କଡକନାଥ କୁକୁଡା ଚାଷ କରିବେ କ୍ୟାପଟେନ କୁଲ୍
Advertisement

କଡକନାଥ କୁକୁଡା ଚାଷ କରିବେ କ୍ୟାପଟେନ କୁଲ୍

ଜୈବିକ କୃଷି କ୍ଷେତ୍ରରେ ଆଉ ପାଦେ ଆଗେଇଲେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନି।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ କ୍ରିକେଟ ଜଗତର ସଫଳତମ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି। କ୍ରିକେଟ ପଡିଆରେ ସେ ଯେତିକି ଲୋକପ୍ରିୟ ବ୍ୟକ୍ତିଗତ ଜୀବନରେ ବି ସେ ସେତିକି ଲୋକପ୍ରିୟ। କିଛି ଦିନ ପୂର୍ବରୁ ଧୋନି ଅର୍ଗାନିକ ଚାଷ କରିବା ନେଇ ଘୋଷଣା କରିଥିଲେ। ଆଉ ଏବେ ସେ କୁକୁଡା ପାଳନ କରିବା ନେଇ ଚର୍ଚ୍ଚା ଚାଲିଛି। 

ମିଳିଥିବା ସୂଚନା ପ୍ରକାରେ ଆଇପିଏଲରୁ ଫେରି ଧୋନି କୁକୁଡା ଚାଷ କରିବାକୁ ମନସ୍ତ କରିଛନ୍ତି। କିନ୍ତୁ ସେ ବ୍ରୟଲର ନୁହେଁ ବିରଳ ପ୍ରଜାତିର କଡକନାଥ କୁକୁଡା ପାଳନ କରିବେ। ୨୦୦୦ଟି ଚିଆଁ ପାଇଁ ବି ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାରେ ବରାଦ ଦିଆଯାଇଛି। ଡିସେମ୍ବର ୧୫ ସୁଦ୍ଧା ଏହି କୁକୁଡା ରାଞ୍ଚି ପହଞ୍ଚିବା ନେଇ ଆଶା କରାଯାଉଛି।

ଝାବୁଆ କଡକନାଥ କୁକୁଡା ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଆଇଏସ ଥୋମାରଙ୍କ କହିବା ଅନୁସାରେ, ଧୋନି ତାଙ୍କ ବନ୍ଧୁଙ୍କ ଜରିଆରେ ଯୋଗାଯୋଗ କରିଛନ୍ତି। କିନ୍ତୁ ବର୍ତ୍ତମାନ ଏତେ ସଂଖ୍ୟକ ଚିଆଁ ଯୋଗାଇବା ସମ୍ଭବ ନୁହେଁ। ଏଥିପାଇଁ ତାଙ୍କୁ ଥାଣ୍ଡଲା ଚାଷୀଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି।

ସୂଚନାଯୋଗ୍ୟ, କଡକନାଥ ଏକ ବିରଳ ପ୍ରଜାତିର କୁକୁଡା। ଏହାର ଶରୀରଠୁ ଆରମ୍ଭ କରି ରକ୍ତ, ମାଂସ, ହାଡ଼ ସବୁର ରଙ୍ଗ କଳା। ଏହା ସ୍ୱାଦିଷ୍ଚ ଓ ପୁଷ୍ଟିକର। କଡକନାଥ କୁକୁଡାରେ କଲେଷ୍ଟ୍ରଲର ଏବଂ ଚର୍ବି ନଥାଏ। ତେଣୁ ଅନ୍ୟ ମାଂସ ଅପେକ୍ଷା ଏହା ଅଧିକ ସ୍ୱାସ୍ଥ୍ୟକର। ଝାବୁଆ କଡକନାଥକୁ ଜିଆଇ ମାନ୍ୟତା ବି ମିଳିଛି। ବଜାରରେ ଏହି କୁକୁଡା ମାସଂର ମୂଲ୍ୟ କିଲୋ ପ୍ରତି ୮୦୦ରୁ ୧୦୦୦ ଟଙ୍କା।