• ରାଜ୍ୟରେ ଆଉ ୪୩ ଜୀବନ ନେଲା ମହାମାରୀ କୋରୋନା
  • ରାଜ୍ୟରେ ଦିନକରେ ଆଉ ୩ ହଜାର ୩୧ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୩ ହଜାର ୨୫୬ ନୂତନ କୋରୋନା ମାମଲା ଚିହ୍ନଟ
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୪୨୨ ଜଣ ସଂକ୍ରମିତଙ୍କର ମୃତ୍ୟୁ
  • ଆଜିଠୁ ୟୁଟ୍ୟୁବରେ ଉଭୟ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ଲାଇଭ୍ ପାଠପଢା
  • ଦୌନିକ ୧୦.୪୫ରୁ ୧ଟା ପର୍ଯ୍ୟନ୍ତ ୪ଟି ପିରିୟଡ଼ ରହିବ
  • ଆଜିଠୁ ରାଜ୍ୟରେ କ୍ୟାମ୍ପେନ ମୋଡରେ ହେବ ଟିକାକରଣ
  • ଦୈନିକ ୩ ଲକ୍ଷ ଟିକାକରଣ ପାଇଁ ଯୋଜନା
  • ଆଜି ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ
  • ଦେଶବାସୀଙ୍କୁ ଯୋଗ ଦିବସର ଶୁଭେଚ୍ଛା ଜଣାଇଲେ PM ମୋଦି

OTT ପ୍ଲାଟଫର୍ମରେ ପ୍ରଥମ ଓଡି଼ଆ Documentary

ଓଡ଼ିଶାରେ ପ୍ରଥମ ଥର ପାଇଁ ଡିଜନୀ ହଟ ଷ୍ଟାରରେ ଗତ କିଛି ଦିନ ପୂର୍ବରୁ ରିଲିଜ ହୋଇ ଯାଇଛି ହକି ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର "ଦ ମାଉଁଟେନ ହକି"। ଚଳଚ୍ଚିତ୍ରରେ ଗ୍ରାମାଞ୍ଚଳରେ ହକି ଖେଳକୁ ପ୍ରୋତ୍ସାହନ ଦିଆଯାଇଛି।

OTT ପ୍ଲାଟଫର୍ମରେ ପ୍ରଥମ ଓଡି଼ଆ Documentary
OTT ପ୍ଲାଟଫର୍ମରେ ପ୍ରଥମ ଓଡି଼ଆ Documentary

ସମ୍ବଲପୁର: ହକି ପ୍ରେମିଙ୍କ ପାଇଁ ଖୁସି ଖବର। ପ୍ରଥମ ଥର ପାଇଁ OTT ପ୍ଲାଟଫର୍ମରେ ରିଲିଜ ହେଉଛି ଓଡି଼ଆ Documentary। Disney+ Hotstarରେ 'ଦ ମାଉଁଟେନ ହକି' ରିଲିଜ ହୋଇଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ଡିଜନୀ ହଟ ଷ୍ଟାରରେ ଗତ କିଛି ଦିନ ପୂର୍ବରୁ ରିଲିଜ ହୋଇ ଯାଇଛି ହକି ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର "ଦ ମାଉଁଟେନ ହକି"। ଚଳଚ୍ଚିତ୍ରରେ ଗ୍ରାମାଞ୍ଚଳରେ ହକି ଖେଳକୁ ପ୍ରୋତ୍ସାହନ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) କ୍ରୀଡାକୁ ଖୁବ ପ୍ରୋତ୍ସାହନ ଦେଉଛନ୍ତି। ଓଡିଶା ଦେଶର ସ୍ପର୍ଟ୍ସ କ୍ୟାପିଟାଲର ମାନ୍ୟତା ପାଇଛି। ହକି ବିଶ୍ୱକପ୍ ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟସ୍ତରର ଫୁଟବଲ ଓ କ୍ରିକେଟ ଟୁର୍ଣ୍ଣାମେଣ୍ଟମାନ ଆୟୋଜନ କରିଛନ୍ତି। ଆଉ ଓଡିଶର ସେହି ସଫଳତାରେ ଚମକ ଭରିଦେଇଛନ୍ତି ରାଜ କିଶୋର ହୋତୋ ଏବଂ ମନିସ ଭୁଷଣ ମିଶ୍ର।

Also Read: ଭାରତରେ ହେବ ନାହିଁ T20 World Cup!
 
ଜଣେ କୋଚ କିଭଳି ଭାବରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଝିଅଙ୍କୁ ହକି ଟ୍ରେନିଂ ଦେବା ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି ତାହାକୁ ନେଇ ଫିଲ୍ମ 'The Mountain Hockey' ତିଆରି ହୋଇଛି। ସମ୍ବଲପୁର ଜିଲ୍ଲା ଅମଲିଖମନ ଅଞ୍ଚଳର ଝିଅମାନଙ୍କୁ ନେଇ ଜାତୀୟ ସ୍ତରର ହକି ଖେଳାଳୀ ଜତିନ୍ଦର ଶର୍ମା (Jatinder Sharma) କୋଚିଂ ଦେଉଛନ୍ତି। ଏହି ପ୍ରାମାଣିକ ଚଳଚିତ୍ରରେ ଗ୍ରାମାଞ୍ଚଳର ହକି ଖେଳକୁ ନେଇ ଚିତ୍ରିତ କରାଯାଇଛି। 

ଜତିନ୍ଦର ମଧ୍ୟ ଏହି ଚଳଚିତ୍ରରେ କୋଚର ଭୂମିକା ନିଜେ ତୁଲାଇଛନ୍ତି। ଓଡ଼ିଶାରେ ପ୍ରଥମ ଥର ପାଇଁ ଡିଜନୀ ହଟ ଷ୍ଟାରରେ ଏହି ପ୍ରାମାଣିକ ଚଳଚ୍ଚିତ୍ର ରିଲିଜ ହୋଇଥବା ବେଳେ ସେ ବେଶ ଉତ୍ସାହିତ ରହିଛନ୍ତି।