• ତପନ ଚାନ୍ଦ ବେଦାନ୍ତ କମ୍ପାନିର ଆବାସିକ ନିର୍ଦେଶକ ନିଯୁକ୍ତ
  • ୨୧ ବର୍ଷ ପରେ ଭାରୋତ୍ତୋଳନରେ ଭାରତକୁ ଅଲିମ୍ପିକ ପଦକ
  • ମହିଳା ୪୯ କେଜି ବର୍ଗରେ ମୀରାବାଈ ଚାନୁଙ୍କୁ ରୌପ୍ୟ ପଦକ
  • ମୀରାବାଈ ଚାନୁଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
  • ତୀରନ୍ଦାଜି ମିକ୍ସଡ ରିକର୍ଭ କ୍ବାର୍ଟର ଫାଇନାଲରେ ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ପରାସ୍ତ
  • ଗତ ୨୪ ଘଣ୍ଟାରେ ଦେଶରେ ୩୯,୦୯୭ ନୂଆ କୋରୋନା ମାମଲା ଚିହ୍ନଟ, ୫୪୬ ମୃତ
  • ରାଜ୍ୟରେ ଦିନକରେ ଆଉ ୧୮୬୪କୋରୋନା ଆକ୍ରାନ୍ତ ଚିହ୍ନଟ, ୬୮ ମୃତ
  • ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେର ଓଡ଼ିଶା ରିପୋର୍ଟ
  • ୬୫.୧୨% ସାଧାରଣ ଲୋକ, ୮୫.୫୩% ସ୍ବାସ୍ଥ୍ୟକର୍ମୀଙ୍କ ଦେହରେ ଅଛି ଆଣ୍ଟିବଡି
  • ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୦.୯% ଲୋକଙ୍କ ଦେହରେ ଆଣ୍ଟିବଡି

ପାକ୍ କ୍ୟାପଟେନଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ, 'ବିବାହ ପ୍ରଲୋଭନ ଦେଖାଇ ୧୦ ବର୍ଷ କଲେ ଦୁଷ୍କର୍ମ'

ମହିଳା ଜଣକ କହିଥିଲେ ଯେ ବାବର ଆଜମ (Babar Azam) ବିବାହର ବାହାନା କରି ତାଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଯୌନ ଶୋଷଣ କରିଥିଲେ।

ପାକ୍ କ୍ୟାପଟେନଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ, 'ବିବାହ ପ୍ରଲୋଭନ ଦେଖାଇ ୧୦ ବର୍ଷ କଲେ ଦୁଷ୍କର୍ମ'
ଫାଇଲ ଫଟୋ

ନୂଆଦିଲ୍ଲୀ: ପାକିସ୍ତାନୀ କ୍ରିକେଟ୍ ଦଳର ଅଧିନାୟକ ବାବର ଆଜମ ଅନ୍ତର୍ଜାତୀୟ କ୍ରିକେଟରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି। କିନ୍ତୁ ଏକ ସଙ୍ଗୀନ ଅଭିଯୋଗ ହେତୁ ସେ ବିବାଦ ଭିତରକୁ ଆସିଥିଲେ। ପାକିସ୍ତାନୀ ଅଧିନାୟକ ବାବର ଆଜମଙ୍କ ବିରୁଦ୍ଧରେ ମଧ୍ୟ ଯୌନ ଶୋଷଣ ଅଭିଯୋଗ ଆସିଛି। ଜଣେ ମହିଳା ବାବର ଆଜମଙ୍କୁ ଯୌନ ନିର୍ଯାତନା ଦେଇଥିବାର ଅଭିଯୋଗ କରିଥିଲେ। ମହିଳା ଜଣକ କହିଥିଲେ ଯେ ବାବର ତାଙ୍କ ସହ ବିବାହର ମିଥ୍ୟା ପ୍ରତିଶୃତି ଦେଇ ୧୦ ବର୍ଷ ପର୍ଯ୍ୟନ୍ତ ଦୁଷ୍କର୍ମ କରିଛନ୍ତି।

ମହିଳା ଜଣକ କହିଥିଲେ ଯେ ବାବର ଆଜମ (Babar Azam) ବିବାହର ବାହାନା କରି ତାଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଯୌନ ଶୋଷଣ କରିଥିଲେ। 'ଯେତେବେଳେ ମୁଁ ଗର୍ଭବତୀ ହେଲି, ବାବର ମୋତେ ପିଟିପିଟି ମାରିଦେବାକୁ ଧମକ ଦେଇଥିଲେ।' ବୋଲି ପୀଡିତା କହିଛନ୍ତି। ତାଙ୍କ କହିବା ଅନୁଯାୟୀ ବାବର ଏବଂ ସେ ଗୋଟିଏ ବିଦ୍ୟାଳୟରେ ପଢୁଥିଲେ ଓ ଉଭୟ ସମାନ ଅଞ୍ଚଳରେ ରହୁଥିଲେ।

