• ୨୪ ଘଣ୍ଟାରେ ଦେଶରେ କୋରୋନାରେ ୪୩୧ ଜଣଙ୍କ ମୃତ୍ୟୁ
  • ଦେଶରେ ଦିନକରେ ୩୦ ହଜାର ୫୭୦ ଜଣ କୋରୋନାରେ ଆକ୍ରାନ୍ତ
  • ରାଜ୍ୟରେ ୨୪ ଘଣ୍ଟାରେ ୫୮୦ କରୋନା ସଂକ୍ରମିତ ଚିହ୍ନଟ
  • ଭୁବନେଶ୍ବରରେ ପହଞ୍ଚିଲା ସ୍ବିଗି ଡେଲିଭରିବୟ ପତିତପାବନ ପୃଷ୍ଟି
  • ପତିତପାବନ ଓ ତାର ପ୍ରେମିକାକୁ ମଧ୍ୟପ୍ରଦେଶରୁ ଭୁବନେଶ୍ବର ଆଣିଲା କମିସନରେଟ ପୋଲିସ
  • କେନ୍ଦୁଝର ଆନନ୍ଦପୁର ଠାରେ ସତର୍କ ସଙ୍କେତ ଡେଇଁଲା ବୈତରଣୀ
  • ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ବନ୍ୟା ଜଳ
  • ବାରିପଦା: ରାସଗୋବିନ୍ଦପୁର ଏୟାର ଷ୍ଟ୍ରିପ୍‌ରେ ୪ ଜଣିଆ କେନ୍ଦ୍ରୀୟ ଟିମ୍‌ର ଅନୁଧ୍ୟାନ
  • ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ମିଆଁମାର ଉପକୂଳରେ ଘୂର୍ଣ୍ଣିବଳୟ
  • ୧୮ ସନ୍ଧ୍ୟାରୁ ଉତ୍ତର ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା

ବଢିଲା ରାଜ କୁନ୍ଦ୍ରାଙ୍କ ଅଡୁଆ! Pornographyରୁ Money Laundering ମୁହାଁ ମାମଲା

ପୂର୍ବରୁ ଜୁଲାଇ ୧୯ରେ କ୍ରାଇମବ୍ରାଞ୍ଚ (Mumbai Crime Branch) ରାଜ କୁନ୍ଦ୍ରା (Raj Kundra) ଙ୍କ ସମାନ କାର୍ଯ୍ୟାଳୟରେ ଚଢଉ କରିଥିଲା। ସେହି ସମୟରେ କୌଣସି ଗୁପ୍ତ ଆଲମାରୀ ମିଳିନଥିଲା। କିନ୍ତୁ ଶନିବାର ରାଜ କୁନ୍ଦ୍ରାଙ୍କ ସହ ଜଡିତ କିଛି ଲୋକଙ୍କୁ ପଚରାଉଚରା କରିବା ପରେ ଏହା ସାମ୍ନାକୁ ଆସିଥିଲା। 

 ବଢିଲା ରାଜ କୁନ୍ଦ୍ରାଙ୍କ ଅଡୁଆ! Pornographyରୁ Money Laundering ମୁହାଁ ମାମଲା
ଫାଇଲ ଫଟୋ

ମୁମ୍ବାଇ: Pornography Caseରେ କ୍ରମାଗତ ଭାବେ ନୂଆ ଖୁଲାସା କରାଯାଉଛି। ବର୍ତ୍ତମାନ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ରାଜ କୁନ୍ଦ୍ରଙ୍କ ଗୁପ୍ତ ଆଲମାରୀ ପାଇଛି। ଶନିବାର ମୁମ୍ବାଇ କ୍ରାଇମ ବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କ ଭିଆନ୍ ଇଣ୍ଡଷ୍ଟ୍ରିଜ୍ ଏବଂ ଜେଏଲ୍ ଷ୍ଟ୍ରିମର ଆନ୍ଧେରୀ କାର୍ଯ୍ୟାଳୟ ଉପରେ ପୁଣି ଥରେ ଚଢଉ କରିଥିଲା, ​​ଯେଉଁଠାରେ ଏକ ଗୁପ୍ତ ଆଲମାରୀ ମିଳିଥିଲା। କ୍ରାଇମବ୍ରାଞ୍ଚ ଆଲମାରୀରୁ ଅନେକ ବାକ୍ସ ଏବଂ ଫାଇଲ ପାଇଛି। କ୍ରାଇମ ବ୍ରାଞ୍ଚ ସୂତ୍ର କହୁଛି ଯେ, ଏହି ଫାଇଲଗୁଡ଼ିକରେ କ୍ରିପ୍ଟୋକରେନ୍ସି ସହିତ ଜଡିତ ବହୁତ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି।

