)
ସୌଭାଗ୍ୟ ରଞ୍ଜନ ମିଶ୍ର, ନୂଆଦିଲ୍ଲୀ: ନିଖୁଣ ଅଭିନୟ ମାଧ୍ୟମରେ ପରଦାରେ ଦର୍ଶକଙ୍କ ମନ ଜିଣୁଥିବା ଓଲିଉଡର କ୍ୟୁଟ ଅଭିନେତ୍ରୀ ଶିବାନୀ ସଙ୍ଗୀତା ଖୁବ୍ କମ୍ ବୟସରୁ ଓଲିଉଡରେ ଏଣ୍ଟ୍ରି ମାରି ହାତେଇଛନ୍ତି ଅନେକ ସଫଳତା । କିନ୍ତୁ ଏବେ ସେ କ୍ୟାମେରାକୁ ନମସ୍କାର କରି ଆଉ ଏକ ନୂଆ ସିନେମାର ସୁଟିଂ ପାଇଁ ସେଟରେ ପହଞ୍ଚିଛନ୍ତି ।
ନିର୍ଦ୍ଦେଶକ ଜ୍ୟୋତି ଦାସଙ୍କ ନିର୍ଦ୍ଦେଶିତ ନୂଆ ସିନେମା 'ବିଦ୍ୟାରାଣ' (Bidyarana)ର ଆରମ୍ଭ ହୋଇଛି ସୁଟିଂ । ଏହି ସିନେମାରେ ମୁଖ୍ୟ ଭୁମିକାରେ ନଜର ଆସିବେ ଅଭିନେତା ବାବୁସାନ (Babushaan) ଙ୍କ ସହ ଓଲିଉଡର କ୍ୟୁଟ୍ ଗାର୍ଲ ଶିବାନୀ (Sivani Sangita) । ପୂର୍ବରୁ 'ସିଷ୍ଟର ଶ୍ରୀଦେବୀ' (Sister Sridevi) ସିନେମାରେ ଦର୍ଶକଙ୍କ ମନ ଜିଣିଥିବା ଏହି ଯୋଡ଼ି ପୁଣି ଥରେ ରୁପେଲି ପରଦାରେ ଦର୍ଶକଙ୍କ ମନ ଜିଣିବ ବୋଲି ଆଶା ରଖିଛନ୍ତି ପ୍ରଯୋଜକ ନିରଞ୍ଜନ ନାୟକ ।

Also Read: ତାପସୀ ପନ୍ନୁ ଓ ଅନୁରାଗ କଶ୍ୟପଙ୍କ ଘରେ IT ରେଡ୍
'ବିଦ୍ୟାରାଣ'ରେ ବାବୁସାନ୍ ଫୁଲ୍ ଆକ୍ସନ ଭୂମିକାରେ ନଜର ଆସିବା ସହ ଶିବାନୀଙ୍କୁ ଦର୍ଶକେ ଜଣେ ଇନୋସେଣ୍ଟ୍ ଝିଅ ଭାବେ ଦେଖିବାକୁ ପାଇବେ । ଏଥିସହ କୋ ଷ୍ଟାର ସୁଧାଂଶୁ ସାହୁ, ପପି, ପ୍ରିୟଙ୍କା ପାଣିଗ୍ରାହୀ ଓ ନିର୍ଦ୍ଦେଶକ ଜ୍ୟୋତି ଦାସଙ୍କ ଅଭିନୟକୁ ମଧ୍ୟ ଦର୍ଶକେ ପରଦାରେ ଦେଖିବାକୁ ପାଇବେ । ସିନେମାରେ ଦୁଇଟି ରୋମାଣ୍ଟିକ୍ (Romantic) ଗୀତ ଥିବା ନେଇ ଅଭିନେତ୍ରୀ ଶିବାନୀ ଜୀ ମିଡିଆ (Zee Media) କୁ ସୂଚନା ଦେଇଥିବା ବେଳେ କଣ୍ଠଶିଳ୍ପୀ ସ୍ୱୟଂ ପାଢୀ, ଅସୀମା ପଣ୍ଡା, ଅନନ୍ୟା ଶ୍ରୀତମ ନନ୍ଦ ଓ ବାବୁସାନ ଗୀତଗୁଡିକରେ କଣ୍ଠଦାନ କରିଛନ୍ତି । ସୂଚନାଯୋଗ୍ୟ ଓଲିଉଡ (Ollywood) ରେ ପ୍ରଥମଥର ପାଇଁ ହାଇ କ୍ୱାଲିଟି ARRI SXT CAMERA ବ୍ୟବହାର ହେଉଥିବା ନେଇ ଅଭିନେତ୍ରୀ କହିଛନ୍ତି।
Also Read: ଜଳୁଛି ଶିମିଳିପାଳ, ନିଆଁ ଲଗାଇଲା କିଏ ?
ତେବେ ସିନେମାର କିଛି ଅଂଶ ଓଡ଼ିଶାରେ ସୁଟିଂ ହୋଇଥିବା ବେଳେ ଗୀତ ଗୁଡିକ ରାଜ୍ୟ ବାହାରେ ସୁଟିଂ କରାଯାଇଥିବା ଜଣାପଡିଛି । ତେବେ ତଥ୍ୟ ପ୍ରଡକ୍ସନରେ ନିର୍ମାଣ ହେଉଥିବା ସିନେମା 'ବିଦ୍ୟାରାଣ' ରଜ (Raja)ରେ ରିଲିଜ୍ ହେବ ବୋଲି ସୂଚନା ମିଳିଛି ।