ପ୍ରେମିକାଙ୍କ ମଥାରେ ସିନ୍ଦୁର ଦେଲେ ଲଭଗୁରୁ ଅଶ୍ୱିନ୍
Advertisement

ପ୍ରେମିକାଙ୍କ ମଥାରେ ସିନ୍ଦୁର ଦେଲେ ଲଭଗୁରୁ ଅଶ୍ୱିନ୍

ଏ ପ୍ରେମ ସମ୍ପର୍କ ନେଇ ସବୁଠି ଚର୍ଚ୍ଚା ହେଉଥିବା ବେଳେ ଶେଷରେ ବିବାହ ବେଦୀରେ ପଡିଛି ପୂର୍ଣ୍ଣଚ୍ଛେଦ ।

ପ୍ରେମିକାଙ୍କ ମଥାରେ ସିନ୍ଦୁର ଦେଲେ ଲଭଗୁରୁ ଅଶ୍ୱିନ୍

ସୌଭାଗ୍ୟ ରଞ୍ଜନ ମିଶ୍ର, ନୂଆଦିଲ୍ଲୀ: ଆଉ ହେବନାହିଁ ଲୁଚାଛପା ପ୍ରେମ, କାରଣ ବିବାହ ବେଦୀରେ ସ୍ୱୀକୃତି ମିଳିଲା ଲଭଗୁରୁ ଅଶ୍ୱିନ୍ ତ୍ରିପାଠୀଙ୍କ ପ୍ରେମ କାହାଣୀକୁ । କିଛି ଦିନ ତଳୁ ଏ ପ୍ରେମ ସମ୍ପର୍କ ନେଇ ସବୁଠି ଚର୍ଚ୍ଚା ହେଉଥିବା ବେଳେ ଶେଷରେ ବିବାହ ବେଦୀରେ ପଡିଛି ପୂର୍ଣ୍ଣଚ୍ଛେଦ ।

ନିଜର ପ୍ରିୟ ବାନ୍ଧବୀ (Girl Friend) ପ୍ରେରଣା ପ୍ରତୀକ୍ଷା (Prerna Pratikshya) ଙ୍କ ସହ ବେଦୀରେ ବିବାହ କରିବା ସମୟର ଏକ ଫଟୋ ସୋସିଆଲ୍ ମିଡିଆ (SocialMedia)ରେ ଖୁବ୍ ଭାଇରାଲ୍ ହେଉଛି ଯାହାକୁ ନେଇ ଏବେ ଅଶ୍ୱିନ୍ ତ୍ରିପାଠୀ (Ashwin Tripathy) ଓ ପ୍ରେରଣାଙ୍କ ବିବାହ ଖବର ଚର୍ଚ୍ଚାର ବିଷୟ ପାଲଟିଛି ।

Also Read:  ଏହି ଫିଲ୍ମରେ ପୁଣି ଥରେ ଏକାଠି ହେବେ ଶାହାରୁଖ-ଆଲିଆ...

କିନ୍ତୁ ନିଜର ବନ୍ଧୁ, ସହ କଳାକାର ଓ ସମ୍ପର୍କୀୟଙ୍କୁ ବିବାହ ଉତ୍ସବ (Marriage ceremony) ରେ ନିମନ୍ତ୍ରଣ କରିନଥିଲେ ଅଶ୍ୱିନ୍ । ଏହାର କାରଣ ଜାଣିବାକୁ ଆମେ ଚେଷ୍ଟା କରିଥିଲୁ କିନ୍ତୁ ଅଶ୍ୱିନ୍ ଏବେ ମଧ୍ୟ ଏହି ଘଟଣାକୁ ନିଜ ଫ୍ୟାନ (Ashwin Fans) ଙ୍କ ଠାରୁ ଆରମ୍ଭ କରି ପ୍ରିୟଜନଙ୍କ ପର୍ଯ୍ୟନ୍ତ ସରପ୍ରାଇଜ୍ ରଖିଛନ୍ତି । ଆଉ କହିଛନ୍ତି, ଫେବୃଆରୀ  ୧୮ ତାରିଖରେ ସାରା ଓଡ଼ିଶା ଜାଣିବ 'ମୁଁ ଦେଇଛି ସିନ୍ଦୁର' (Mu deichi Sindura)...

Edited:Zee Odisha Desk