ସିଙ୍ଗର ଗୁରୁ ରନ୍ଧୱାଙ୍କ ରକ୍ତ ଜୁଡୁବୁଡୁ ଫଟୋ ଦେଖି ଚିନ୍ତାରେ ଫ୍ୟାନ୍ସ !
Advertisement
Article Detail0/zeeodisha/odisha837369

ସିଙ୍ଗର ଗୁରୁ ରନ୍ଧୱାଙ୍କ ରକ୍ତ ଜୁଡୁବୁଡୁ ଫଟୋ ଦେଖି ଚିନ୍ତାରେ ଫ୍ୟାନ୍ସ !

କଣ୍ଠଶିଳ୍ପୀ ଗୁରୁ ରନ୍ଧୱାଙ୍କୁ ନେଇ ତାଙ୍କ ଫ୍ୟାନ୍ସ ବହୁ ଚିନ୍ତାରେ ରହିଛନ୍ତି । କଣ୍ଠଶିଳ୍ପୀ ନିଜର ଏକ ଫଟୋ ଟ୍ୱିଟରରେ ସେୟାର କରିଛନ୍ତି । ଏଥିରେ ତାଙ୍କ ମୁହଁରୁ ରକ୍ତ ଝରୁଥିବା ଦେଖିବାକୁ ମିଳିଛି !

ସିଙ୍ଗର ଗୁରୁ ରନ୍ଧୱାଙ୍କ ରକ୍ତ ଜୁଡୁବୁଡୁ ଫଟୋ ଦେଖି ଚିନ୍ତାରେ ଫ୍ୟାନ୍ସ !

ନୂଆଦିଲ୍ଲୀ: ଖୁବ କମ ଦିନରେ ଫେମସ ହୋଇଥିବା ପଞ୍ଜାବୀ ସିଙ୍ଗର ଓ ଅଭିନେତା ଗୁରୁ ରନ୍ଧୱାଙ୍କୁ ନେଇ ଏବେ ଜୋରଦାର ଚର୍ଚ୍ଚା । କମ ଦିନରେ ଫ୍ୟାନ୍ସଙ୍କୁ ଦିୱାନା କରିଛି ତାଙ୍କ ଗୀତ । ଏହାରି ମଧ୍ୟରେ ତାଙ୍କର ଅନେକ ଫ୍ୟାନ ଫଲୋଅର୍ସ ବଢିଥିବା ବେଳେ ସିଙ୍ଗର ରନ୍ଧୱା ମଧ୍ୟ ଅନେକ ସମୟରେ ସୋସିଆଲ ମିଡିଆର ଚର୍ଚ୍ଚାରେ ରହିଥାନ୍ତି । ହେଲେ ଏବେ କଣ୍ଠଶିଳ୍ପୀ ଗୁରୁ ରନ୍ଧୱାଙ୍କୁ ନେଇ ତାଙ୍କ ଫ୍ୟାନ୍ସ ବହୁ ଚିନ୍ତାରେ ରହିଛନ୍ତି । କଣ୍ଠଶିଳ୍ପୀ ନିଜର ଏକ ଫଟୋ ଟ୍ୱିଟରରେ ସେୟାର କରିଛନ୍ତି । ଯାହାକୁ ନେଇ ତାଙ୍କ ଫ୍ୟାନ୍ସ ବହୁ ଚିନ୍ତାରେ ଯେ, ଗୁରୁ ରନ୍ଧୱାଙ୍କ ଅବସ୍ଥା ଏମିତି କେମିତି ହେଲା ।
 
