ବଛା ବଛା ଅଭିନେତ୍ରୀଙ୍କୁ Insta ରେ Follow କରନ୍ତି Salman Khan
Advertisement

ବଛା ବଛା ଅଭିନେତ୍ରୀଙ୍କୁ Insta ରେ Follow କରନ୍ତି Salman Khan

ଅନେକ ଲୋକ ସଲମାନଙ୍କୁ (Salman Khan) ନିକଟରୁ ଜାଣିବା ପାଇଁ ଅନେକ ତାଙ୍କୁ ଅନୁସରଣ କରନ୍ତି କିନ୍ତୁ ଆପଣ ଜାଣନ୍ତି କି ସଲମାନ କେଉଁ ମାନଙ୍କୁ ସୋସିଆଲ ମିଡିଆରେ ଫଲୋ କରନ୍ତି?

ବଛା ବଛା ଅଭିନେତ୍ରୀଙ୍କୁ Insta ରେ Follow କରନ୍ତି Salman Khan

ବଲିଉଡ ଅଭିନେତା ସଲମାନ ଖାନଙ୍କ ଫ୍ୟାନ୍ସ ଫଲୋଇଙ୍ଗ ଖୁବ ଅଧିକ । କେବଳ ଆମ ଦେଶରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର ବହୁତ ଫ୍ୟାନ୍ସ ଅଛନ୍ତି । କିନ୍ତୁ ବଲିଉଡ ଆକ୍ଟର ସଲମାନ କ୍ୱଚିତ୍ ଲୋକଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନର ଏକ ଅଂଶ ବୋଲି ଭାବିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ କହିବୁ ଇନଷ୍ଟାଗ୍ରାମରେ କେଉଁ ବଲିଉଡ ସୁନ୍ଦରୀଙ୍କୁ ସଲମାନ ଖାନ ଅନୁସରଣ କରନ୍ତି ।

ଯେକୌଣସି ଅଭିନେତା ହୁଅନ୍ତୁ ବା ଅଭିନେତ୍ରୀ ହୁଅନ୍ତୁ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସ  ଫଲୋଅର୍ସ ବହୁତ ଥାଆନ୍ତି । କିନ୍ତୁ ଯେତେବେଳେ ସଲମାନଙ୍କ କଥା ଆସେ, ଏହି ଆକଳନ ଟିକେ ବୃଦ୍ଧି ହୋଇଥାଏ । ଅନେକ ଲୋକ ସଲମାନଙ୍କୁ (Salman Khan) ନିକଟରୁ ଜାଣିବା ପାଇଁ ଅନେକ ତାଙ୍କୁ ଅନୁସରଣ କରନ୍ତି କିନ୍ତୁ ଆପଣ ଜାଣନ୍ତି କି ସଲମାନ କେଉଁ ମାନଙ୍କୁ ସୋସିଆଲ ମିଡିଆରେ ଫଲୋ କରନ୍ତି?

Also Read: Pornography Case: ରାଜ କୁନ୍ଦ୍ରାଙ୍କ ଗିରଫଦାରୀ ପରେ ଚର୍ଚ୍ଚାରେ ଏହି ୫ ମଡେଲ୍

କ୍ୟାଟ୍ରିନା କୈଫ: ସଲମାନ ଖାନ ଅଭିନେତ୍ରୀ କ୍ୟାଟ୍ରିନା (Katrina Kaif) ଙ୍କୁ ବହୁତ ପସନ୍ଦ କରନ୍ତି ଏବଂ ସୋସିଆଲ ମିଡିଆରେ ସେ ଏହା ମଧ୍ୟ ସ୍ୱିକାର କହିଛନ୍ତି। ସଲମାନ ଏବଂ କ୍ୟାଟ୍ରିନା ଏକାଠି ଅନେକ ହିଟ୍ ଫିଲ୍ମ ଦେଇଛନ୍ତି, ତେଣୁ ଏକ ଭଲ ବୃତ୍ତିଗତ ସମ୍ପର୍କ ହେତୁ ସଲମାନ କ୍ୟାଟ୍ରିନାଙ୍କୁ ଫଲୋ କରିଥାନ୍ତି। 

