ଆଉ କାହା ପ୍ରେମରେ ପାଗଳ Neha Kakkarଙ୍କ ପତି Rohanpreet
Advertisement

ଆଉ କାହା ପ୍ରେମରେ ପାଗଳ Neha Kakkarଙ୍କ ପତି Rohanpreet

ଗୀତରେ ରୋହନପ୍ରୀତ, ଟିଭି ଅଭିନେତ୍ରୀ ତଥା ବିଗ୍ ବସ୍ ଫେମ୍ ଜସ୍ମିନ୍ ଭସିନଙ୍କ ସହ ନଜର ଆସିବେ। 'ପିନେ ଲଗେ ହୋର ଭିଡିଓ ଭର୍ସନ ଆସନ୍ତା ୨୮ ତାରିଖ ଦିନ ରିଲିଜ୍ ହେବ।

ସୌ: ସୋସିଆଲ ମି଼ଡିଆ

ମୁମ୍ବାଇ: ନିକଟରେ ବଲିଉଡର ପ୍ରସିଦ୍ଧ ଗାୟିକା ତଥା ସୋସିଆଲ ମିଡିଆ ସେନ୍ସେସ୍ ନେହା କକ୍କର ସଙ୍ଗୀତ ଠାରୁ ନିର୍ଦ୍ଦେଶକ ଆଡକୁ ମୁହାଁଇଛନ୍ତି। ନେହା ତାଙ୍କ ସ୍ୱାମୀ ରୋହନପ୍ରୀତ ସିଂଙ୍କ ଗୀତ 'ପିନେ ଲଗେ ହୋ'ର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଗୀତରେ ରୋହନପ୍ରୀତ, ଟିଭି ଅଭିନେତ୍ରୀ ତଥା ବିଗ୍ ବସ୍ ଫେମ୍ ଜସ୍ମିନ୍ ଭସିନଙ୍କ ସହ ନଜର ଆସିବେ। 'ପିନେ ଲଗେ ହୋର ଭିଡିଓ ଭର୍ସନ ଆସନ୍ତା ୨୮ ତାରିଖ ଦିନ ରିଲିଜ୍ ହେବ।

ଏକ ସାକ୍ଷାତକାରରେ ନେହା କକ୍କର ନିଜର ନିର୍ଦ୍ଦେଶନକୁ ନେଇ ଉତ୍ସାହିତ ଥିବା କହିଛନ୍ତି। ସେ କହିଛନ୍ତି, 'ପ୍ରଥମ ଥର ପାଇଁ ମୁଁ ଏକ ମ୍ୟୁଜିକ୍ ଭିଡିଓ ନିର୍ଦ୍ଦେଶନା ଦେଉଛି ଏବଂ ମୁଁ କିଛି ନୂଆ କରିବାର ଚ୍ୟାଲେଞ୍ଜ କରିବାକୁ ଭଲ ପାଏ। ମୁଁ ମୋର ପ୍ରଶଂସକଙ୍କ ଆଶୀର୍ବାଦ ଚାହୁଁଛି, ଯେଉଁମାନେ ମୋର ପ୍ରତ୍ୟେକ ନୂତନ ଯାତ୍ରାରେ ସୁପର ସହାୟକ ହୋଇଛନ୍ତି।'

Also Read: କୋର୍ଟ ଉପରେ ନାହିଁ କଙ୍ଗନାଙ୍କ ଭରସା

ଅନ୍ୟପଟେ ରୋହନପ୍ରୀତ କୁହନ୍ତି, 'ପିନେ ଲଗେ ହୋ ମୋର ପ୍ରଥମ ସଲୋ ଗୀତ ଏବଂ ଏହାର ସ୍ପେସିଆଲିଟିର କାରଣ, ଏହାକୁ ନେହାଙ୍କ ଦୃଷ୍ଟିକୋଣରୁ ପ୍ରସ୍ତୁତ କରାଯାଇଛି। ସେ ପୁଣି ଥରେ ତାଙ୍କର ବେଷ୍ଟ ଦେଇ, ମୋତେ ପ୍ରେରଣା ଦେଇଛନ୍ତି। ପ୍ରଶଂସକମାନଙ୍କୁ ଏକ ଗୀତ ଦେବା ପାଇଁ ମୁଁ ଚେଷ୍ଟା କଲି ଯାହା ବାରମ୍ବାର ଶୁଣାଯାଇ ପାରିବ। ଏହାକୁ ଆପଣଙ୍କ ନିକଟକୁ ଆଣିବାକୁ ଆମେ ଉତ୍ସାହିତ।'

'ପିନେ ଲଗେ ହୋ' ଗୀତ ବିଷୟରେ 'ବିଗ୍ ବସ୍' ଫେମ୍ ଅଭିନେତ୍ରୀ ଜସ୍ମିନ୍ ଭସିନ୍ କହିଛନ୍ତି ଯେ, ରୋହନପ୍ରୀତଙ୍କ ନର୍ଭସେସ୍ ବହୁତ ସୁନ୍ଦର ଥିଲା। ତାଙ୍କୁ କମଫର୍ଟ କରିବା ପାଇଁ ନେହା ଏବଂ ମୁଁ ବହୁତ ଚେଷ୍ଟା କରିଛୁ। ସେ 'ପିନେ ଲଗେ ହୋରେ ଏକ ଚମତ୍କାର କାର୍ଯ୍ୟ କରିଛନ୍ତି। ମୁଁ ଏହାକୁ ବହୁତ ପସନ୍ଦ କଲି ଯେତେବେଳେ ମୁଁ ପ୍ରଥମ ଥର ପାଇଁ ଏହି ଗୀତ ଶୁଣିଲି, ସେତେବେଳେ ମୁଁ ଜାଣିଥିଲି ଯେ ସମସ୍ତେ ଏହି ଗୀତକୁ ପସନ୍ଦ କରିବେ।'