ଶାହିଦ୍ ଆଫ୍ରିଦିଙ୍କ ବିଶ୍ୱର ଶ୍ରେଷ୍ଠ ଏକାଦଶ; ଏହି ମହାନ କ୍ରିକେଟରଙ୍କୁ ମିଳିଲା ସ୍ଥାନ
Advertisement

ଶାହିଦ୍ ଆଫ୍ରିଦିଙ୍କ ବିଶ୍ୱର ଶ୍ରେଷ୍ଠ ଏକାଦଶ; ଏହି ମହାନ କ୍ରିକେଟରଙ୍କୁ ମିଳିଲା ସ୍ଥାନ

ଶାହିଦ ଆଫ୍ରିଦି (Shahid Afridi) ଙ୍କ ଦ୍ୱାରା ମନୋନୀତ ହୋଇଥିବା ଶ୍ରେଷ୍ଠ ଏକାଦଶ (best playing xi) ରେ ଜଣେ ମାତ୍ର ଭାରତୀୟ ଖେଳାଳିଙ୍କୁ ସ୍ଥାନ ଦେଇଛନ୍ତି। ଆଉ ସେହି ଦିଗଜ୍ ପ୍ଲେୟାର ହେଉଛନ୍ତି ସଚିନ ତେନ୍ଦୁଲକର।

ଫାଇଲ ଫଟୋ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି ବିଶ୍ୱ ଧୁରନ୍ଧର କ୍ରିକେଟରଙ୍କୁ ନେଇ ନିଜର ସର୍ବକାଳୀନ ଶ୍ରେଷ୍ଠ ଏକାଦଶ ପ୍ରସ୍ତୁତ କରିଛନ୍ତି। ଆଫ୍ରିଦି ତାଙ୍କ ସମୟର ମହାନ ଖେଳାଳିଙ୍କୁ ବାଛିଛନ୍ତି। ସର୍ବକାଳୀନ ମହାନ କ୍ରିକେଟରଙ୍କ ଏକାଦଶରେ ଆଫ୍ରିଦି କେବଳ ଜଣେ ଭାରତୀୟ ଖେଳାଳିଙ୍କୁ ନେଇଛନ୍ତି।

ଶାହିଦ ଆଫ୍ରିଦି (Shahid Afridi) ଙ୍କ ଦ୍ୱାରା ମନୋନୀତ ହୋଇଥିବା ଶ୍ରେଷ୍ଠ ଏକାଦଶ (best playing xi) ରେ ଜଣେ ମାତ୍ର ଭାରତୀୟ ଖେଳାଳିଙ୍କୁ ସ୍ଥାନ ଦେଇଛନ୍ତି। ଆଉ ସେହି ଦିଗଜ୍ ପ୍ଲେୟାର ହେଉଛନ୍ତି ସଚିନ ତେନ୍ଦୁଲକର। ଆଫ୍ରିଦି ନିଜର ପୁରୁଣା ସାଥୀ ତଥା ଓପନର ବ୍ୟାଟ୍ସମ୍ୟାନ୍ ସୟଦ ଅନୱାରଙ୍କୁ ତାଙ୍କ ଏକାଦଶରେ ସ୍ଥାନ ଦେଇଛନ୍ତି।

Also Read: 'ବିନ୍ଦି'କୁ ନେଇ ବୋବାଲ! ସୋନମଙ୍କ ଟ୍ୱିଟ୍ ପରେ ଆକ୍ରାମକ ପାକିସ୍ତାନ

ନିଜର ଶ୍ରେଷ୍ଠ ଏକାଦଶରେ ଆଦମ ଗିଲକ୍ରିଷ୍ଟଙ୍କୁ ସୟଦ ଅନୱାରଙ୍କ ଓପନିଂ ପାର୍ଟନର ଭାବରେ ଆଫ୍ରିଦି ଚୟନ କରିଛନ୍ତି। ତିନି ନମ୍ବରରେ ବ୍ୟାଟିଂ କରିବାକୁ ରିକି ପଣ୍ଟିଂ ଏବଂ ଚତୁର୍ଥ ନମ୍ବରରେ ସଚିନ୍ ତେନ୍ଦୁଲକର (Sachin Tendulkar) ଙ୍କୁ ଚୟନ କରାଯାଇଛି।

fallback

ଆଫ୍ରିଦି ତାଙ୍କର ପୂର୍ବତନ ଅଧିନାୟକ ଇନଜାମାମ-ଉଲ-ହକଙ୍କୁ ପଞ୍ଚମ ନମ୍ବରରେ ବାଛିଥିଲେ। ଆଫ୍ରିଦି ୬ ନମ୍ବରରେ ଅଲରାଉଣ୍ଡର ଜ୍ୟାକ୍ କଲିସଙ୍କୁ ଚୟନ କରିଥିବା ବେଳେ ପାକିସ୍ତାନର ପୂର୍ବତନ ଅଧିନାୟକ ରସିଦ ଲତିଫଙ୍କୁ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଭାବେ ସାମିଲ କରିଛନ୍ତି।  ୱାସିମ ଅକ୍ରାମ, ଗ୍ଲେନ ମୋକଗ୍ରା ଏବଂ ଶୋଏବ ଅଖତରଙ୍କୁ ଦ୍ରୁତ ବୋଲର ଭାବରେ ଚୟନ କରିଛନ୍ତି।