ସଙ୍ଗୀତା ବିଜଲାନି: ୯୦ ଦଶକର ଚର୍ଚ୍ଚିତ ଅଭିନେତ୍ରୀ ସଂଗୀତା ବିଜଲାନୀ (Sangeeta Bijlani) ଙ୍କ ନାଁ ସଲମାନ ଖାନଙ୍କ ସହ ଅନେକ ଥର ଯୋଡ଼ା ଯାଇଛି । ଯଦିଓ ସଂଗୀତା ବିଜଲାନୀ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହମ୍ମଦ ଅଜହରୁଦ୍ଦିନଙ୍କୁ ବିବାହ କରିଥିଲେ, ତଥାପି ଉଭୟଙ୍କ ମଧ୍ୟରେ ବନ୍ଧୁତା ଅବିରତ ରହିଥିଲା । ବିବାହ ବିଚ୍ଛେଦ ପରେ ବି ସଂଗୀତା ସଲମାନଙ୍କ ଘରକୁ ଯିବା ଆସିବା କରିବା ନେଇ ଖବର ରହିଛି ।

Also Read: ଲୋକସଭା ନିର୍ବାଚନରେ ​ଟଙ୍କା ବାଣ୍ଟିଥିଲେ ଏହି ସାଂସଦ, ୬ ମାସର ଜେଲଦଣ୍ଡ ଶୁଣାଇଲେ କୋର୍ଟ

ଡେଜି ଶାହା: ଅଭିନେତ୍ରୀ ଡେଜି ଶାହା  (Daisy Shah) ଙ୍କୁ ବଲିଉଡରେ ଏଣ୍ଟ୍ରି କରାଇଥିଲେ ସଲମାନ । ଡେଜି ଶାହା ସଲମାନ ଖାନଙ୍କ 'ଜୟ ହୋ' ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ଡେଜି ଶାହା ହିନ୍ଦୀ ସହିତ କନ୍ନଡ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ଜଣେ ଭଲ ବନ୍ଧୁ ଭାବେ ଏ ଦୁହେଁ ବେଶ ଜଣାଶୁଣା ।

ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍: ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍  (Jacqueline Fernandez) ଏବଂ ସଲମାନଙ୍କ ବଣ୍ଡିଂ ବହୁତ ଭଲ । ଲକଡାଉନ୍ ସମୟରେ ଜ୍ୟାକଲିନ୍ ମଧ୍ୟ ସଲମାନଙ୍କ ପରିବାର ସହିତ ତାଙ୍କ ଫାର୍ମହାଉସରେ ରହିଥିଲେ ଏବଂ ସେଠାରୁ ଦୁହେଁ ମ୍ୟୁଜିକ୍ ଭିଡିଓ ମଧ୍ୟ ଲଞ୍ଚ କରିଥିଲେ । 

Also Read: ବଢିଲା ରାଜ କୁନ୍ଦ୍ରାଙ୍କ ଅଡୁଆ! Pornographyରୁ Money Laundering ମୁହାଁ ମାମଲା

ଇସାବେଲ କୈଫ୍: କ୍ୟାଟ୍ରିନା କୈଫ ଙ୍କ ପୂର୍ବରୁ ମଧ୍ୟ ସଲମାନ ଖାନ ଇନଷ୍ଟାଗ୍ରାମରେ ତାଙ୍କ ଭଉଣୀ ଇସାବେଲ କୈଫ  (Isabelle Kaif)  ଙ୍କୁ ଅନୁସରଣ କରୁଛନ୍ତି । ଇସାବେଲ ବଲିଉଡରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ଅଛନ୍ତି।