ଓଡ଼ିଶାର YouTube Star ଅର୍ପିତା; ହସ୍ତକଳା ମାଧ୍ୟମରେ ମାସିକ ରୋଜଗାର ଲକ୍ଷେ ଟଙ୍କା
Advertisement

ଓଡ଼ିଶାର YouTube Star ଅର୍ପିତା; ହସ୍ତକଳା ମାଧ୍ୟମରେ ମାସିକ ରୋଜଗାର ଲକ୍ଷେ ଟଙ୍କା

ୟୁଟ୍ୟୁବ ମାଧ୍ୟମରେ ତାଙ୍କର ତିଆରି କଳାକୁ ପ୍ରଥମେ କିଛି କିଛି ଭିଡିଓ କରି ଛାଡିଥିଲେ। ଏହି ହସ୍ତକଳାକୁ ତିଆରି କରିବା ପାଇଁ ଏକ ହଜାରରୁ ଦୁଇ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ପ୍ରଥମେ ଏହି ହସ୍ତକଳା ଏତେଟା ଲୋକପ୍ରିୟ ହୋଇପାରି ନ ଥିଲା।

ଓଡ଼ିଶାର YouTube Star ଅର୍ପିତା; ହସ୍ତକଳା ମାଧ୍ୟମରେ ମାସିକ ରୋଜଗାର ଲକ୍ଷେ ଟଙ୍କା

ଭଦ୍ରକ: ୟୁଟ୍ୟୁବ ସାଜିଲା ରୋଜଗାରର ମାଧ୍ୟମ। ଅଦରକାରୀ ଏବଂ ବର୍ଜ୍ୟବସ୍ତୁରେ ବିଭିନ୍ନ କଳାକୃତିମାନ ତିଆରି କରି ଉଚ୍ଚ ଶିକ୍ଷିତ ଯୁବତୀ ଜଣକ ନିଜର ପରିଚୟ ସୃଷ୍ଟି କରିଛନ୍ତି। ନିଜର ଅନ୍ତର୍ନିହିତ ଗୁଣ ହସ୍ତକଳା ଦ୍ୱାରା ବିଭିନ୍ନ ରଙ୍ଗ ବେରଙ୍ଗର ୱାଲ ଡେକର, ଦେବାଦେବୀଙ୍କ ପ୍ରତିମୂର୍ତ୍ତି, ଫୋଟୋ ଫ୍ରେମ, ଫୁଲଦାନୀ ଡେକୋରେସନ ସହ ଘରକୁ ସୁସଜ୍ଜିତ କରୁଥିବା ବିଭିନ୍ନ ଜିନିଷ ପତ୍ର ତିଆରି କରୁଛନ୍ତି। ନିଜର ପରିଶ୍ରମ ଓ ଚେଷ୍ଟା ଦ୍ୱାରା ଯାହାକି ଘରେ ରହି ନିଜେ ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି। ତାଙ୍କର ଏଭଳି ପ୍ରୟାସ ଅନେକ ଯୁବପିଢିଙ୍କ ପାଇଁ ଏକ ଉଦାହରଣ ସାଜିଛି।

ଭଦ୍ରକ ଜିଲ୍ଲା, ବନ୍ତ ବ୍ଲକ ଅଧିନସ୍ଥ ତରାଗୋ ଗ୍ରାମର ନିରଞ୍ଜନ ଖଟୁଆଙ୍କ ଝିଅ ଅର୍ପିତା ପ୍ରିୟଦର୍ଶିନୀ। ୨୫ ବର୍ଷୀୟ ପ୍ରିୟଦର୍ଶିନୀ ଖଟୁଆ ଗ୍ରାଜୁଏସନ ପରେ ସିଟି ପାଠ ପଢା ସାରି ଘରେ ବସିଥିଲେ। ଏହି ସମୟରେ ନିଜର ଅନ୍ତର୍ନିହିତ ଗୁଣକୁ ଆଜି ସାରା ଦୁନିଆରେ ପ୍ରଦର୍ଶନ କରିବାରେ ବେଶ ସହାୟକ ହୋଇପାରିଛି। ହସ୍ତକଳା ମାଧ୍ୟମରେ ସେ ବିଭିନ୍ନ କଳାକୃତିକୁ ପ୍ରଦର୍ଶନ କରି ପାରିଛନ୍ତି। ଆଉ ଏହି ସଉକ ତାଙ୍କୁ ଲକ୍ଷପତି କରିଛି। ଆଜି ସେ ୟୁଟ୍ୟୁବ ମାଧ୍ୟମରେ ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି।

