• ଭୁବନେଶ୍ବରରେ ଅତ୍ୟାଧୁନିକ କ୍ୟାନ୍‌ସର ହସ୍ପିଟାଲ ପାଇଁ MoU ସ୍ବାକ୍ଷରିତ
  • ବାଗ୍‌ଚୀ ଦମ୍ପତିଙ୍କ ଦାନ ଅନେକଙ୍କୁ ପ୍ରେରଣା ଯୋଗାଇବ: ମୁଖ୍ୟମନ୍ତ୍ରୀ
  • ହସ୍ପିଟାଲ ଓ ପ୍ରଯତ୍ନ କେନ୍ଦ୍ର ପାଇଁ ୩୪୦ କୋଟି ଦେଇଛନ୍ତି ବାଗ୍‌ଚୀ ଦମ୍ପତି
  • ଶନିବାର ଓ ରବିବାର ବନ୍ଦ ରହିବ ଧର୍ମଗଡ଼ ସହରର ସବୁ ଦୋକାନ
  • ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ
  • କୋରୋନାରେ ଆକ୍ରାନ୍ତ ଥିଲେ ଅଜିତ ମଙ୍ଗରାଜ
  • ଅଜିତ ମଙ୍ଗରାଜ ମଙ୍ଗାରାଜଙ୍କ ଦେହାନ୍ତ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ
  • ୪୭ଟି ଅତ୍ୟାଧୁନିକ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
  • IPL2021: ହାଇଦ୍ରାବାଦ ହାତରୁ ବେଙ୍ଗାଲୁରୁ ଛଡାଇ ଆଣିଲେ ମ୍ୟାଚ
  • ୬ ରନରେ ବିଜୟୀ ହେଲା ଆରସିବି

ବର୍ଷେ ପରେ ରିଙ୍ଗରେ ମେରି; ବିଦେଶରୁ ଆସିଲା ଡବଲ୍ ଖୁସି ଖବର

AIBAର ନିର୍ଦ୍ଦେଶକ ବୋର୍ଡର ଭୋଟିଂରେ ୬ ଥରର ବିଶ୍ୱ ଚାମ୍ପିଅନ୍ ମେରିଙ୍କୁ ଏହି ପଦ ପାଇଁ ନିର୍ବାଚିତ ହୋଇଥିଲେ। ମେରି ଅନେକ ଥର ବିଶ୍ୱ ସଂସ୍ଥାର ବ୍ରାଣ୍ଡ ଆମ୍ବାସଡର ମଧ୍ୟ ରହିଆସିଛନ୍ତି।

ବର୍ଷେ ପରେ ରିଙ୍ଗରେ ମେରି; ବିଦେଶରୁ ଆସିଲା ଡବଲ୍ ଖୁସି ଖବର
ଫାଇଲ ଫଟୋ

ନୂଆଦିଲ୍ଲୀ: ୨୦୧୨ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେୟିନୀ ତଥା ୩୭ ବର୍ଷୀୟା ମେରି କମଙ୍କ କ୍ୟାରିୟରରେ ଆଉ ଏକ ବଡ ସଫଳତା। ତାଙ୍କୁ ଆନ୍ତର୍ଜାତୀୟ ବକ୍ସିଂ ଆସୋସିଏସନ୍ (AIBA) ର Champions And Veterans Committeeର ଅଧ୍ୟକ୍ଷା କରାଯାଇଛି। ଗତବର୍ଷ ବିଶ୍ୱ ସସ୍ଥା ଏହି ପ୍ୟାନେଲ ଗଠନ କରିଥିଲା। AIBAର ନିର୍ଦ୍ଦେଶକ ବୋର୍ଡର ଭୋଟିଂରେ ୬ ଥରର ବିଶ୍ୱ ଚାମ୍ପିଅନ୍ ମେରିଙ୍କୁ ଏହି ପଦ ପାଇଁ ନିର୍ବାଚିତ ହୋଇଥିଲେ। ମେରି ଅନେକ ଥର ବିଶ୍ୱ ସଂସ୍ଥାର ବ୍ରାଣ୍ଡ ଆମ୍ବାସଡର ମଧ୍ୟ ରହିଆସିଛନ୍ତି।

ପ୍ରାୟ ବର୍ଷେ ପରେ ବିଶ୍ୱର ଷ୍ଟାର ବକ୍ସର ମେରି କୋମ (Mary Kom) ରିଙ୍ଗକୁ ଫେରିଛନ୍ତି। ସେ ଏହି ଦିନରେ ସ୍ପେନରେ Boxam international tournamentରେ ଅଂଶ ଗ୍ରହଣ କରୁଛନ୍ତି। ୫୧ କେଜି ବର୍ଗର ପ୍ରଥମ ରାଉଣ୍ଡରେ ତାଙ୍କୁ ବାଇ ମିଳିଥିବା ବେଳେ ଆଜି ସେ ଟୁର୍ଣ୍ଣାମେଣ୍ଟର କ୍ୱାଟର ଫାଇନାଲରେ ଇଟାଲିର ଜିଓରଡିନାଙ୍କୁ ପରାସ୍ତ କରିଛନ୍ତି। ସେହିପରି ୧୪ ଜଣିଆ ଭାରତୀୟ ଦଳରୁ ୧୨ ଜଣ ସିଧା କ୍ୱାଟର ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯାହା ଭାରତବାସୀ (Indian) ଙ୍କ ପାଇଁ ଏକ ଖୁସି ଖବର।

Also Read: ପଦ୍ମ ପୋଖରୀକୁ ଡିଆଁମାରିବେ ଗାଙ୍ଗୁଲି, ସ୍ୱାଗତ ପାଇଁ ପ୍ରସ୍ତୁତ ବିଜେପି

ଠିକ୍ ଏହି ସମୟରେ ଦେଶବାସୀଙ୍କ ପାଇଁ ବିଦେଶରୁ ଆଉ ଏକ ଖୁସି ଖବର ଆସିଛି। ମେରି କମଙ୍କୁ AIBAର Champions And Veterans Committee ର ଅଧ୍ୟକ୍ଷା କରାଯାଇଛି। ଏନେଇ AIBA ସଭାପତି ଓମର କ୍ରେମଲେଭ ମେରି କମଙ୍କୁ ଏକ ପତ୍ରରେ ଲେଖି ଶୁଭେଚ୍ଛା ଜଣାଇଛନ୍ତି। ସେପଟେ ମେରି ମଧ୍ୟରେ ଟ୍ୱିଟ କରି ନିଜ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି। ତେବେ କମିଟର ଅନ୍ୟ ସଦସ୍ୟଙ୍କ ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ଘୋଷଣା କରାଯାଇନାହିଁ।