World Test Championship: ଭାରତ ପାଇଁ ଏହି ଖେଳାଳି ପାଲଟିବେ X-Factor
Advertisement

World Test Championship: ଭାରତ ପାଇଁ ଏହି ଖେଳାଳି ପାଲଟିବେ X-Factor

ମଣ୍ଟି କହିଛନ୍ତି ଯେ, ଯେତେବେଳେ ଭାରତ World Test Championship ଫାଇନାଲ ଖେଳିବ, ସେତେବେଳେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର Ravindra Jadeja ଭାରତ ପାଇଁ 'X-Factor' ହେବେ। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) WTC ଫାଇନାଲ୍ ପାଇଁ କିପରି ପିଚ୍ ପ୍ରସ୍ତୁତ କରେ ତାହା ଉପରେ ଅନେକ କିଛି ନିର୍ଭର କରିବ।

ଫାଇଲ ଫଟୋ

ଲଣ୍ଡନ: ୧୮ ଜୁନ୍ ଠାରୁ ଟିମ୍ ଇଣ୍ଡିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ World Test Championship ଫାଇନାଲ ଖେଳାଯିବ। ପ୍ରଶଂସକମାନେ ଏହି ବିଶ୍ୱ କପ ଟେଷ୍ଟକୁ ଦୀର୍ଘ ଦିନରୁ ଅପେକ୍ଷା କରିଛନ୍ତି। ଟିମ୍ ଇଣ୍ଡିଆ ଜୁନ୍ ୨ରେ ମୁମ୍ବାଇରୁ ଇଂଲଣ୍ଡ ଅଭିମୁଖେ ଉଡାଣ ଭରିବ। ଏହା ପରେ ସେଠାରେ ୧୦ ଦିନ ପର୍ଯ୍ୟନ୍ତ ସଂଗରୋଧରେ ରହିବ।

ପୂର୍ବତନ ଇଂଲଣ୍ଡ ବାମହାତୀ ସ୍ପିନର Monty Panesar ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ମଣ୍ଟି କହିଛନ୍ତି ଯେ, ଯେତେବେଳେ ଭାରତ World Test Championship ଫାଇନାଲ ଖେଳିବ, ସେତେବେଳେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର Ravindra Jadeja ଭାରତ ପାଇଁ 'X-Factor' ହେବେ। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) WTC ଫାଇନାଲ୍ ପାଇଁ କିପରି ପିଚ୍ ପ୍ରସ୍ତୁତ କରେ ତାହା ଉପରେ ଅନେକ କିଛି ନିର୍ଭର କରିବ।  ସ୍ପିନରମାନେ ମଧ୍ୟ ଏହି ମ୍ୟାଚରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

Also Read: BCCI Women Annual Contract: ଜାଣନ୍ତୁ, କାହାକୁ ମିଳିବ କେତେ ଟଙ୍କା?

ମଣ୍ଟି କହିଛନ୍ତି ଯେ, 'ରବିନ୍ଦ୍ର ଜାଡେଜା ମୋ ପାଇଁ X-Factor ହେବେ। ସେ IPLରେ ବହୁତ ଭଲ ଫର୍ମରେ ଥିଲେ। ଯଦି ଭାରତ କେବଳ ଜଣେ ସ୍ପିନରଙ୍କ ସହ ଯିବାକୁ ସ୍ଥିର କରେ, ତେବେ ମୁଁ ରବିଚନ୍ଦ୍ରନ ଅଶ୍ୱିନଙ୍କ ବଦଳରେ ଜାଡେଜାଙ୍କୁ ଅଗ୍ରାଧିକାର ଦେବି। ଜାଡେଜାଙ୍କ ରକ୍ଷଣାତ୍ମକ ବୋଲିଂ କୌଶଳ ଏବଂ ବାମହାତୀ ହେବା ତାଙ୍କୁ ଏକ ପ୍ରକାରର ସୁବିଧା ଦେଇଥାଏ। CSK ଅଲରାଉଣ୍ଡର ଜାଡେଜା ୧୩୧ ରନ୍ ସଂଗ୍ରହ କରି ୬ଟି ୱିକେଟ୍ ନେଇଥିଲେ।

ଭାରତ (TEam India) ବନାମ ନ୍ୟୁଜିଲାଣ୍ଡ, ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ୧୮ ଜୁନରେ ସାଉଥମ୍ପଟନରେ ଖେଳାଯିବ। ଇଂଲଣ୍ଡ (England)ବିପକ୍ଷ ସିରିଜ୍ ୪ ଅଗଷ୍ଟରୁ ନଟିଂହାମରେ ଆରମ୍ଭ ହେବ। ଦ୍ୱିତୀୟ ଟେଷ୍ଟ ୧୨ରୁ ୧୬ ଅଗଷ୍ଟରେ ଲୋର୍ଡସରେ, ତୃତୀୟ ୨୫ରୁ ୨୯ ଅଗଷ୍ଟରେ ଲିଡ୍ସରେ, ଚତୁର୍ଥଟି ୨ରୁ ୬ ସେପ୍ଟେମ୍ବରରେ ଓଭାଲରେ ଏବଂ ଶେଷ ଟେଷ୍ଟ ୧୦ରୁ ୧୪ ସେପ୍ଟେମ୍ବର ମଧ୍ୟରେ ମଞ୍ଚେଷ୍ଟରରେ ଖେଳାଯିବ।