ନିଜର ଆଗାମୀ ପ୍ରୋଜେକ୍ଟ (Sandeep Aur Pinky Faraar) ଫିଲ୍ମରେ ଉଭୟେ ପୁଣିଥରେ ନିଜର ଜଲୱା ଦେଖାଇବେ ।
Trending Photos
)
ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅର୍ଜୁନ କପୁର ଓ ଅଭିନେତ୍ରୀ ପରିଣିତି ଚୋପ୍ରା ୨୦୧୨ ବର୍ଷରେ ପ୍ରଥମ ଥର ଫିଲ୍ମ ଇସକଜାଦେରେ ନଜର ଆସିଥିଲେ। ତେବେ ଏହି ଯୋଡ଼ି ପୁଣିଥରେ ନିଜର କେମେଷ୍ଟ୍ରି ଦେଖାଇବାକୁ ନଜର ଆସିବେ ପରଦାରେ । ନିଜର ଆଗାମୀ ପ୍ରୋଜେକ୍ଟ (Sandeep Aur Pinky Faraar) ଫିଲ୍ମରେ ଉଭୟେ ପୁଣିଥରେ ନିଜର ଜଲୱା ଦେଖାଇବେ । ଆଉ ଏହି ଫିଲ୍ମରେ ଅଭିନେତ୍ରୀ ପରିଣିତି ଚୋପ୍ରା ଅର୍ଜୁନ କପୁରଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଛନ୍ତି।
ଅଭିନେତା ଅର୍ଜୁନ କପୁର ଏକ ସାକ୍ଷାତକାରରେ କହିଛନ୍ତି ଯେ, ମହିଳାଙ୍କ ପ୍ରତି ହିଂସା ଓ ମୁଦ୍ଦା ମୋ ଭଳି ଅନେକଙ୍କ ପାଇଁ ବହୁ ଗମ୍ଭୀରତାର ବିଷୟ । ତେବେ କୌଣସି ଚରିତ୍ର ରେ ଅଭିନୟ କରିବାକୁ ହେଲେ ପ୍ରଥମେ ସେହିପରି ହେବାକୁ ହୁଏ ନହେଲେ ତାହାକୁ ବୁଝିବାକୁ ହୁଏ । ଆଗାମୀ ଫିଲ୍ମ ସନ୍ଦିପ ଔର ପିଙ୍କି ଫରାର କୁ ନେଇ ଅର୍ଜୁନ କହିଛନ୍ତି ଯେ, ଏହା ଏକ ଭିନ୍ନ ଧରଣର ଫିଲ୍ମ । ଏହି ଫିଲ୍ମରେ ପରିଣିତି ମୋତେ ଏକ ଶକ୍ତ ଚାପୁଡ଼ା ମାରିଛନ୍ତି ଯେମିତି ସେ ଫିଲ୍ମ ଇସକଜାଦେ (Ishaqzaade) ରେ ମାରିଥିଲେ ।
Also Read: ସୁନ୍ଦର ଦେଖାଯିବାକୁ କରିଥିଲେ Surgery; ସଢିଗଲା ନାକ
କିନ୍ତୁ ଏମିତି ସିନ୍ କୌଣସି ଚାପରେ ହୋଇନାହିଁ, କାରଣ ଏହା ସ୍କ୍ରିପ୍ଟରେ ରହିଛି । ତେବେ କୌଣସି ଝିଅ ଉପରେ ହାତ ଉଠାଇବାକୁ ନେଇ ଯେତେବେଳେ ଅର୍ଜୁନଙ୍କୁ ପ୍ରଶ୍ନ କରାଯାଇଛି ସେ କହିଛନ୍ତି ଯେ, ଏମିତି ଫିଲ୍ମ ମିଳିଲେ ସେ ବହୁତ କମ ସେ ଚରିତ୍ରରେ କାମ କରିବେ । ସୂଚନାନୁଯାୟୀ, ଡାଇରେକ୍ଟର ଦିବାକର ବାନାର୍ଜୀଙ୍କ ଫିଲ୍ମ ଏହି ଫିଲ୍ମରେ ନାରୀ କୈନ୍ଦ୍ରିକ ଅର୍ଥାତ୍ ନାରୀଙ୍କ ପ୍ରତି ବଢୁଥିବା ହିଂସାକୁ ନେଇ କାହାଣୀଟି ଆଧାରିତ ହୋଇଛି । ଫିଲ୍ମଟି ମାର୍ଚ୍ଚ ୧୯ରେ ସିନେମାଘରେ ରିଲିଜ ହେବାକୁ ଯାଉଛି ।
Also Read: ଖୁବଶୀଘ୍ର ଆସିବ 'ବାହୁବଳୀ ପାର୍ଟ-3': ରିଲିଜ କରିବାକୁ ମନା କଲା NetFlix
ଅନ୍ୟପଟେ ସବୁ ଫ୍ୟାନ୍ସଙ୍କ ନଜର ଏହି ରିଲିଜ ହେବାକୁ ଯାଉଥିବା ଫିଲ୍ମ (Sandeep Aur Pinky Faraar) ଉପରେ । କାହାଣୀ ସହ ଫିଲ୍ମର ଷ୍ଟାରକାଷ୍ଟଙ୍କ କେମେଷ୍ଟ୍ରି ଉପରେ ସମସ୍ତଙ୍କ ନଜର । ଫ୍ୟାନ୍ସଙ୍କ ଆଶା ବଲିଉଡ ଫିଲ୍ମ ଇସକଜାଦେ ଯେପରି ଅର୍ଜୁନ କପୁର ( Arjun Kapoor) ଓ ପରିଣିତି ଚୋପ୍ରା (Parineeti Chopra) ଅଭିନୟ କରିଥିଲେ ଓ ତାହା ହିଟ୍ ହୋଇଥିଲା ସେହିପରି ଏହି ଫିଲ୍ମ ମଧ୍ୟ ସଫଳତା ହାସଲ କରିବ ।