ଟ୍ରଫି ଜିତିଛି।

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ରବିବାର (ନଭେମ୍ବର ୧୪)ରେ ଆପଣ ଟି-୨୦ ବିଶ୍ୱକପର ଫାଇନାଲ୍ ମ୍ୟାଚ ଦେଖିଥିବେ ଏବଂ ଆପଣମାନଙ୍କ ମଧ୍ୟରୁ ଅନେକେ ନିରାଶ ମଧ୍ୟ ହୋଇଥିବେ। ସେହି ସମୟରେ ଭାବୁଥିବେ, ଅଷ୍ଟ୍ରେଲିଆ ବଦଳରେ ଭାରତ ଏହି ବିଶ୍ୱକପ୍ ଜିତିଥାନ୍ତା କି! ତେବେ ଆଜି ଆମେ ଆପଣଙ୍କୁ କହିବୁ ଅଷ୍ଟ୍ରେଲିଆ ଦଳରୁ ଭାରତୀୟ ଦଳ କ’ଣ ଶିଖିପାରିବ। ବର୍ତ୍ତମାନ ସୁଦ୍ଧା ଭାରତର ଅଧିକାଂଶ ଖେଳାଳି ନିଜ ନିଜ ଘରେ ପହଞ୍ଚି ପରିବାର ଏବଂ ପିଲାମାନଙ୍କ ସହିତ ସମୟ ବିତାଇଥାନ୍ତେ, କିନ୍ତୁ ସେମାନଙ୍କୁ ଆଜି ଅଷ୍ଟ୍ରେଲିଆଠାରୁ ବହୁତ କିଛି ଶିଖିବା ଆବଶ୍ୟକତା ରହିଛି। 

୮ଟି ଆଇସିସି ଟ୍ରଫି ବିଜେତା

ଅଷ୍ଟ୍ରେଲିଆର ଦଳକୁ Beast of World Cricket କୁହାଯାଏ।। ଅର୍ଥାତ କଙ୍ଗାରୁ ହେଉଛି ହେଉଛି, ଏମିତି ଏକ ଦଳ ଯିଏ ସହଜରେ ପରାସ୍ତ ହୋଇପାରିବ ନାହିଁ। ଅଷ୍ଟ୍ରେଲିଆ ହେଉଛି ଏକ ମାତ୍ର ଦଳ ଯିଏକି ସମଗ୍ର ବିଶ୍ୱରେ ସର୍ବାଧିକ ଆଇସିସି ଟ୍ରଫି ଜିତିଛି। ଏଥିମଧ୍ୟରୁ ଏହି ଦଳ ପାଞ୍ଚ ଥର ଦିନିକିଆ ବିଶ୍ୱକପ ଜିତିଛି। ଦୁଇଥର ଆଇସିସି ଚାମ୍ପିଅନ୍ସ ଟ୍ରଫି ଏବଂ ବର୍ତ୍ତମାନ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ ମଧ୍ୟ ଜିତିଛି।

ବିଜୟର ଭୋକ

ଅଷ୍ଟ୍ରେଲିଆ କେବଳ ସଫଳତା ହାସଲ କରିନାହିଁ, ବରଂ ସଫଳତାର ମାନ ମଧ୍ୟ ସ୍ଥିର କରିଛି। କାରଣ ଟି-୨୦ ବିଶ୍ୱକପ ଫାଇନାଲରେ ଅଧିକାଂଶ ଲୋକ ଆଶା କରୁଥିଲେ ଯେ ଅଷ୍ଟ୍ରେଲିଆ ହାରିଯିବ ଏବଂ ନ୍ୟୁଜିଲାଣ୍ଡ ଜିତିବ। କିନ୍ତୁ ସେମାନଙ୍କ ଆଶା ମଉଳିଗଲା। ସଫଳତାର ଏକ ମାପ ହେଲା, ଦୁନିଆ ଆପଣଙ୍କ ହାରିବାକୁ ଅପେକ୍ଷା କରିଥିବ ଏବଂ ଆପଣ ନିଜ ପ୍ରତିଭା ଏବଂ କୌଶଳରେ ବିଜୟ ହେବେ। କିନ୍ତୁ ଭାରତୀୟ ଦଳ ଏବଂ ଆମ ଖେଳାଳିଙ୍କ ନିକଟରେ ସଫଳତା ପାଇଁ ଆପଣ ଏପରି ଭୋକ ଦେଖିବାକୁ ପାଇବେ ନାହିଁ।

