Advertisement
Article Detail0/zeeodisha/odisha857893

ଅଭିନେତାଙ୍କ ଦ୍ୱିତୀୟ ଇନିଂସ; ସୀମାଙ୍କୁ ନେଇ କ'ଣ କହୁଥିଲେ ସବ୍ୟସାଚୀ?

ସୀମାଙ୍କ ସହ ବିଚ୍ଛେଦ ପରେ ଅଭିନେତ୍ରୀ ଅର୍ଚ୍ଚିତା (Archita Sahu) ଙ୍କ ସହ ସବ୍ୟଙ୍କ ପ୍ରେମ ସମ୍ପର୍କ ନେଇ ଚର୍ଚ୍ଚା ଚାଲିଲା। ଆଜି ସେହି ସମ୍ପର୍କକୁ ଏକ ନୂଆ ପରିଚୟ ମିଳିଛି। ଅର୍ଚ୍ଚିତା ଓ ସବ୍ୟସାଚୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। 

ଡିଜାଇନ ଫଟୋ
ଡିଜାଇନ ଫଟୋ

ନୂଆଦିଲ୍ଲୀ: ରିଲ ଓ ରିୟଲ ଲାଇଫ୍ ହିରୋ ସବ୍ୟସାଚୀ ମିଶ୍ର ଶେଷରେ ହାତକୁ ଦୁଇ ହାତ ହୋଇଛନ୍ତି। ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ବୈଦିକ ରିତିରେ ବିବାହ କରିଛନ୍ତି। ଆଜି ସେମାନଙ୍କ ବିବାହକୁ ନେଇ ଆଞ୍ଚଳିକ ତଥା ଜାତୀୟ ଗଣମାଧ୍ୟମ ଖୁବ୍ ଚର୍ଚ୍ଚା ଚାଲିଛି। ସମସ୍ତେ ନବଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜଣାଇବାରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଅପର ପକ୍ଷରେ ସବ୍ୟସାଚୀଙ୍କ ପ୍ରଥମ ପତ୍ନୀଙ୍କୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଯାଇଛି। 

କଲେଜ୍ କ୍ଲାସମେଟ୍ ସୀମାଙ୍କୁ ସବ୍ୟସାଚୀ ମିଶ୍ର (Sabyasachi Mishra) ୨୦୦୮ ମସିହାରେ ବିବାହ କରିଥିଲେ। ଏହା ସେମାନଙ୍କ ପ୍ରେମ ବିବାହ ଥିଲା। ବିବାହ ସମୟରେ ଉଭୟେ ଏକ ଘରୋଇ ଇଂଜିନିୟରିଂ କଲେଜରେ ପାଠ ପଢାଉଥିଲେ। ଏକ ଲମ୍ବା ସ୍ୱପ୍ନ ଦେଖି ଉଭୟେ ସାତ ଜନ୍ମର ସାଥି ହେବାକୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କିନ୍ତୁ କୌଣସି କାରଣରୁ ତାଙ୍କର ଦାମ୍ପତ୍ୟ ଜୀବନର ଯାତ୍ରା ୮ ମାସ ମଧ୍ୟରେ ହିଁ ଶେଷ ହୋଇଗଲା। ସୀମା ଓ ସବ୍ୟସାଚୀଙ୍କ ମଧ୍ୟରେ ଡାଇଭର୍ସ ହୋଇଥିଲା। 

Also Read: ସାତଜନ୍ମର ସାଥୀ ହେଲେ ଚର୍ଚ୍ଚିତ ଯୋଡ଼ି ସବ୍ୟାର୍ଚ୍ଚିତା

Add Zee News as a Preferred Source

ସୀମାଙ୍କ ସହ ବିଚ୍ଛେଦ ପରେ ଅଭିନେତ୍ରୀ ଅର୍ଚ୍ଚିତା (Archita Sahu) ଙ୍କ ସହ ସବ୍ୟଙ୍କ ପ୍ରେମ ସମ୍ପର୍କ ନେଇ ଚର୍ଚ୍ଚା ଚାଲିଲା। ଆଜି ସେହି ସମ୍ପର୍କକୁ ଏକ ନୂଆ ପରିଚୟ ମିଳିଛି। ଅର୍ଚ୍ଚିତା ଓ ସବ୍ୟସାଚୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେତେବେଳେ ସୀମାଙ୍କ ସାତ ଜନ୍ମର ସାଥୀ ହେବାକୁ ସବ୍ୟ ଅଗ୍ନିକୁ ସାକ୍ଷୀ ରଖି ଶପଥ ନେଇ ଥିଲେ, ଏବେ ଦ୍ୱିତୀୟ ଥର ପାଇଁ ଠିକ ସେହିଭଳି ଶପଥ ନେଇଛନ୍ତି। କିନ୍ତୁ ଏବେ ବିବାହ ବେଦୀ ଅଲଗା ସ୍ଥାନରେ ସାଜିଛି। ଏଥର ଓଡି଼ଶା ନୁହେଁ ରାଜସ୍ଥାନ (Rajasthan) ରେ ତାଙ୍କ ବିବାହ ହେଉଛି। ଆଉ ଏହି ସମୟରେ ସୀମା ଏବଂ ସବ୍ୟସାଚୀଙ୍କ ଏକ ପୁରୁଣା ସାକ୍ଷାତକାରକୁ ନେଇ ଚର୍ଚ୍ଚା ଚାଲିଛି।

ଭେଲେଣ୍ଟାଇନ ଦିବସ ଅବସରରେ ଏକ ଜାତୀୟ ଗଣମାଧ୍ୟମରେ ସେତେବେଳର ନବଦମ୍ପତ୍ତି ସୀମା ଏବଂ ସବ୍ୟସାଚୀଙ୍କ ଏକ ସାକ୍ଷାତକାର ପ୍ରକାଶିତ ହୋଇଥିଲା। ସେଥିରେ ସୀମା କହିଥିଲେ ଯେ, ସବ୍ୟ ଓ ସେ ବିବାହ ପୂର୍ବେ ଓ ପରେ ସବୁବେଳେ ବେଷ୍ଟ ଫ୍ରେଣ୍ଟ ହୋଇ ରହିବେ। ଏହା ହିଁ ଏକ ସମ୍ପର୍କର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ। ସେପଟେ ଫିଲ୍ମ ସୁଟିଂରେ ବ୍ୟସ୍ତ ଥିବା ଯୋଗୁଁ ପତ୍ନିଙ୍କୁ ସମୟ ଦେଇପାରୁନଥିବା ସବ୍ୟ କହିଥିଲେ। ଏହା ବ୍ୟତୀତ ଉଭୟେ ସବୁବେଳେ ଏକତ୍ର ଭେଲେନଟାଇନ ଡେ ପାଳନ କରୁଥିବା ଏବଂ ଏଥର କ୍ୟାଣ୍ଡେଲ ଡିନର କରି ସନ୍ଧ୍ୟାକୁ ଆହୁରି ରୋମାଣ୍ଟିକ କରିବାକୁ ପ୍ଲାନ କରୁଥିବା କହିଥିଲେ।

ଏବେ ସୀମା କେଉଁଠାରେ ଅଛନ୍ତି? କିପରି ଅଛନ୍ତି? କାହିଁକି ସୀମା ଗ୍ଲାମର୍ସ ଦୁନିଆଠୁ ଦୂରେଇଗଲେ? ଏଭିଳି ଅନେକ ପ୍ରଶ୍ନ ସବ୍ୟଙ୍କ ଫ୍ୟାନ୍ସଙ୍କ ମନରେ ଉଠୁଛି। 

 

 

About the Author