ଓଲିଉଡର ସୁପରହିଟ୍ ଯୋଡ଼ି ସବ୍ୟସାଚୀ ଓ ଅର୍ଚ୍ଚିତା, ଦୀର୍ଘ ଦିନର ନିରବ ପ୍ରେମ ପରେ ରିଲ୍ ଲାଇଫରୁ ଏବେ ରିୟଲ 'ଲାଇଫ୍'ର ବି ପାର୍ଟନର ସାଜିଛନ୍ତି । ରାଜସ୍ଥାନରେ ବହୁ ଆଡମ୍ବରରେ ବିବାହ କରିଛନ୍ତି #Sabyarchita
Trending Photos
)
ଭୁବନେଶ୍ବର: ଶେଷରେ ସବୁ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା । ଭାବନାର ଗଳ୍ପ ସତ ହେବା ପରେ ଏବେ ସପନର ସୌଦାଗର ତାଙ୍କ ହାତ ଧରି ସାତ ଜନମ ପାଇଁ ଅଗ୍ନିକୁ ସାକ୍ଷୀ ରଖି ସଂକଳ୍ପ ନେଇଛନ୍ତି। ଓଲିଉଡର ସୁପରହିଟ୍ ଯୋଡ଼ି ସବ୍ୟସାଚୀ ଓ ଅର୍ଚ୍ଚିତା, ଦୀର୍ଘ ଦିନର ନିରବ ପ୍ରେମ ପରେ ରିଲ୍ ଲାଇଫରୁ ଏବେ ରିୟଲ 'ଲାଇଫ୍'ର ବି ପାର୍ଟନର ସାଜିଛନ୍ତି । ରାଜସ୍ଥାନରେ ବହୁ ଆଡମ୍ବରରେ ବିବାହ କରିଛନ୍ତି #Sabyarchita
ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁଙ୍କ ଗହଣରେ ଉଭୟଙ୍କ ଶୁଭ ପରିଣୟ ସମ୍ପନ୍ନ ହୋଇଛି । ସେହିପରି ନବଦମ୍ପତ୍ତିଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ସୁଖ ଦାମ୍ପତ୍ୟ ଜୀବନର କାମନା କରିଛନ୍ତି ଶୁଭେଚ୍ଛୁ। ବିବାହର ଠିକ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଗତକାଲି ଦୁହେଁ ସୋସିଆଲ ମିଡିଆ (Social Media) ରେ ନିଜ ବିବାହ ସମ୍ପର୍କରେ ଖବର ଦେଇଥିଲେ । ପୂର୍ବରୁ ନିର୍ବନ୍ଧ ସରିଥିଲେ ମଧ୍ୟ ଏ ଖବର ପ୍ରସାର ନକରି ଏକାଥରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ବୋଲି ନିଜ ଆଡ଼ୁ ଖବର ଦେଇଥିଲେ ଏହି ସୁପରହିଟ ଯୋଡି ।ଏହାପରେ ଉଭୟଙ୍କୁ ସୋସିଆଲ ମିଡିଆ ଜରିଆରେ ଆସିଥିଲା ଢେର ସାରା ଶୁଭେଚ୍ଛା ଓ ଶୁଭକାମନା ।
Also Read: ବନ୍ଧା ହେବେ କଙ୍ଗନା ରଣାୱତ, ଜାରି ହେଲା ୱାରେଣ୍ଟ
୨୦୦୫ରେ 'ଓ ମାଇଁ ଲଭ୍ ' (O my Love) ଚଳଚ୍ଚିତ୍ରରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ଅର୍ଚ୍ଚିତା । ସେହିପରି ୨୦୦୭ରେ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ 'ପାଗଳପ୍ରେମୀ' (Pagal Premi)ଜରିଆରେ ଓଲିଉଡକୁ ପ୍ରବେଶ କରିଥିଲେ ସବ୍ୟସାଚୀ । ୨୦୦୮ରେ ସଞ୍ଜୟ ନାୟକଙ୍କ ସିନେମା 'ମୁଁ ସପନର ସୌଦାଗର' ରେ ପ୍ରଥମେ ଦୁହେଁ ଏକାଠି କାମ କରିଥିଲେ। ଏହାପରେ ଦର୍ଶକଙ୍କ ଖୁବ ପସନ୍ଦର ଯୋଡ଼ି ପାଲଟିଥିଲେ ସବ୍ୟର୍ଚ୍ଚିତା । 'ମୋତେ ଆଣିଦେଲ ଲକ୍ଷେ ଫଗୁଣ' , 'ପାଗଳ କରିଛି ପାଉଁଜି ତୋର', 'କେଉଁ ଦୁନିଆରୁ ଆସିଲ ବନ୍ଧୁ', 'ତୋର ମୋର ଯୋଡ଼ି ସୁନ୍ଦର' ଆଦି ଉଭୟଙ୍କ ସୁପରହିଟ୍ ସିନେମା (Super Hit Cinema)
Also Read: ବିଲେଇ ପାଇଁ ବିମାନର Emergency ଲ୍ୟାଣ୍ଡିଂ
ଏହାପରେ ୨୦୧୨ରେ ଚକ୍ରଧର ସାହୁଙ୍କ 'କେବେ ତୁମେ ନାହଁ କେବେ ମୁଁ ନାହିଁ'ରେ ପରସ୍ପର ନିକଟତର ହୋଇଥିଲେ ଏହି ଯୋଡ଼ି। ସ୍ମାଇଲ ପ୍ଲିଜ, ପିଲାଟା ବିଗିଡ଼ିଗଲା, ହେଲା ମୋତେ ପ୍ରେମ ଜର, ମୁଁ ଏକା ତୁମର, ବାଏ ବାଏ ଦୁବାଇ ଓ ଛାତି ତଳେ ଡିଂ ଡଂ ରେ ଦୁହିଁଙ୍କ ଅନ ସ୍କ୍ରିନ୍ ରୋମାନ୍ସ ଦର୍ଶକ ଦେଖିବାକୁ ପାଇଥିଲେ।୨୦୧୯ରେ ଦୁହିଁଙ୍କ ଶେଷ ସିନେମା ଥିଲା 'ଅଭିମାନ'।