fallback

ପୂର୍ବରୁ ହଷ୍ଟେଲ ରହୁଥିବା ସମୟରେ ଅର୍ପିତା କିଛି ପେପର ଓ ପିଚୁ ବୋର୍ଡ ସାହାଯ୍ୟରେ ତାଙ୍କ ବନ୍ଧୁମାନଙ୍କୁ ଜନ୍ମଦିନ ଓ ନି୍ୟୁ ଇୟର ଗିଫ୍ଟ ଦେବା ପାଇଁ ବିଭିନ୍ନ ପ୍ରକାରର ହସ୍ତକଳାର ଜିନିଷ ତିଆରି କରୁଥିଲେ। ଅର୍ପିତା ପ୍ରିୟଦର୍ଶନୀ ତାଙ୍କର ଏହି କଳାକୁ ଘରେ ରହି ବିଭିନ୍ନ ପ୍ରକାରର ୱାଲ ହେଙ୍ଗିଙ୍ଗ ତିଆରି କଲେ। ଅଦରକାରୀ ଖବର କାଗଜ, ଆଇସ୍କ୍ରିମ ଚାମଚ ଆଉ କିଛି କାଠି ସାହାଯ୍ୟରେ ତାଙ୍କର ଏହି ନିଖୁଣ କଳାକୃତି ତିଆରି କରୁଛନ୍ତି। ତାଙ୍କର ଏହି କଳା ଦେଖି ଅର୍ପିତାଙ୍କ ବଡ଼ ଭାଇ କଳାକୃତି ଗୁଡିକ ୟୁଟ୍ୟୁବ ମାଧ୍ୟମରେ ଅପଲୋଡ଼ କରିବା ପାଇଁ କହିଥିଲେ। ସେବଠାରୁ ଅର୍ପିତା ପ୍ରିୟଦର୍ଶନୀ ୟୁଟ୍ୟୁବ ବିଷୟରେ ଜାଣିବା ପରେ ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲି, ତାହାର ନାମ କ୍ରାଫ୍ଟ ଗ୍ୟାଲେରୀ  ରଖିଲେ।

Also Read: ମା' ଗର୍ଭରୁ ଦାଉ ସାଧିଛି ଦଇବ! ଭୀମଙ୍କୁ ଅଟକାଇ ପାରିନି ଅଭାବ-ଅନଟନ

ଏହି ୟୁଟ୍ୟୁବ ମାଧ୍ୟମରେ ତାଙ୍କର ତିଆରି କଳାକୁ ପ୍ରଥମେ କିଛି କିଛି ଭିଡିଓ କରି ଛାଡିଥିଲେ। ଏହି ହସ୍ତକଳାକୁ ତିଆରି କରିବା ପାଇଁ ଏକ ହଜାରରୁ ଦୁଇ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ପ୍ରଥମେ ଏହି ହସ୍ତକଳା ଏତେଟା ଲୋକପ୍ରିୟ ହୋଇପାରି ନ ଥିଲା। ପ୍ରଥମେ ଏହି ହସ୍ତକଳା ମାଧ୍ୟମରେ ମାସିକ ୪ ହଜାରରୁ ୫ ହଜାର ରୋଜଗାର କରୁଥିଲେ। ପରେ ଏହି ହସ୍ତକଳାକୁ ସମ୍ପୂର୍ଣ୍ଣ ଭାବେ ତିଆରି କରି ଏଡିଟିଂ କରିବା ପରେ ସେହି ଭିଡିଓକୁ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଛାଡିଥିଲେ। ପରେ ଧୀରେ ଧୀରେ ତାଙ୍କର ଫଲୋର୍ସ ବଢିବା ସହ ଲୋକପ୍ରିୟତା ବଢିଥିଲା। ଯାହାକୁ ୟୁଟ୍ୟୁବ ମାଧ୍ୟମରେ ଏକ ଲକ୍ଷ ସବସ୍କ୍ରାଇବର ହେବା ପରେ ତାଙ୍କୁ ୟୁଟ୍ୟୁବ ପକ୍ଷରୁ ଏକ ଆୱାର୍ଡ ମିଳିଛି। ଆଉ ଅର୍ପିତା ପ୍ରିୟଦର୍ଶିନୀ ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ଏବେ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ୮ କୋଟିରୁ ଅଧିକ Viewers ଅଛନ୍ତି।