କଣ୍ଠଶିଳ୍ପୀ ଗୁରୁ ରନ୍ଧୱା (Singer Guru Randhawa) ଙ୍କ ଫଟୋରେ ଦେଖାଯାଇଛି ଯେ, ତାଙ୍କ ନାକରୁ ରକ୍ତ (Blood) ବାହାରୁଛି । ପ୍ରକୃତରେ କଣ୍ଠଶିଳ୍ପୀ ରନ୍ଧୱା ଯେଉଁ ଫଟୋଟି ସେୟାର କରିଛନ୍ତି ସେଥିରେ ତାଙ୍କ ନାକରୁ ଅନବରତ ରକ୍ତ ବାହାରିବାରେ ଲାଗିଛି । ଏହି ଫଟୋଟି ଦେଖିବା ପରେ ତାଙ୍କ ଫ୍ୟାନ୍ସ ଏବେ ବହୁ ଚିନ୍ତାରେ ଯେ, ପ୍ରକୃତରେ କଣ୍ଠଶିଳ୍ପୀଙ୍କ ଏମିତି ଅବସ୍ଥା କେମିତି ହେଲା । ଶେଷରେ ଏହି ଫଟୋରେ ସେ ଲେଖିଛନ୍ତି ଯେ, ନାକରୁ ରକ୍ତ ବାହାରିବାର କାରଣ ହେଉଛି କାଶ୍ମୀର (Kashmir)ରେ ଯେଉଁଭଳି ହାଡ଼ ଭଙ୍ଗା ଥଣ୍ଡା ହେଉଛି ସେଥିପାଇଁ ଥଣ୍ଡା ସହ୍ୟ କରିନପାରି ଏମିତି ରକ୍ତ ବାହାରିଥିବା କହିଛନ୍ତି । ଏହି ଫଟୋଟି ସେହି ସମୟର ଯେତେବେଳେ ସେ ସୁଟିଂ ପାଇଁ କାଶ୍ମୀର ଯାଇଥିଲେ ଏବଂ ସେତେବେଳେ ସେଠାକାର ତାପମାତ୍ରା ମାଇନସ ୯ ଡିଗ୍ରୀ (Minus 9 Degree) ରହିଥିଲା ।

Also Read: Oscar ରେସରେ ତାମିଲ ଫିଲ୍ମ 'Soorarai Pottru'

ଏହି ଫଟୋକୁ ଟ୍ୱିଟର (Twitter) ରେ ସେୟାର କରିବା ପରେ କଣ୍ଠଶିଳ୍ପୀ ଗୁରୁ ରନ୍ଧୱା ଲେଖିଛନ୍ତି ଯେ, ମାଇନସ ୯ ଡିଗ୍ରୀର ହାଡ ଭଙ୍ଗା ଥଣ୍ଡାରେ ସୁଟିଂ (Shooting) କରିବା ଅତ୍ୟନ୍ତ କଷ୍ଟକର ରହିଥିଲା । ମାତ୍ର କଠିନ ପରିଶ୍ରମ କରିବା ପରେ ଅନେକ ସଫଳତା ମିଳିଥିବା ମଧ୍ୟ କହିଛନ୍ତି ରନ୍ଧୱା । ପୁରା ଟିମ କାଶ୍ମୀରର ଏମିତି ଥଣ୍ଡାରେ ବହୁତ ଭଲ କାମ କରିଛନ୍ତି । ତେବେ ଏହି ଗୀତର ଟିଜର ଖୁବଶୀଘ୍ର ଟି-ସିରିଜ୍ (T-series) ରେ ରିଲିଜ ହେବାକୁ ଯାଉଛି ।

Also Read: ଡ୍ରାମା କ୍ୱିନ ରାକ୍ଷୀଙ୍କ ଡ୍ରାମା: ସାମ୍ପୁ କଣ୍ଡିସନର ଲଗାଇ ଗାଧୋଇଦେଲେ ବିଗ୍ ବସ କଣ୍ଟେନଷ୍ଟେଣ୍ଟ

ସୂଚନାଯୋଗ୍ଯ, ଅଭିନେତ୍ରୀ ସଞ୍ଜନା ସାଙ୍ଘୀଙ୍କ ସହ କଣ୍ଠଶିଳ୍ପୀ ଗୁରୁ ରନ୍ଧୱାଙ୍କ ଏକ ଗୀତ ମେହେନ୍ଦି ବାଲେ ହାଥ୍ (Mehendi wale Haath) ସୋସିଆଲ ମିଡିଆ (Social Media)ରେ ଖୁବ ଭଲ ରେସପନ୍ସ ପାଇଛି । ଏହି ଗୀତକୁ ୨ ସପ୍ତାହ ମଧ୍ୟରେ ୪୭ ମିଲିୟନରୁ ଅଧିକ ଭ୍ୟୁ ମିଳିସାରିଛି ।

;