Also Read: ICC ଦେଲା ବେଷ୍ଟ ପ୍ଲେଇଂ ଇଲେଭେନ: ଭାରତୀୟ ଖେଳାଳିଙ୍କ ପତ୍ତା ସାଫ୍, ପାକ୍ ଖେଳାଳିଙ୍କୁ ଗୁରୁଦାୟିତ୍ୱ

ମଜବୁତ ମୂଳଦୁଆ

ଯେତେବେଳେ ଟି-୨୦ ବିଶ୍ୱକପ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଖେଳୁଥିଲେ, ଲାଗୁଥିଲା ଦୁଇଟି ମହାନ ଦଳ ସେମାନଙ୍କ ମହାନ ଖେଳାଳିଙ୍କ ସହିତ ଖେଳୁଛନ୍ତି। ଏମାନେ ଦୁବାଇ ପଡ଼ିଆର ଦୁନିଆର ଶ୍ରେଷ୍ଠ ୨୨ ଖେଳାଳି ଥିଲେ। ଯେଉଁ ଦଳର ମୂଳଦୁଆ ମଜବୁତ, ଏହା କେତେ ଭଲ ଖେଳୁଛି, ତହା ଅଷ୍ଟ୍ରେଲିଆ ଦଳ ବିଶ୍ୱକୁ ଦେଖାଇଛି ଏବଂ ନ୍ୟୁଜିଲାଣ୍ଡ ମଧ୍ୟ ଏହା ପ୍ରମାଣ କରିଛି।

ସମର୍ପଣ ଏବଂ ପ୍ରୟାସ

ଟି-୨୦ ବିଶ୍ୱକପ ୨୦୨୧ ଫାଇନାଲରେ ନ୍ୟୁଜିଲାଣ୍ଡ ଦଳ ନିଶ୍ଚିତ ଭାବରେ ହାରିଛି। କିନ୍ତୁ ଏହି ପରାଜୟରେ ମଧ୍ୟ ଏହା ସେମାନଙ୍କ ପାଇଁ ଏକ ବିଜୟ ଥିଲା। ପ୍ରଥମେ ବ୍ୟାଟିଂ କରି ସେ ଅଷ୍ଟ୍ରେଲିଆକୁ ୧୭୩ ରନ୍‌ର ଟାର୍ଗେଟ ଦେଇଥିଲା ଯାହା ଏକ ଛୋଟ ଟାର୍ଗେଟ ନୁହେଁ। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମସନ ଟି-୨୦ ବିଶ୍ୱକପ ଫାଇନାଲ ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ କରିଛନ୍ତି। ସେ ୩୨ଟି ବଲରେ ୫୦ ରନ୍ ସଂଗ୍ରହ କରିଥିଲେ। କିନ୍ତୁ ଏହି ମ୍ୟାଚରେ କେନଙ୍କ ରେକର୍ଡ ଭାଙ୍ଗି ଯାଇଥିଲା ଏବଂ ଅଷ୍ଟ୍ରେଲୀୟ କ୍ରିକେଟର ମିଚେଲ ମାର୍ଶ ୩୧ଟି ବଲରେ ୫୦ ରନ୍ କରିଥିଲେ। ନିରନ୍ତରତା କ’ଣ ଏବଂ ପ୍ରୟାସ କିପରି କରାଯାଏ ତାହା ଉଭୟ ଦଳ ରବିବାର ବିଶ୍ୱକୁ କହିଥିଲେ। ଯଦି ଭାରତୀୟ ଦଳ ଚାହାଁନ୍ତି, ତେବେ ଏହି ସମର୍ପଣ ଏବଂ ଖେଳ ପ୍ରତି ପ୍ରୟାସ ଉଭୟ ଦଳରୁ ଶିଖାଯାଇପାରିବ। କ’ଣ ସର୍ବୋତ୍ତମ ତାହା ଆପଣ ଶିଖିପାରିବେ।

