IPL ପୂର୍ବରୁ ନୂଆ ଲୁକରେ ମାହି, ଭାଇରାଲ ହେଉଛି ଫଟୋ
Advertisement

IPL ପୂର୍ବରୁ ନୂଆ ଲୁକରେ ମାହି, ଭାଇରାଲ ହେଉଛି ଫଟୋ

ମହେନ୍ଦ୍ର ସିଂ ଧୋନି (Mahendra singh Dhoni) ଙ୍କ ପ୍ରଶଂସକମାନେ ତାଙ୍କ ଷ୍ଟାଇଲିସ୍ ଲୁକକୁ ସର୍ବଦା ଅନୁସରଣ କରନ୍ତି। ଏଭଳି ପରିସ୍ଥିତିରେ ଧୋନି ପୁଣିଥରେ ତାଙ୍କ ନୂଆ ଲୁକ୍ ପାଇଁ ହେଡଲାଇନରେ ଆସିଛନ୍ତି। 

 ସୌ- ସୋସିଆଲ ମିଡିିଆ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ସବୁବେଳେ ଲୋକଙ୍କୁ ପ୍ରଭାବିତ କରିଆସୁଛନ୍ତି। କ୍ରିକେଟ୍ ପଡ଼ିଆରେ ହେଉ ବା ବାହାରେ, ସେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଧୋନିକଙ୍କ ଖେଳ ଓ ଷ୍ଟାଇଲରେ ପ୍ରାୟ ସମସ୍ତ କ୍ରିକେଟପ୍ରେମି ପାଗଳ। ଆଉ ତାଙ୍କ ପ୍ରଶଂସକଙ୍କ ତାଲିକା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି।

ମହେନ୍ଦ୍ର ସିଂ ଧୋନି (Mahendra singh Dhoni) ଙ୍କ ପ୍ରଶଂସକମାନେ ତାଙ୍କ ଷ୍ଟାଇଲିସ୍ ଲୁକକୁ ସର୍ବଦା ଅନୁସରଣ କରନ୍ତି। ଏଭଳି ପରିସ୍ଥିତିରେ ଧୋନି ପୁଣିଥରେ ତାଙ୍କ ନୂଆ ଲୁକ୍ ପାଇଁ ହେଡଲାଇନରେ ଆସିଛନ୍ତି। ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବା ସହିତ ଧୋନିଙ୍କ ନୂଆ ହେୟାର ଷ୍ଟାଇଲ ବିଷୟରେ ଅନେକ ଆଲୋଚନା ହେଉଛି। IPLର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ଧୋନି ପୁଣି ଥରେ ଏକ ନୂଆ ହେୟାର ଷ୍ଟାଇଲ କରିଛନ୍ତି।

Also Read: 'ମୋତେ ଜବରଦସ୍ତି Kiss କରିଥିଲେ, କାରଣ ଶିଳ୍ପାଙ୍କ ସହ ଖୁସିନଥିଲେ ରାଜ୍ କୁନ୍ଦ୍ରା'

ମାହିଙ୍କ ନୂତନ ହେୟାର ଷ୍ଟାଇଲକୁ ପ୍ରସିଦ୍ଧ ଆଲିମ ହାକିମ (Aalim Hakim) ଦେଇଛନ୍ତି। ସେ କେବଳ ଧୋନିଙ୍କ ହେୟାର ଷ୍ଟାଇଲ (Hair Style) କୁ ବଦଳାଇ ନାହାଁନ୍ତି, ଆଲିମ ମଧ୍ୟ ତାଙ୍କ ଦାଢୀକୁ ଏକ ନୂଆ ରୂପ ଦେଇଛନ୍ତି। ବର୍ତ୍ତମାନ ଆଲିମ, ଧୋନିଙ୍କ ଏହି ପରିବର୍ତ୍ତିତ ଲୁକର ଫଟୋ ମଧ୍ୟ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

fallback

ଧୋନିଙ୍କ ଲୁକକୁ ପ୍ରଶଂସକମାନେ ଖୁବ ପସନ୍ଦ କରନ୍ତି। ଆଲିମ୍ ହାକିମ୍ ଏହି ଲୁକ୍କୁ ଫକ୍ସ ହକ୍ ନାମରେ ନାମିତ କରିଛନ୍ତି। ଏହି ଭାଇରାଲ୍ ଫଟୋରେ ଧୋନି ହଳଦିଆ ରଙ୍ଗର ସାର୍ଟ ପିନ୍ଧିଛନ୍ତି। ଗୋଟିଏ ଫଟୋରେ ଆଲିମ୍, ଧୋନିଙ୍କ ସହ ମଧ୍ୟ ନଜର ଆସିଛନ୍ତି। ଏହା ପୂର୍ବରୁ ମଧ୍ୟ ଧୋନି ଅନେକ ଥର ତାଙ୍କ ଲୁକ୍ ବଦଳାଇଛନ୍ତି। ୨୦୦୪ରେ ସେ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ। ସେହି ସମୟରେ ତାଙ୍କର ସମ୍ବା କେଶ ଥିଲା। ତାଙ୍କୁ ଏହି ଅବତାରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା।