ପ୍ରିୟଙ୍କାଙ୍କ ଭାବି ଭାଉଜ ସିନ୍ଥିରେ ଆଉ କାହା ସିନ୍ଦୁର, ଜାଣନ୍ତୁ କାହିଁକି ଭାଙ୍ଗିଥିଲା ବାହାଘର?
Advertisement

ପ୍ରିୟଙ୍କାଙ୍କ ଭାବି ଭାଉଜ ସିନ୍ଥିରେ ଆଉ କାହା ସିନ୍ଦୁର, ଜାଣନ୍ତୁ କାହିଁକି ଭାଙ୍ଗିଥିଲା ବାହାଘର?

ପ୍ରିୟଙ୍କା ଚୋପ୍ରାଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରା (Siddharth Chopra) ଏବଂ ଇଶିତା କିଛି ବର୍ଷ ପୂର୍ବେ ସେମାନଙ୍କ ବିବାହ ଭାଙ୍ଗିଥିଲେ। ସିଦ୍ଧାର୍ଥ ଚୋପ୍ରା ଏବଂ ଇଶିତା ଏପ୍ରିଲ ୨୦୧୯ର ଶେଷ ସପ୍ତାହରେ ବିବାହ କରିବାର ଥିଲା।

 ସୌ- ସୋସିଆଲ ମିଡିିଆ

ନୂଆଦିଲ୍ଲୀ: ବଲିଉଡ ଏବଂ ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରାଙ୍କ Ex-Fiance ଇଶିତା କୁମାର ବିବାହ କରିଛନ୍ତି। ସେ ନିଜେ ବିବାହର ଫଟୋ ସେୟାର କରି ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଇଶିତା ହିନ୍ଦୁ ରୀତିନୀତି ଅନୁଯାୟୀ ଏହି ବିବାହ କରିଛନ୍ତି।

ଇଶିତା କୁମାର (Ishita Kumar) ତାଙ୍କ ଇନଷ୍ଟାଗ୍ରାମରେ ସ୍ୱାମୀଙ୍କ ସହ ଲଣ୍ଡନରେ ତାଙ୍କ ବିବାହର କିଛି ଫଟୋ ସେୟାର କରିଛନ୍ତି। ଫଟୋରେ ଇଶିତା କୁମାର ବହୁତ ଖୁସିଥିବା ନଜର ଆସିଛନ୍ତି। ଇଶିତା ଏକ ନାଲି ରଙ୍ଗର ଶାଢୀ ପିନ୍ଧିଛନ୍ତି। ସେ ସିନ୍ଦୁର ଏବଂ ପାରମ୍ପାରିକ ଅଳଙ୍କାରରେ ସୁନ୍ଦର ଦେଖାଯାଉଛନ୍ତି। ଫଟୋ ସେୟାର କରି ଇଶିତା 'All My Love' ଲେଖିଛନ୍ତି।

Also Read: ପୁଣି ଅଭିନେତ୍ରୀ Payal Rohatgi ଗିରଫ

ପ୍ରିୟଙ୍କା ଚୋପ୍ରାଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରା (Siddharth Chopra) ଏବଂ ଇଶିତା କିଛି ବର୍ଷ ପୂର୍ବେ ସେମାନଙ୍କ ବିବାହ ଭାଙ୍ଗିଥିଲେ। ସିଦ୍ଧାର୍ଥ ଚୋପ୍ରା ଏବଂ ଇଶିତା ଏପ୍ରିଲ ୨୦୧୯ର ଶେଷ ସପ୍ତାହରେ ବିବାହ କରିବାର ଥିଲା। ଏହି ବିବାହ ଉତ୍ସବରେ ଯୋଗ ଦେବା ପାଇଁ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସମ୍ପର୍କୀୟ ପାରିନୀତି ଚୋପ୍ରାଙ୍କ ସମେତ ପୁରା ପରିବାର ମୁମ୍ବାଇ ଆସିଥିଲେ। କିନ୍ତୁ ବିବାହ ବାତିଲ ହେବା ପରେ ପ୍ରିୟଙ୍କା ଚୋପ୍ରା ଆମେରିକା ଫେରିଥିଲେ ଏବଂ ପରେ ଇଶିତା ଲଣ୍ଡନ ଚାଲି ଆସିଥିଲେ।

 

ସିଦ୍ଧାର୍ଥ ଚୋପ୍ରା ଏବଂ ଇଶିତାଙ୍କ ବିବାହ କାର୍ଡ ମଧ୍ୟ ଛପା ଯାଇଥିଲା। କିନ୍ତୁ ପରବର୍ତ୍ତି ସମୟରେ ଉଭୟଙ୍କ ବିବାହ ଭାଙ୍ଗିଯାଇଥିବା ଖବର ମିଳିଥିଲା। ପ୍ରିୟଙ୍କା ଚୋପ୍ରା (Priyanka Chopra) ଙ୍କ ମାଆ ମଧୁ ଚୋପ୍ରା ଗଣମାଧ୍ୟମକୁ ଏହି ଖବରକୁ ନିଶ୍ଚିତ କରିଛନ୍ତି। ମଧୁ ଚୋପ୍ରା (Madhu Chopra) କହିଥିଲେ ଯେ, ସିଦ୍ଧାର୍ଥ ଏବଂ ଇଶିତା ପାରସ୍ପରିକ ସହମତି ଅନୁଯାୟୀ ବିବାହ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଉଭୟ କାହିଁକି ବିବାହ ଭାଙ୍ଗିଛନ୍ତି ବୋଲି ମଧୁ ଚୋପ୍ରା ପ୍ରକାଶ କରି ନାହାଁନ୍ତି।

Also Read: ରାତି ଅଧରେ Janhvi Kapoor ସେୟାର କଲେ Topless Photo

ବିବାହ ଭାଙ୍ଗିବା ପରେ ଇଶିତା କୁମାର ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖିଥିଲେ। ଯେଉଁଥିରେ ଇଶିତା କ୍ୟାପସନରେ ଲେଖିଛନ୍ତି, 'ଲଣ୍ଡନରେ ଫେରି, କାର୍ଯ୍ୟ ଉପରେ ଧ୍ୟାନ ଦେବାର ସମୟ।' ଅନ୍ୟ ଏକ ପୋଷ୍ଟରେ ଇଶିତା ଲେଖିଛନ୍ତି, 'ନୂତନ ଜୀବନ ଆରମ୍ଭକୁ ଚିଅର। ଏହି ଯାତ୍ରାର ଏକ ସୁନ୍ଦର ଅନ୍ତ ପାଇଁ ମୁଁ ପ୍ରେମ ସହିତ ବିଦାୟ ଦେବାକୁ ଚାହୁଁଛି।' ବିବାହ ଭାଙ୍ଗିବା ପରେ ଇଶିତା, ସିଦ୍ଧାର୍ଥଙ୍କ ସହ ସମସ୍ତ ସମ୍ପର୍କ ତୁଟାଇ ସୋସିଆଲ ମିଡିଆରୁ ସମସ୍ତ ଫଟୋ ଡିଲିଟ୍ କରିଥିଲେ।