Also Read: ଏହି ଭାରତୀୟ କ୍ରିକେଟର ନ୍ୟୁଜିଲାଣ୍ଡକୁ କରିଦେଲେ ୱାର୍ଲ୍ଡ ଚାମ୍ପିଅନ, ଫ୍ୟାନ୍ସ ଉଡ଼ାଇଲେ ମଜାକ୍

ଟିମ୍ ଇଣ୍ଡିଆରେ ସ୍ଥିରତା ନାହିଁ 

ଅନେକ ଥର ଆମେ ଭାରତର ଦଳ ଦେଖୁ, ତେବେ ଟିମରେ ସ୍ଥିରତା ଦୃଶ୍ୟମାନ ହୁଏ ନାହିଁ। ଯେତେବେଳେ ଦଳ ୧୦୦ ରନ୍ କରି ଅଲ୍ ଆଉଟ ହୋଇଯାଏ, ସେତେବେଳେ ଆମେ କହିଥାଉ ଯେ ଆଜି ଆମର ଦିନ ନୁହେଁ। ଆଇ ଯେତେବେଳେ ଆମେ ୨୦୦ ରନ୍ ସ୍କୋର କରୁ, ସେତେବେଳେ ଆମେ କହିଥାଉ ଯେ, ଆଜି ଭାରତର ଦିନ ଥିଲା। କିନ୍ତୁ ଅଷ୍ଟ୍ରେଲିଆ ଦଳରେ ସେମିତି ହୁଏ ନାହିଁ। କଙ୍ଗାରୁ ଏମିତିରେ ଟି-୨୦ ବିଶ୍ୱକପ ଜିତି ନାହିଁ ଏବଂ ସେ ଖେଳକୁ ବହୁତ ଉଚ୍ଚକୁ ନେଇଗଲେ।

ଏହି ବିଷୟ ଉପରେ ଧ୍ୟାନ ଦେବା ଆବଶ୍ୟକ

ଯଦି ଆପଣ ଏହି ସମଗ୍ର ବିଶ୍ୱକପ୍ ସମୟରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡର ଖେଳକୁ ଧ୍ୟାନର ସହ ଦେଖନ୍ତି, ତେବେ ଆପଣ ଅନୁଭବ କରିବେ ଯେ ଏହି ଦୁଇଟି ଦଳ ରନ୍ ମେସିନ୍ ଚଳାଉଛନ୍ତି, ଯାହାଙ୍କ ପାଇଁ କ୍ରିକେଟ୍ ବ୍ୟତୀତ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନାହିଁ। ଅନ୍ୟପକ୍ଷରେ, ଭାରତର ଖେଳାଳିଙ୍କୁ ଦେଖିଲେ, ସେମାନଙ୍କ ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ସେମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡିବ ବୋଲି ମନେହୁଏ।

ଅଷ୍ଟ୍ରେଲିଆରେ କ୍ରିକେଟ୍ ସବୁଠାରୁ ଲୋକପ୍ରିୟ ଖେଳ ନୁହେଁ

ଭାରତରେ ଜାତୀୟ କ୍ରୀଡା ହକି ଅପେକ୍ଷା କ୍ରିକେଟ କ୍ରେଜ୍ ଅଧିକ। କିନ୍ତୁ ଅଷ୍ଟ୍ରେଲିଆରେ କ୍ରିକେଟ୍ ନୁହେଁ, ବରଂ ଘୋଡା ଦୌଡ଼ ସବୁଠାରୁ ଲୋକପ୍ରିୟ ଖେଳ। ଲୋକମାନେ କ୍ରିକେଟ୍ ମ୍ୟାଚ୍ ଦେଖିବା ପାଇଁ ଯାଆନ୍ତି ନାହିଁ, କିନ୍ତୁ ଘୋଡା ଦୌଡ଼, ରଗବୀ ଏବଂ ମୋଟର କ୍ରୀଡା ସେଠାରେ ଅଧିକ ଦେଖାଯାଏ। ଏହା ସତ୍ତ୍ୱେ ଅଷ୍ଟ୍ରେଲିଆ ଦଳ  ସର୍ବାଧିକ ଆଇସିସି ଟାଇଟଲର ଅଧିକାରୀ ହୋଇପାରିଛି।