ପୂର୍ବରୁ ଜୁଲାଇ ୧୯ରେ କ୍ରାଇମବ୍ରାଞ୍ଚ (Mumbai Crime Branch) ରାଜ କୁନ୍ଦ୍ରା (Raj Kundra) ଙ୍କ ସମାନ କାର୍ଯ୍ୟାଳୟରେ ଚଢଉ କରିଥିଲା। ସେହି ସମୟରେ କୌଣସି ଗୁପ୍ତ ଆଲମାରୀ ମିଳିନଥିଲା। କିନ୍ତୁ ଶନିବାର ରାଜ କୁନ୍ଦ୍ରାଙ୍କ ସହ ଜଡିତ କିଛି ଲୋକଙ୍କୁ ପଚରାଉଚରା କରିବା ପରେ ଏହା ସାମ୍ନାକୁ ଆସିଥିଲା। ଏହା ପରେ ଦ୍ୱିତୀୟ ଥର ପାଇଁ ଏହି କାର୍ଯ୍ୟାଳୟରେ ଚଢଉ କରାଯାଇଥିଲା।

Also Read: Pornography Case: ରାଜ କୁନ୍ଦ୍ରାଙ୍କ ଗିରଫଦାରୀ ପରେ ଚର୍ଚ୍ଚାରେ ଏହି ୫ ମଡେଲ୍

ମୁମ୍ବାଇ କ୍ରାଇମ ବ୍ରାଞ୍ଚ, ମର୍କ୍ୟୁରୀ ଇଣ୍ଟରନ୍ୟାସନାଲ କମ୍ପାନୀକୁ ମଧ୍ୟ ତଦନ୍ତ ପରିସରକୁ ନେଇଛି। କୁହାଯାଉଛି ଯେ, ରାଜ କୁନ୍ଦ୍ରାଙଅକ ଆକାଉଣ୍ଟରେ ମର୍କ୍ୟୁରୀ ଇଣ୍ଟରନ୍ୟାସନାଲରୁ ଟଙ୍କା ଆସିଛି। ଏହି ଟଙ୍କା କମ୍ପାନୀର ଆଫ୍ରିକୀୟ ବ୍ୟାଙ୍କ ଆକାଉଣ୍ଟରୁ ଟ୍ରାନ୍ସଫର କରାଯାଇଛି। ମର୍କ୍ୟୁରୀ ଇଣ୍ଟରନ୍ୟାସନାଲ ଅନଲାଇନ୍ ଜୁଆ ଖେଳ ଆୟୋଜନ କରେ। ଜୁଆ ଖେଳରେ ପର୍ଣ୍ଣୋଗ୍ରାଫୀ ଟଙ୍କା ବ୍ୟବହାର କରାଯାଉଥିବା ପୋଲିସ ସନ୍ଦେହ କରୁଛି।

ଶୁକ୍ରବାର କ୍ରାଇମ ବ୍ରାଞ୍ଚ ଦଳ ରାଜ କୁନ୍ଦ୍ରା ଏବଂ ଶିଳ୍ପା ଶେଟ୍ଟୀ (Shilpa Shetty) ଙ୍କ ବଙ୍ଗଳା ଉପରେ ଚଢଉ କରିଥିଲେ। ଶିଳ୍ପା ଶେଟ୍ଟୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ଏହି ପଚରାଉଚରା ବେଳେ ଶିଳ୍ପା ଅନେକ ଥର ଲୁହ ଝରାଇଥିଲେ। କ୍ରାଇମ ବ୍ରାଞ୍ଚର ସୂତ୍ର ଅନୁଯାୟୀ, ଶିଳ୍ପା ଶେଟ୍ଟୀ ସମଗ୍ର ବୟାନରେ ୩-୪ ଥର କାନ୍ଦିଥିଲେ। ଏହି ସମୟରେ ଶିଳ୍ପା ଶେଟ୍ଟୀ କ୍ରାଇମ ଶାଖାର ଅଧିକାରୀମାନଙ୍କୁ ମଧ୍ୟ ପଚାରିଥିଲେ ଯେ ଆପଣ କୁହନ୍ତୁ କି ରାଜ କୁନ୍ଦ୍ରା ଏପରି (ଅଶ୍ଳୀଳତା) କାମ କରିଛନ୍ତି କି?

Also Read: Pornography Case: ପଚରାଉଚରା ବେଳେ ଅନେକ ଥର କାନ୍ଦିପକାଇଲେ ଶିଳ୍ପା, ପୋଲିସ ପଚାରିଥିଲା ଏହି ପ୍ରଶ୍ନ   

ଶିଳ୍ପା ଶେଟ୍ଟୀ କହିଥିଲେ ଯେ, Pornography Case ତାଙ୍କ ଭାବମୂର୍ତ୍ତି ବହୁ ଧକ୍କା ଲାଗିଛି। ଅନେକ ବ୍ରାଣ୍ଡ ଏବଂ ଚୁକ୍ତିନାମା ମଧ୍ୟ ସେମାନଙ୍କ ହାତରୁ ଚାଲିଯାଇଛି। ପଚରାଉଚରା ବେଳେ କ୍ରାଇମ ବ୍ରାଞ୍ଚ, ଭିଆନ ଇଣ୍ଡଷ୍ଟ୍ରିଜ୍ର ଅଂଶଧନ ଉପରେ ମଧ୍ୟ ଅନେକ ପ୍ରଶ୍ନ ଉଠାଇଥିଲା। ଏଥିପାଇଁ ରାଜ କୁନ୍ଦ୍ରା ଏବଂ ଶିଳ୍ପା ଶେଟ୍ଟୀଙ୍କୁ ୨-୩ ଥର ମୁହାଁମୁହିଁ ବସାଇ ପଚରାଉଚରା କରାଯାଇଥିଲା।