ଭୁବନେଶ୍ୱରରେ ଭାଙ୍ଗିବ ବିଶ୍ୱ ରେକର୍ଡ, ନୂଆ କୀର୍ତ୍ତିମାନ ପାଇଁ ପ୍ରସ୍ତୁତ କର୍ମବୀର
Advertisement

ଭୁବନେଶ୍ୱରରେ ଭାଙ୍ଗିବ ବିଶ୍ୱ ରେକର୍ଡ, ନୂଆ କୀର୍ତ୍ତିମାନ ପାଇଁ ପ୍ରସ୍ତୁତ କର୍ମବୀର

କଳାହାଣ୍ଡି ଜିଲ୍ଲା ଦେପୁର୍ ଗ୍ରାମ ବାସିନ୍ଦା ତଥା ପଞ୍ଚମ୍ୟାନ ସତ୍ୟପୀର ପଧାନ (Satyapira Padhan) ପୂର୍ବରୁ ୨୦୧୭ରେ ଗୋଟିଏ ଏବଂ ୨୦୧୮ରେ ଦୁଇଟି ଗିନିଜ ବିଶ୍ଵ ରେକର୍ଡ ସ୍ଥାପନା କରିସାରିଛନ୍ତି।

ଡିଜାଇନ ଫଟୋ

 

ଭୁବନେଶ୍ୱର: ଆଉ ଏକ ବିଶ୍ୱ ରେକର୍ଡ ପାଇଁ ପ୍ରସ୍ତୁତ ଭାରତର ପଞ୍ଚମ୍ୟାନ ଭାବରେ ସୁପରିଚିତ ସତ୍ୟପୀର ପଧାନ। ବର୍ତ୍ତମାନ ସ୍ଲୋଭାକିଆର ପ୍ରସିଦ୍ଧ ମୁଷ୍ଟିଯୋଦ୍ଧା ପାଭେଲ୍ ରୁଷୋଭଙ୍କର ଗିନିଜ ବିଶ୍ଵ ରେକର୍ଡ ଭାଙ୍ଗି ଭାରତର ନାମରେ ପ୍ରସିଦ୍ଧି ଆଣିବାକୁ ଯାଉଛନ୍ତି। ଆସନ୍ତା  ୨୩ ତାରିଖରେ ଭୁନେଶ୍ଵରଠାରେ ଅନୁଷ୍ଠିତ ହେବାକୁଥିବା ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସତ୍ୟପୀର ପଧାନ ଅଂଶ ଗ୍ରହଣ କରିବେ।

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା ଦେପୁର୍ ଗ୍ରାମ ବାସିନ୍ଦା ତଥା ପଞ୍ଚମ୍ୟାନ ସତ୍ୟପୀର ପଧାନ (Satyapira Padhan) ପୂର୍ବରୁ ୨୦୧୭ରେ ଗୋଟିଏ ଏବଂ ୨୦୧୮ରେ ଦୁଇଟି ଗିନିଜ ବିଶ୍ଵ ରେକର୍ଡ ସ୍ଥାପନା କରିସାରିଛନ୍ତି। ଏହି କିର୍ତ୍ତୀମାନ୍ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟଙ୍କ ଦ୍ଵାରା ସମ୍ମାନିତ ମଧ୍ୟ ହୋଇଛନ୍ତି। ପୂର୍ବରୁ କରିଥିବା ଦୁଇଟି ବିଶ୍ୱ ରେକର୍ଡ ମୁଷ୍ଟି ପ୍ରଘାତରେ ହୋଇଥିବାରୁ ପଞ୍ଚମ୍ୟାନ୍ ଭାବରେ ସୁନାମ ଅର୍ଜନ କରି ସେ ଦେଶର ଯୁବକ ଯୁବତୀଙ୍କୁ ପ୍ରେରଣା ଦେଉଛନ୍ତି।

Also Read: Odisha FCରେ ନୂତନ ସୂର୍ଯ୍ୟୋଦୟ

ଭୁବନେଶ୍ୱର (Bhubaneswar) ରେ ହେବାକୁଥିବା କାର୍ଯ୍ୟକ୍ରମ ପାଇଁ ସତ୍ୟପୀର ପଧାନ, ଗିନିଜ ରେକର୍ଡକୁ ଆବେଦନ କରିଥିଲେ। ଗତ ୭ ତାରିଖରେ ଏଥିପାଇଁ ଅନୁମତି ମଧ୍ୟ ପାଇଥିଲେ। ବର୍ତ୍ତମାନ ସେ ଦୁଇ ହାତରେ ସର୍ବାଧିକ ମୁଷ୍ଟି ପ୍ରଘାତ କରି ବିଶ୍ଵ ରେକର୍ଡ (guinness book of world record) କରିବା ପାଇଁ ପ୍ରୟାସ କରିବେ। ଉକ୍ତ କାର୍ଯ୍ୟକ୍ରମରେ ଏକ୍ସପର୍ଟ ୱିଟନେଶ ଭାବରେ ସୁଧୀର ଚନ୍ଦ୍ର ଛତ୍ରିଆ, ପଞ୍ଚ ପ୍ୟାଡ୍ କିପର୍ ଭାବରେ ସୁଜ୍ଞାନ କେଶରୀ ପ୍ରଧାନ ଏବଂ ଟାଇମ କିପର୍ ଭାବରେ କ୍ରୀଡାବିତ୍ ସସ୍ମିତା ରାଉତରାଏ ଓ ଗଜେନ୍ଦ୍ର ବାରିକ ଦାୟିତ୍ଵ ତୁଲାଇବେ।

ସତ୍ୟପୀର ସାମରିକ କଳାରେ ରୁଚି ରଖିବା ସହିତ ଭୌତିକ ଚିକିତ୍ସା ବିଜ୍ଞାନରେ (ସ୍ନାୟୁରୋଗ) ଉତ୍କଳ ବିଶ୍ୱବଦ୍ୟାଳୟରୁ ସ୍ନାତକୋତ୍ତର ଉପାଧି ହାସଲ କରିସାରିଛନ୍ତି। ପୂର୍ବରୁ ସତ୍ୟପୀର ପଧାନ ତାଙ୍କର ବିଭିନ୍ନ କୀର୍ତ୍ତି ପାଇଁ ଦେଶ ତଥା ଦେଶ ବାହାରେ ଅନେକ ସମ୍ମାନରେ ସମ୍ମାନିତ ହୋଇ ସାରିଛନ୍ତି। ତାଙ୍କ ପ୍ରେରଣାରେ ଓଡ଼ିଶା ଏବଂ ରାଜସ୍ଥାନର ଦଶରୁ ଊର୍ଦ୍ଧ୍ବ ଯୁବକ ଯୁବତୀ ବିଶ୍ଵ କୀର୍ତ୍ତିମାନ୍ ସ୍ଥାପନ କରିଛନ୍ତି। ଏହିପରି ପ୍ରେରଣାଦାୟୀ କାର୍ଯ୍ୟ ପାଇଁ ସତ୍ୟପୀରଙ୍କୁ ମିଳିତ ଜାତସଂଘ (U.N) ତରଫରୁ ଦିଲ୍ଲୀ IIT ଠାରେ କର୍ମବୀର ପୁରସ୍କାରରେ ସମ୍ମାନୀତ କରାଯାଇଛି।