ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ବିବାହ କରିବେ ଅଭିନେତା ସବ୍ୟସାଚୀ ମିଶ୍ର
Advertisement

ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ବିବାହ କରିବେ ଅଭିନେତା ସବ୍ୟସାଚୀ ମିଶ୍ର

ଇଣ୍ଡଷ୍ଟ୍ରି ଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ଉଭୟଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ଲାଗିରହିଥିଲା ।

ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ବିବାହ କରିବେ ଅଭିନେତା ସବ୍ୟସାଚୀ ମିଶ୍ର

ଭୁବନେଶ୍ବର: ଆସନ୍ତାକାଲି ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ସାହୁ (Archita Sahu) ଓ ଅଭିନେତା ସବ୍ୟସାଚୀ ମିଶ୍ର । ଏନେଇ ନିଜେ ସୂଚନା ଦେଇଛନ୍ତି ଉଭୟେ ଅଭିନେତା ଓ ଅଭିନେତ୍ରୀ । କିଛି ସମୟ ପୂର୍ବରୁ ଅଭିନେତା ସବ୍ୟସାଚୀ (Sabyasachi Mishra) ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି । ଇଣ୍ଡଷ୍ଟ୍ରି ଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ଉଭୟଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ଲାଗିରହିଥିଲା । ତେବେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଦୁହେଁ ଆସନ୍ତାକାଲି ବିବାହ କରିବାକୁ ଯାଉଛନ୍ତି ।

fallback

ରାଜସ୍ଥାନ (Rajsthan)ର ଏକ ବିଳାସପୂର୍ଣ୍ଣ ସ୍ଥାନରେ ବିବାହ ହେବା ନେଇ ସୂଚନା ରହିଛି । ତେବେ ବିବାହ ପୂର୍ବରୁ ଦୁହିଁଙ୍କ ନିର୍ବନ୍ଧ ମଧ୍ୟ ସରିଛି । ହେଲେ ଏ ସୂଚନା କାହା ପାଖରେ ନଥିଲା । ତେବେ ଦୁହିଁଙ୍କ ଭିତରେ ଥିବା ପ୍ରେମ ସମ୍ପର୍କକୁ ନେଇ ଖୁବ ଚର୍ଚ୍ଚା ଲାଗିରହିଥିଲା । ଆଉ ଆସନ୍ତାକାଲି ରିଲ୍ ଲାଇଫର ଏହି ଦୁଇ ଅଭିନେତା ଅଭିନେତ୍ରୀ ସତକୁ ସତ ସାତ ଜନ୍ମର ସାଥୀ ହେବାକୁ ଯାଉଛନ୍ତି ।

Also Read: ଚର୍ଚ୍ଚାରେ ରାଜଧାନୀର ବୁଲେଟ ରାଣୀ, ଗୋଡ଼ାଇ ଗୋଡ଼ାଇ ଧରିଲେ ଲୁଟେରାଙ୍କୁ

ଓଲିଉଡ (Ollywood) ର ଆଗଧାଡିର ଏହି ଅଭିନେତା (Actor) ଓ ଅଭିନେତ୍ରୀ (Actress) ନିଜ ଅଭିନୟ ଯାଦୁରେ ଓଡ଼ିଶାବାସୀଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି ।  ଉଭୟେ ଅନେକ ଫିଲ୍ମରେ ଏକାଠି କାମ ମଧ୍ୟ କରିଛନ୍ତି । ବହୁବାର ସାମାଜିକ ସେବା ସମ୍ବନ୍ଧୀୟ କାମରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥାଏ । ଏମିତି ଅନେକ ଫ୍ୟାନ୍ସ ଅଛନ୍ତି ଯେଉଁମାନଙ୍କର ପ୍ରଥମ ପସନ୍ଦ ଏହି ଯୋଡି। ଦୁହିଁଙ୍କ ଅଭିନୀତ ଅନେକ ଫିଲ୍ମ  ଖୁବ୍ ସଫଳତା ପାଇଛି । ତେବେ ଆସନ୍ତାକାଲି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହି ଅବସରରେ ଜୀ ଓଡ଼ିଶା ପରିବାର ପକ୍ଷରୁ ଉଭୟଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା ।