କୋରୋନାରେ ଘାଣ୍ଟି ହେଉଛନ୍ତି ଦେଶବାସୀ, ଭ୍ୟାକେସନରେ ବ୍ୟସ୍ତ Star Kids
Advertisement

କୋରୋନାରେ ଘାଣ୍ଟି ହେଉଛନ୍ତି ଦେଶବାସୀ, ଭ୍ୟାକେସନରେ ବ୍ୟସ୍ତ Star Kids

ସେଲିବ୍ରେଟିମାନେ ଭ୍ୟାକେସନରେ ବାହାରିଛନ୍ତି। ମାଳଦୀପରେ ମସ୍ତି କରୁଥିବା ନେଇ ଅନେକ ଷ୍ଟାର କିଡ୍ସ ନିଜର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହା ପରେ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଏକ ବିସ୍ଫୋରକ ବୟାନ ଦେଇଛନ୍ତି।

ଡିଜାଇନ ଫଟୋ

ମୁମ୍ବାଇ: ସମଗ୍ର ଦେଶରେ ମହାମାରୀ କୋରୋନା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାରମାନେ ନାନା ଉପାୟ ଅବଲମ୍ବନ କରୁଛନ୍ତି। ମହାରାଷ୍ଟ୍ରରେ ଆଂଶିକ ଲକଡାଉନ ଲଗାଯାଇଛି। ଯାହାର ସୁଯୋଗ ନେଇ ସେଲିବ୍ରେଟିମାନେ ଭ୍ୟାକେସନରେ ବାହାରିଛନ୍ତି। ମାଳଦୀପରେ ମସ୍ତି କରୁଥିବା ନେଇ ଅନେକ ଷ୍ଟାର କିଡ୍ସ ନିଜର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହା ପରେ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଏକ ବିସ୍ଫୋରକ ବୟାନ ଦେଇଛନ୍ତି।

ଜାନଭୀ କପୁର, ଦିଶା ପାଟାନି (Disha Patani) , ଟାଇଗର ଶ୍ରଫ, ଆଲିଆ ଭଟ୍ଟ (Alia Bhatt), ରଣବୀର କପୁର, ସାରା ଅଲି ଖାନ ଓ ଅନନ୍ୟା ପାଣ୍ଡେଙ୍କ ସମେତ ଅନେକ ଷ୍ଟାର କିଡ୍ସ  (Star Kids) ଛୁଟି କାଟିବାପାଇଁ ଭାରତ ଛାଡି ମାଳଦୀପ ଯାଇଛନ୍ତି। ସେମାନେ ସେଠାରେ ପରିବାର ଓ ସାଙ୍ଗସାଥୀଙ୍କ ସହ ଖୁବ ମସ୍ତି କରୁଛନ୍ତି। ଆଉ ସେହି ସେଲିବ୍ରିଟିମାନେ ଫ୍ୟାନ୍ସଙ୍କୁ ନିଜ ସ୍ଥିତି ବିଷୟରେ ଅବଗତ କରାଇବା ପାଇଁ ହୋଟେଲ, ସୁମିଂପୁଲ ଓ ବିଚର ଫଟୋ ସେୟାର କରୁଛନ୍ତି। ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଛି। ସାଧାରଣ ଜନତାଙ୍କ ସମେତ ଅନେକ ବଲିଉଡ କଳାକାର ସେମାନଙ୍କୁ ସମାଲୋଚନା କରୁଛନ୍ତି।

Also Read: ସାଙ୍ଗ ପାଇଁ ଜୀବନ ଦେଲା ସ୍କୁଲ ଛାତ୍ର

ନିକଟରେ ଏକ ସାକ୍ଷାତକାରରେ ନୱାଜୁଦ୍ଦିନ ସିଦ୍ଦିକି (Nawazuddin Siddiqui) , ମାଳଦ୍ୱୀପ (Maldives)ରେ ଛୁଟି କାଟୁଥିବା (vacation) ସେଲିବ୍ରିଟିଙ୍କୁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି, "ଏହି ସେଲିବ୍ରିଟିମାନେ ଭ୍ୟାକେସନର ଫୋଟ ପୋଷ୍ଟ କରୁଛନ୍ତି, ଯେଉଁ ସମୟରେ ଦୁନିଆର ସବୁଠାରୁ ଅଧିକ ଅବନତି ଘଟୁଛି। … ଲୋକଙ୍କ ପାଖରେ ଖାଇବାକୁ ଖାଦ୍ୟ ନାହିଁ। ଆଉ ତୁମେମାନେ ଟଙ୍କା ଉଡାଉଛ। କିଛି ତ ଲଜ୍ଜା କର। ଏମାନେ ମାଳଦ୍ୱୀପକୁ ତାମସା କରି ରଖିଛନ୍ତି। ପର୍ଯ୍ୟଟନଶିଳ୍ପ ସେମାନଙ୍କ ପାଇଁ କଣ କରିଛି ମୁଁ ଜାଣିନାହିଁ?"

ସେ ପୁଣି କହିଛନ୍ତି , "ସେମାନେ ଆଉ କ’ଣ କହିବେ? ମାନବିକତାର ସ୍ୱାର୍ଥ ପାଇଁ, ଦୟାକରି ଏହି ଛୁଟିଗୁଡ଼ିକୁ ନିଜ ପାଖରେ ରଖନ୍ତୁ। ସବୁଠାରେ ଲୋକ ଯନ୍ତ୍ରଣା ଭୋଗୁଛି। କୋରୋନା ମାମଲା ବହୁଗୁଣିତ ହେଉଛି। ଯଦି ତୁମମାନଙ୍କ ହୃଦୟ ଅଛି, ତେବେ ଦୟାକରି ଯେଉଁମାନେ ଯନ୍ତ୍ରଣା ଭୋଗୁଛନ୍ତି ସେମାନଙ୍କୁ ପରିହାସ କରନ୍ତୁ ନାହିଁ।" ରିପୋର୍ଟରଙ୍କ ପ୍ରଶ୍ନର ଉତ୍ତର ଦେଇ ନୱାଜୁଦ୍ଦିନ କହିଛନ୍ତି, ""ମୁଁ ବର୍ତ୍ତମାନ ମୋର ପରିବାର ସହ ଅଛି। ଆଉ ମୋର ପରିବାର ହିଁ ମୋ ପାଇଁ ମାଳଦୀପ।" 

Also Read: ସୋସିଆଲ ମିଡିଆରେ ଛାଇଗଲେ Hardik Pandyaଙ୍କ ପତ୍ନୀ Natasa Stankovic, ଦେଖନ୍ତୁ Viral Video

ତେବେ କେବଳ ଯେ ନୱାଜୁଦ୍ଦିନ ସେହି ଷ୍ଟାର କିଡ୍ସ (Bollywood celebs) ଙ୍କୁ ସମାଲୋଚନା କରିଛନ୍ତି ତାହା ନୁହଁ। ଫ୍ୟାନ୍ସମାନେ ମଧ୍ୟ ସେମାନଙ୍କୁ ‘ସମ୍ବେଦନଶୀଳ’ ଏବଂ ‘ଲଜ୍ଜାଜନକ’ ବୋଲି କହିଛନ୍ତି। ଏପରିକି ଦେଶ କୋରୋନା (Coronavirus) ସଙ୍କଟରେ ଆଉଟୁ ପାଉଟୁ ହେଲା ବେଳେ ବଲିଉଡ ତାରକାମାନେ ଦେଶ ଛାଡି ମସ୍ତି କରୁଥିବା ସେମାନେ ଅଭିଯୋଗ ଆଣିଛନ୍ତି।