ବଡ଼ ସଙ୍କଟରେ 'ଦବଙ୍ଗ ଗାର୍ଲ', ଚାରି ବର୍ଷ ପୁରୁଣା ମାମଲାରେ ୱାରେଣ୍ଟ ଜାରି
Advertisement

ବଡ଼ ସଙ୍କଟରେ 'ଦବଙ୍ଗ ଗାର୍ଲ', ଚାରି ବର୍ଷ ପୁରୁଣା ମାମଲାରେ ୱାରେଣ୍ଟ ଜାରି

ଟଙ୍କା ନେଇ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିବାରୁ ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମୋରାଦାବାଦ କୋର୍ଟ ତାଙ୍କ ବିରୁଦ୍ଧରେ ଜାମିନ ବିହୀନ ପରୱାନା ବା ନନ୍ ବେଲେବଲ ୱାରେଣ୍ଟ ଜାରି କରିଛନ୍ତି। 

ଫାଇଲ ଫଟୋ

ନୂଆଦିଲ୍ଲୀ: ବଲିଉଡର ଭେଟେରାନ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ସୋନାକ୍ଷୀ ସିହ୍ନା ପୁଣି ଥରେ ହେଡଲାଇନର ପାଲଟିଛନ୍ତି। 'ଦବଙ୍ଗ ଗାର୍ଲ' ବର୍ତ୍ତମାନ ଏକ ବଡ ସଙ୍କଟରେ ଫସିଛନ୍ତି। ଠକେଇ ମାମଲାରେ ସୋନାକ୍ଷୀଙ୍କ ବିରୋଧରେ ଜାମିନ ବିହୀନ ପରୱାନା ଜାରି କରାଯାଇଛି। ଚାରି ବର୍ଷ ପୁରୁଣା ମାମଲାରେ କୋର୍ଟ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ଟଙ୍କା ନେଇ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିବାରୁ ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମୋରାଦାବାଦ କୋର୍ଟ ତାଙ୍କ ବିରୁଦ୍ଧରେ ଜାମିନ ବିହୀନ ପରୱାନା ବା ନନ୍ ବେଲେବଲ ୱାରେଣ୍ଟ ଜାରି କରିଛନ୍ତି। ଚାରି ବର୍ଷ ତଳେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏକ ଇଭେଣ୍ଟକୁ ନ ଆସିବା ନେଇ ଅଭିଯୋଗ ହୋଇଛି। ଆସନ୍ତା ଏପ୍ରିଲ ୨୫ରେ ଅଭିନେତ୍ରୀ କୋର୍ଟରେ ହାଜର ହେବେ।

Also Read: ଶାହରୁଖ ଖାନଙ୍କୁ ଟକ୍କର ଦେବେ ପୁଅ Aryan Khan! ଅଭିନୟ ନୁହେଁ ଆପଣାଇବେ ଏହି ପେଶା

ଆବେଦନକାରୀ ପ୍ରମୋଦ ଶର୍ମାଙ୍କ କହିବାନୁସାରେ, ସେ ଦିଲ୍ଲୀର ଏକ କାର୍ଯ୍ୟକ୍ରମ ପାଇଁ ସୋନାକ୍ଷୀଙ୍କୁ ପୂର୍ଣ୍ଣ ଫି ୩୭ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। କିନ୍ତୁ ଅଭିନେତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ। ଫେବୃଆରୀ ୨୦୧୯ରେ ଏହି ମାମଲାରେ ସୋନାକ୍ଷୀଙ୍କ ବିରୋଧରେ ଏକ FIR ପଞ୍ଜିକୃତ ହୋଇଥିଲା। ୧୪ ଅଗଷ୍ଟ ୨୦୧୯ରେ ମୋରାଦାବାଦରେ ତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା। ତେବେ ଅନେକ ସମୟ ଧରି କୋର୍ଟରେ ହାଜର ନ ହେବାରୁ ଏବେ ତାଙ୍କ ବିରୁଦ୍ଧରେ ୱାରେଣ୍ଟ ଜାରି କରାଯାଇଛି।

ସୋନାକ୍ଷୀ ସିହ୍ନାଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କୁହାଯାଏ ତେବେ, ସେ ବର୍ତ୍ତମାନ OTT ଡେବ୍ୟୁ କରିବାକୁ ଯାଉଛନ୍ତି। ଖୁବଶୀଘ୍ର ୱେବ୍ ସିରିଜ୍ 'ପତିତ'ରେ ଦବଙ୍ଗ ଗାର୍ଲ ନଜର ଆସିବେ। ସେ ଜଣେ ପୋଲିସ ଅଫିସର ଭୂମିକାରେ ନଜର ଆସିବେ ବୋଲି ସୂଚନା ମିଳିଛ।