fallback

ଏହି କଳାକୁ ନେଇ ଅର୍ପିତା ପ୍ରିୟଦର୍ଶିନୀ ନିଜେ ଖୁସି ବ୍ୟକ୍ତ ହେବା ସହ ଆଗାମୀ ଦିନରେ ସେ ନିଜର କଳାକୁ କିପରି ଆହୁରି ଅଧିକା କରିପାରିବେ ସେ ନେଇ ଆଶା ରଖିଛନ୍ତି। ଝିଅର ଏହିପରି କଳାକୁ ଦେଖିବା ସହ ବାପା ମଧ୍ୟ ଖୁସି ଅଛନ୍ତି ବୋଲି କହିଛନ୍ତି। ସେହିପରି ଝିଅର ପ୍ରତିଭାକୁ ପ୍ରଥମେ ବାପା ନିରଞ୍ଜନ ଖଟୁଆ ବିରୋଧ କରୁଥିଲେ। ଚାକିରି ପ୍ରତି ଧ୍ୟାନ ଦେବା ପାଇଁ କହୁଥିଲେ, କିନ୍ତୁ ଝିଅ ଅର୍ପିତା ନିଜର କଳାରେ ବିଭିନ୍ନ ପ୍ରକାର ହସ୍ତକଳା ତିଆରି କରି ଏଭଳି ପରିଚୟ ସୃଷ୍ଟି କରିବା ସହ ରୋଜଗାରକ୍ଷମ ହୋଇପାରିଥିବାରୁ ଝିଅର ଏଭଳି କୌଶଳତା କୁ ଦେଖି ବାପା ଗର୍ବ ଅନୁଭବ କରିଛନ୍ତି। 

Also Read: Amara Muzikର ସଂକଳ୍ପ; ବିଶ୍ୱ ସ୍ତରକୁ ଯିବ ଓଡ଼ିଆ ସଙ୍ଗୀତ

ଯେଉଁ ସବୁ ଜିନିଷ ମଣିଷ ବ୍ୟବହାର କରି ବାହାରେ ଫୋପାଡ଼ି ଦେଇଥାନ୍ତି, ସେହି ସବୁ ଅଦରକାରୀ ଓ ବର୍ଜ୍ୟବସ୍ତୁ ଦ୍ୱାରା ନିଜର ନୂତନ ପରିଚୟ ସୃଷ୍ଟି କରିଛନ୍ତି ଅର୍ପିତା। ଘର ସଜାଡ଼ିବା ପାଇଁ ବନ୍ଧୁବାନ୍ଧବ ସହ ଗ୍ରାମବାସୀମାନ ଅର୍ପିତାଙ୍କ ଘରକୁ ଆସି ତାଙ୍କ ହସ୍ତକଳା ନେଉଛନ୍ତି। ଏହି ଗ୍ରାମର କିଛି ଛାତ୍ରଛାତ୍ରୀମାନେ ଅର୍ପିତା ହସ୍ତକଳାର ତିଆରି କରୁଥିବା ବେଳେ ଦେଖିବାପାଇଁ ଘର ଆଗରେ ଭିଡ଼ ଜମାଉଛନ୍ତି। ଏପରିକି ଏହି ହସ୍ତକଳାରେ ତିଆରି କରିଥିବା ବିଭିନ୍ନ ଡିଜାଇନର କଳାକୃତି ଗୁଡିକ ଅର୍ପିତା ନିଜ ଘର କାନ୍ଥରେ ଲଗାଇଥିବାରୁ, ଘର ଗୁଡିକ ବେଶ ଆକର୍ଷଣୀୟ ହୋଇପାରିଛି।

ଏହି ପରି ହସ୍ତକଳାରେ ବେଶ ଲୋକପ୍ରିୟତା ହାସଲ କରିଥିବା ଅର୍ପିତାଙ୍କ ପାଇଁ ବାପା, ମାଆଙ୍କ ସହ ଘର ପରିବାର ଖୁସି ଅଛନ୍ତି। ଗାଁର ଝିଅ ଅର୍ପିତାଙ୍କ ଏଭଳି ପ୍ରୟାସ ଓ ସଫଳତାକୁ ନେଇ ଗ୍ରାମବାସୀ ଗର୍ବ ଅନୁଭବ କରିଛନ୍ତି। ଆଜିର ସମାଜରେ ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି, ଏହି ପ୍ରରିପେକ୍ଷୀରେ ଅର୍ପିତା ପ୍ରିୟଦର୍ଶିନୀ ୟୁଟ୍ୟୁବ ମାଧ୍ୟମରେ ନିଜର କଳାକୃତି ତିଆରି କରି ରୋଜଗାର କ୍ଷମ ହେବା ସହ ଯୁବପିଢିଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି।