• ୯୮ ବର୍ଷ ବୟସରେ MDH ମସଲା ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କ ମୃତ୍ୟୁ । ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ସୂଚନା ॥
  • ଧର୍ମପାଲଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଶୋକ ପ୍ରକାଶ ॥
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ମଧ୍ୟ ଶୋକ ପ୍ରକାଶ
  • ପରୀ ହତ୍ୟା ମାମଲାରେ CBI ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।
  • ପରୀକୁ ନ୍ୟାୟ ଦେବାକୁ କଂଗ୍ରେସ ଚାହେଁନି । ଡିସେମ୍ବର ୧୫ରୁ ପ୍ରତି ବ୍ଲକରେ ପଦଯାତ୍ରା କରିବ ବିଜେପି : ପ୍ରତାପ ଷଡ଼ଙ୍ଗୀ ॥
  • ରାଜ୍ୟରେ ବିଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣଙ୍କ ମୃତ୍ୟୁ । ମୃତ୍ୟୁ ସଂଖ୍ୟା ୧୭୫୫ ଛୁଇଁଲା ।
  • ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୪୩୪ କୋରୋନା ସଂକ୍ରମିତ ଚିହ୍ନଟ ॥

NCB ସ୍କାନରରେ ବଲିଉଡ! କମେଡି କ୍ୱିନଙ୍କ ଘରେ ଚଢଉ

ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କ ମୁମ୍ବାଇରେ ବାସଭବନରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB)ର ଚଢଉ।  

NCB ସ୍କାନରରେ ବଲିଉଡ! କମେଡି କ୍ୱିନଙ୍କ ଘରେ ଚଢଉ
କମେଡି କ୍ୱିନଙ୍କ ଘରେ ଚଢଉ

ନୂଆଦିଲ୍ଲୀ: ବଲିଉଡକୁ ଅଡୁଆରେ ପକାଇଛି ଶୁସାନ୍ତ ସିଂହ ମୃତ୍ୟୁ ମାମଲା। ଡ୍ରଗ୍ସ ଲିଙ୍କ ନେଇ NCB ଚଳାଇଛି ତନାଘନା। ଗୋଟିଏ ପରେ ଗୋଟିଏ କଳାକାରଙ୍କ ଘରେ ଜାରି ରହିଛି ରେଡ୍। ଏବେ  NCBର ରାଡାରକୁ ଆସିଛନ୍ତି  କମେଡି କ୍ୱିନ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାବାୟା। 

ଶନିବାର ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାବାୟାଙ୍କ ମୁମ୍ୱାଇସ୍ଥିତ ବାସଭବନରେ NCB ଚଢଉ କରିଛି। ଏହି ରେଡ୍ ବେଳେ ଉଭୟେ ଘରେ ଉପସ୍ଥିତ ଥିଲେ। ତେବେ ତାଙ୍କ ଘରୁ କିଛି ପରିମାଣର ଗଞ୍ଜେଇ ଜବତ କରାଯାଇଥିବାର ବି ସୂଚନା ମିଳିଛି। ସେପଟେ କଳାକାର ଦମ୍ପତିଙ୍କୁ ଅଫିସକୁ ନେଇ ତଦନ୍ତକାରୀ ସଂସ୍ଥା ପଚରାଉଚରା କରୁଛି।

ଏନସିବିର ମୁମ୍ବାଇ ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡେଙ୍କ ଉପସ୍ଥିତିରେ ଶନିବାର ସକାଳେ ଷ୍ଟାର ଦମ୍ପତିଙ୍କ ଆନ୍ଧେରୀ, ଲୋଖଣ୍ଡୱାଲା ଏବଂ ଭର୍ସୋଭା ପରି ତିନୋଟି ଭିନ୍ନ ସ୍ଥାନରେ ଚଢଉ ହୋଇଥିଲା। ଡ୍ରଗ୍ସ ଲିଙ୍କ ମାମଲାରେ ଅଧିକ ତଥ୍ୟ ପାଇଁ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାବାୟାଙ୍କୁ ଜେରା କରାଯାଉଛି। ସେପଟେ ଶୁକ୍ରବାର ରାତିରେ ଉପାନ୍ତ ଅଞ୍ଚଳରେ ଜଣେ ଡ୍ରଗ୍ ବେପାରୀଙ୍କୁ ଗିରଫ କରାଯାଇଥିଲା। ଏହି ସୂଚନା ଆଧାରରେ ଭାରତ-ହର୍ଷଙ୍କ ବାସଭବନ ଏବଂ ଅନ୍ୟାନ୍ୟ ସ୍ଥାନରେ ରେଡ ହୋଇଥିବା କରାଯାଇଛି।

ସୂଚନାଯୋଗ୍ୟ, ନିକଟରେ ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ NCB ରେଡ କରିଥିଲା। ତେବେ ତାଙ୍କ ଘରୁ କୌଣସି ମାଦକ ଦ୍ରବ୍ୟ ମିଳିନଥିଲା। ଡ୍ରଗ୍ସ ଲିଙ୍କ ମାମଲାରେ  ଅଭନେତାଙ୍କୁ  NCB ସମନ କରିଛି। ସେପଟେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବି ବୋଲି ଅର୍ଜୁନ କହିଛନ୍ତି।