Also Read: Odisha FCରେ ନୂତନ ସୂର୍ଯ୍ୟୋଦୟ

ମହିଳା ଜଣକ କହିଥିଲେ, 'ବାବର ଆଜମ ମୋତେ ବିବାହ ପ୍ରସ୍ତାବ ଦେଇଥିଲେ ଏବଂ ମୁଁ ଏହାକୁ ଗ୍ରହଣ କରିଥିଲି। ବାବର ଆଜମ ସେତେବେଳେ କ୍ରିକେଟ୍ ଖେଳିବା ଆରମ୍ଭ କରିନଥିଲେ। ମହିଳାଙ୍କ ଅନୁଯାୟୀ ବାବର ଆଜମ ତାଙ୍କୁ ପ୍ରତାରଣା କରି ବିବାହ ନାମରେ ୧୦ ବର୍ଷ ପର୍ଯ୍ୟନ୍ତ ଯୌନ ଶୋଷଣ ଜାରି ରଖିଥିଲେ। ଯେତେବେଳେ ସେ ବାବରଙ୍କୁ କହିଥିଲେ ଯେ, ସେ ଗର୍ଭବତୀ ଅଛନ୍ତି, ବାବର ଏବଂ ତାଙ୍କର କିଛି ସାଙ୍ଗ ତାଙ୍କ ଗର୍ଭପାତ କରାଇଥିଲେ। 

 

ପୀଡିତା କହିଛନ୍ତି, 'ବାବର ୨୦୧୭ରେ ତାଙ୍କ ନମ୍ବର ବଦଳାଇଥିଲେ। ଏହା ପରେ ମଧ୍ୟ ସେମାନେ ୩ ବର୍ଷ ପର୍ଯ୍ୟନ୍ତ ମୋର ଫାଇଦା ଉଠାଇଥିଲେ। ଆଉ ୨୦୨୦ରେ, ସେ ମୋତେ ବିବାହ କରିବାକୁ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲେ।'

Also Read: ଭୁବନେଶ୍ୱରରେ ଭାଙ୍ଗିବ ବିଶ୍ୱ ରେକର୍ଡ, ନୂଆ କୀର୍ତ୍ତିମାନ ପାଇଁ ପ୍ରସ୍ତୁତ କର୍ମବୀର

ବାବର ଆଜମ ଆସନ୍ତାବର୍ଷ ନିଜର ସମ୍ପର୍କୀୟଙ୍କୁ ବିବାହ କରିବେ। ପାକିସ୍ତାନୀ ଚ୍ୟାନେଲ ଜିଓ ନ୍ୟୁଜର ସୂତ୍ରକୁ ଉଦ୍ଧୃତ କରି ଏହା ପ୍ରକାଶ ପାଇଛି। ଏହି ଦମ୍ପତିଙ୍କ ବିବାହ ପାକିସ୍ତାନୀ କ୍ରିକେଟ୍ ଦଳର ଅଧିନାୟକ ବାବର ଆଜମ ଏବଂ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି। ଆସନ୍ତାବର୍ଷ ଉଭୟ ବିବାହ କରିବେ। ସୂତ୍ରରୁ ଏହା ଜଣାପଡିଛି ଯେ ବାବର ଆଜମ ତାଙ୍କ ମାମୁଁଙ୍କ ଝିଅକୁ ବିବାହ କରିବାକୁ ରାଜି ହୋଇଥିଲେ।

ନିକଟରେ ବାବରଙ୍କୁ ପାକିସ୍ତାନ କ୍ରିକେଟ୍ ଦଳର ଟେଷ୍ଟ ଅଧିନାୟକ କରାଯାଇଥିଲା। ସେ ପୂର୍ବରୁ ଦଳର ODI ଏବଂ T20ର ଅଧିନାୟକ ଅଟନ୍ତି। ସେ ଏପର୍ଯ୍ୟନ୍ତ ୩୩ଟି ଟେଷ୍ଟ ଖେଳିଛନ୍ତି, ଯେଉଁଥିରେ ସେ ହାରାହାରି ୪୨.୫୩ରେ ୨୧୬୯ ରନ୍ କରିଛନ୍ତି। ଏଥି ସହିତ ୮୦ଟି ODIରେ ସେ ହାରାହାରି ୫୬.୮୪ରେ ୩୮୦୮ ରନ୍ କରିଥିଲେ। ବାବର ହାରାହାରି ୪୭.୩୩ରେ ୫୪ଟି T20 ମ୍ୟାଚରେ ୨୦୩୫ ରନ୍ ସଂଗ୍ରହ କରିଛନ୍ତି।