• ୯୮ ବର୍ଷ ବୟସରେ MDH ମସଲା ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କ ମୃତ୍ୟୁ । ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ସୂଚନା ॥
  • ଧର୍ମପାଲଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଶୋକ ପ୍ରକାଶ ॥
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ମଧ୍ୟ ଶୋକ ପ୍ରକାଶ
  • ପରୀ ହତ୍ୟା ମାମଲାରେ CBI ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।
  • ପରୀକୁ ନ୍ୟାୟ ଦେବାକୁ କଂଗ୍ରେସ ଚାହେଁନି । ଡିସେମ୍ବର ୧୫ରୁ ପ୍ରତି ବ୍ଲକରେ ପଦଯାତ୍ରା କରିବ ବିଜେପି : ପ୍ରତାପ ଷଡ଼ଙ୍ଗୀ ॥
  • ରାଜ୍ୟରେ ବିଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣଙ୍କ ମୃତ୍ୟୁ । ମୃତ୍ୟୁ ସଂଖ୍ୟା ୧୭୫୫ ଛୁଇଁଲା ।
  • ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୪୩୪ କୋରୋନା ସଂକ୍ରମିତ ଚିହ୍ନଟ ॥

କମେଡିଆନ କୁନାଲ କାମ୍ରାଙ୍କ ପାଇଁ ଅଡୁଆରେ ଟ୍ୱିଟର

କୁନାଲ କାମ୍ରାଙ୍କ ବିବାଦୀୟ ଟ୍ୱିଟକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ଡାଟା ସୁରକ୍ଷା ଆଇନ ପାଇଁ ଗଠିତ ସଂସଦୀୟ କମିଟିର ଟାର୍ଗେଟରେ ପୁଣି ଥରେ ପ୍ରଶ୍ନ କରିଛନ୍ତି।

କମେଡିଆନ କୁନାଲ କାମ୍ରାଙ୍କ ପାଇଁ ଅଡୁଆରେ ଟ୍ୱିଟର
ଡିଜାଇନ ଫଟୋ

ନୂଆଦିଲ୍ଲୀ: ପୁଣି ଥରେ ଚର୍ଚ୍ଚାରେ କମେଡିଆନ କୁନାଲ କାମ୍ରା। ଏହା ସହ ଟ୍ୱିଟର ବି କେନ୍ଦ୍ର ସରକାରଙ୍କ ଟାର୍ଗେଟରେ ଆସିଛି। ବାସ୍ତବରେ ଏହା ପୂର୍ବରୁ ଲଦାଖକୁ ଜମ୍ମୁ-କାଶ୍ମୀରରେ କହିବା ଟ୍ୱିଟର ସମାଲୋଚନାର ଶିକାର ହୋଇଥିଲା। ଏବେ କୁନାଲ କାମ୍ରାଙ୍କ ବିବାଦୀୟ ଟ୍ୱିଟକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ଡାଟା ସୁରକ୍ଷା ଆଇନ ପାଇଁ ଗଠିତ ସଂସଦୀୟ କମିଟିର ଟାର୍ଗେଟରେ ପୁଣି ଥରେ ପ୍ରଶ୍ନ କରିଛନ୍ତି।

କୁନାଲ କାମ୍ରାଙ୍କ ସୁପ୍ରିମକୋର୍ଟ ଟ୍ୱିଟକୁ ନେଇ ଟ୍ୱିଟରକୁ ଘେରକିଛନ୍ତି କେନ୍ଦ୍ର ସରକାର। ସୁପ୍ରିମକୋଟ ପ୍ରଧାନ ବିଚାରପତିଙ୍କ ବିରୋଧରେ କାମ୍ରା କରିଥିବା ଟ୍ୱିଟ୍ ଉପରେ କମ୍ପାନୀ କାହିଁକି ପଦକ୍ଷେପ ନେଇନାହିଁ ବୋଲି  ସଂସଦୀୟ କମିଟି ପ୍ରଶ୍ନ କରିଛି। ଗୁରୁବାର ବିଜେପି ସାଂସଦ ମୀନାକ୍ଷୀ ଲେଖୀଙ୍କ ନେତୃତ୍ୱରେ ମିଳିତ ସଂସଦୀୟ କମିଟି ଟ୍ୱିଟରର ନୀତି ମୁଖ୍ୟ ମହିମା କୌଲଙ୍କୁ ଜବାବ ତଲବ କରିଛନ୍ତି।

ତେବେ ଏ ସମ୍ପର୍କରେ ଟ୍ୱିଟର କୌଣସି ପ୍ରତିକ୍ରିୟା ଦେଇନାହିଁ। କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ କୁନାଲଙ୍କ ପୋଷ୍ଟଗୁଡିକ ହଟାଯାଇପାରିବ ନାହିଁ ବୋଲି କମ୍ପାନୀ ସ୍ପଷ୍ଟ କରିଛି। ସେପଟେ ଅଦାଲତ ଅବମାନନା ନେଇ କ୍ଷମା ମାଗିବାକୁ କୁନାଲ କାମ୍ରାଙ୍କ ଉପରେ ଚାପ ପଡିଥିଲା। କିନ୍ତୁ ସେ କ୍ଷମା ମାଗିବେ ନାହିଁ ବୋଲି ସଫା ସଫା କହିଛନ୍ତି।