• ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ୨୬-୨୭ରେ ଦକ୍ଷିଣ ଓଡ଼ିଶାର ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହେବ
  • ରୁଷିକୂଲ୍ୟା ଏବଂ ନାଗାବଳୀ ନଦୀରେ ବନ୍ୟା ଆଶଙ୍କା
  • ଖାଲୁଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି : SRC
  • ଆସନ୍ତାକାଲି ସଂଧ୍ୟା ସୁଦ୍ଧା କଳିଙ୍ଗପାଟନମ ନିକଟ ଉପକୂଳରେ ବାତ୍ୟା ମାଡ଼ ହେବା ଆଶଙ୍କା
  • ସମ୍ଭାବ୍ୟ ବାତ୍ୟା ପାଇଁ ଗଜପତି ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୬୦୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୪୯୪ ସୁସ୍ଥ
  • ରାଜ୍ୟରେ ୨୪ ଘଣ୍ଟାରେ ୭ ଆକ୍ରାନ୍ତଙ୍କ ଜୀବନ ନେଲା କୋରୋନା
  • ମୁଣ୍ଡଳୀ ବ୍ୟାରେଜରେ ଓଡ୍ରାଫ ବୋଟ ଓଲଟିବା ଘଟଣା
  • ହାତୀ ଓ ନିଖୋଜ ଓଡ୍ରାଫ ଯବାନଙ୍କ ମିଳୁନି ପତ୍ତା

ନୂଆ ସିନେମାର ନୂଆ ନାୟିକା 'ରୂପଶ୍ରୀ'

ସିନେମାର ନାୟିକା ରୂପଶ୍ରୀ ନିଜ କ୍ୟାରେକ୍ଟରକୁ ନେଇ ବେଶ୍ ଖୁସିଥିବା କହିବା ସହ ପ୍ରଯୋଜକ ସିତାଂଶୁ କୁମାର ମହାନ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

ନୂଆ ସିନେମାର ନୂଆ ନାୟିକା 'ରୂପଶ୍ରୀ'

ସୌଭାଗ୍ୟ ରଞ୍ଜନ ମିଶ୍ର, ନୂଆଦିଲ୍ଲୀ: ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ଖୁସି ଖବର, କାରଣ ଖୁବଶୀଘ୍ର ଆପଣଙ୍କ ନିକଟକୁ ଆସିବାକୁ ଯାଉଛି କ୍ରୀଷ୍ଣା ପ୍ରଡକ୍ସନର ଦ୍ୱିତୀୟ ଅବଦାନରେ ନିର୍ମାଣ ହେଉଥିବା ଏକ ଭିନ୍ନ ସ୍ୱାଦର ସାଟେଲାଇଟ୍ ସିନେମା 'ଜେଜେ ନଂ ୧' ଏବଂ ଏହି ସିନେମାରେ ନାୟକ ବିଭାସଙ୍କ ସହ ମୁଖ୍ୟ ଚରିତ୍ରରେ ଆପଣ ଦେଖିବାକୁ ପାଇବେ ସୁନ୍ଦରୀ ନାୟିକା ରୂପଶ୍ରୀଙ୍କୁ ।

କିଛିଦିନ ତଳେ ସିନେମାଟିର ଶୁଭ ମହୁରତ ହୋଇଥିବାବେଳେ ଏବେ ଏହାର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି, ଯାହାକୁ ନେଇ ପୁରା ଟିମ୍ ଖୁସ୍ ଥିବା ଜଣାପଡ଼ିଛି । ସିନେମାରେ କେବଳ ପ୍ରେମ କାହାଣୀ ନୁହେଁ ବରଂ ଦର୍ଶକେ ଲଭ୍ ରୋମାନ୍ସ ,ଫାଇଟ୍ ,କମେଡି ସାଙ୍ଗକୁ ଜେଜେ ନାତିଙ୍କର ଭଲପାଇବାର ଏକ ପାରିବାରିକ କାହାଣୀ ଦେଖିବାକୁ ପାଇବେ ବୋଲି ସୂଚନା ମିଳିଛି । ସିନେମାର ନାୟିକା ରୂପଶ୍ରୀ (Actress Rupashree) ନିଜ କ୍ୟାରେକ୍ଟରକୁ ନେଇ ବେଶ୍ ଖୁସିଥିବା କହିବା ସହ ପ୍ରଯୋଜକ ସିତାଂଶୁ କୁମାର ମହାନ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

Also Read: ନିର୍ଦ୍ଦେଶକ ଅଶ୍ୱିନ୍ ଓ ତାଙ୍କ ଟିମକୁ ବଲିଉଡରୁ ଅଫର

ଅନ୍ୟପକ୍ଷେ କାହାଣୀର ପରିକଳ୍ପନା ବିଶ୍ୱରଞ୍ଜନ ସାହୁ କରିଥିବା ବେଳେ ସିନେମା (Odia Cinema) ରେ ସଙ୍ଗୀତର ଦାୟିତ୍ୱ ନେଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ (Music Director) ବୈଦ୍ୟନାଥ ଦାସ । କେବଳ ସେତିକି ନୁହେଁ ଏହି ସିନେମାରେ ପ୍ରେମାଞ୍ଜନ ପରିଡ଼ା, ସର ଅପା, ଅସିତ ପତି, ସ୍ମିତା ମହାନ୍ତି, ସରସ୍ୱତୀ ଦେବୀ, ବିଜୁ ବଡ଼ ଜେନା, କୁସୁମ ତ୍ରିପାଠୀଙ୍କ ସହ ଆହୁରି ଅନେକ କଳାକାର ନଜର ଆସିବେ ବୋଲି ଜଣାପଡ଼ିଛି ।

Also Read: ଦୀପିକାଙ୍କ କୋ-ଷ୍ଟାର୍ ଗିରଫ, ଏକାଧିକ ମହିଳା କଲେ ଦୁଷ୍କର୍ମ ଅଭିଯୋଗ

ପୂର୍ବରୁ ନାୟିକା ରୂପଶ୍ରୀ ଓ ନାୟକ ବିଭାସ (Actor Vivash) ସିନେମା 'ଲାଲପାନ ବିବି' (Lalpan Biwi) ରେ ଏକାଠି ଅଭିନୟ କରିଥିଲେ କିନ୍ତୁ ମୁଖ୍ୟ ଚରିତ୍ରରେ ପ୍ରଥମଥର ଉଭୟେ ଅଭିନୟ କରୁଥିବାରୁ ସିନେମାଟିର ସଫଳତା ନେଇ ଅନେକ ଆଶା ବାନ୍ଧିଥିବା ଜଣାପଡ଼ିଛି । ତେବେ ସିନେମାଟି ନିଶ୍ଚିତ ଭାବେ ଦର୍ଶକଙ୍କ ହୃଦୟକୁ ଛୁଇଁବ ବୋଲି ପୁରା ଟିମ୍ ଆଶା ରଖିଛି ।