ସୀମା ଲଙ୍ଘିଲେ ପୁରୀ ପୋଲିସ! ବହପ ଦେଖାଇବା ପାଇଁ ମହାବାହୁଙ୍କୁ ଅପମାନ
Advertisement

ସୀମା ଲଙ୍ଘିଲେ ପୁରୀ ପୋଲିସ! ବହପ ଦେଖାଇବା ପାଇଁ ମହାବାହୁଙ୍କୁ ଅପମାନ

କୋଭିଡ୍ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ଲାଗି ବନ୍ଦ ରହିଛି। ବାହାରେ ଓ ଭିତରେ ପୋଲିସ ଜଗୁଆଳି ସାଜିଛନ୍ତି। ଏମିତିକି ମନ୍ଦିର ପରିସରକୁ ଗାଡି ଘୋଡା ପ୍ରବେଶ ନିଷିଦ୍ଧ ରହିଛି। ହେଲେ ଆଶ୍ଚର୍ଯ୍ୟର କଥା ଗୁରୁବାର ଜଣେ ପୋଲିସ ବାବୁଙ୍କ ପାଇଁ ଖୋଲି ଗଲା ଶ୍ରୀଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର। 

ଫାଇଲ ଫଟୋ

ପୁରୀ: ସୀମା ସର୍ହଦ ଡେଇଁବାକୁ ପଛାଉନାହାଁନ୍ତି ପୁରୀ ପୋଲିସ। କେତେବେଳେ କୋଭିଡ୍ ମହାମାରୀ ସମୟରେ ବେଆଇନ ଭାବେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କୁ ପୁରାଇ ତ ଆଉ କେତେବେଳେ  ଭକ୍ତଙ୍କୁ ଦୁର୍ବ୍ୟବହାର କରି ଚର୍ଚ୍ଚାକୁ ଆସୁଛନ୍ତି। ହେଲେ ଏବେ ଆଉ ଏକ ଦୃଶ୍ୟ ପୋଲିସ ବାବୁଙ୍କ ଅସଲି ଚେହେରା ପଦାରେ ପକାଇଛି। 

କୋଭିଡ୍ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ଲାଗି ବନ୍ଦ ରହିଛି। ବାହାରେ ଓ ଭିତରେ ପୋଲିସ ଜଗୁଆଳି ସାଜିଛନ୍ତି। ଏମିତିକି ମନ୍ଦିର ପରିସରକୁ ଗାଡି ଘୋଡା ପ୍ରବେଶ ନିଷିଦ୍ଧ ରହିଛି। ହେଲେ ଆଶ୍ଚର୍ଯ୍ୟର କଥା ଗୁରୁବାର ଜଣେ ପୋଲିସ ବାବୁଙ୍କ ପାଇଁ ଖୋଲି ଗଲା ଶ୍ରୀଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର। ପୋଲିସ ବାବୁ ଜଣଙ୍କ ନିଜେ ମଟରସାଇକେଲ ଚଳାଇ ସିଂହଦ୍ୱାର ଗୁମୁଟ ଦେଇ ମନ୍ଦିରକୁ ପ୍ରବେଶ କରିଥିଲେ। ଏହାର ଅବିକଳ ଦୃଶ୍ଯ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। 

Also Read: ବ୍ଲାକ ପଲସର ଆତଙ୍କ! ବ୍ୟକ୍ତିଙ୍କଠାରୁ ୪୫ ହଜାର ଟଙ୍କା ଲୁଟି ନେଲେ ଦୁବୃର୍ତ୍ତ, CCTV ରେ କଏଦ ହେଲା

ସୋସିଆଲ ମିଡିଆରେ ଜଗନ୍ନାଥପ୍ରେମୀମାନେ ସଂପୃକ୍ତ ପୋଲିସ ବାବୁଙ୍କ ଏଭଳି କାର୍ଯ୍ଯକୁ ନିନ୍ଦା କରୁଥିବା ନଜରକୁ ଆସିଛି। ସେପଟେ ଯେଉଁ ଦ୍ୱାର ଦେଇ ମହାପ୍ରଭୁ ଆଡପମଣ୍ଡପକୁ ବିଜେ କରିଥାନ୍ତି ସେହି ଦ୍ୱାର ଦେଇ ମଟରସାଇକେଲରେ ଚଢି ମନ୍ଦିରକୁ ପ୍ରବେଶ କରିବାକୁ ଏହି ପୋଲିସ ବାବୁଙ୍କୁ ଅନୁମତି କିଏ ଦେଲା ବୋଲି ପ୍ରଶ୍ନ ଉଠିଛି। 

ଜଗତବ୍ରହ୍ମାଣ୍ଡନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ତିନିରଥ ବାହାରେ ଲାଗିଥାଏ। ଆଉ ନିଜେ ମହାପ୍ରଭୁ ନିଜ ପାଦରେ ପହଣ୍ଡି ହୋଇ ଚାଲିଚାଲି ସିଂହଦ୍ଵାର ଦେଇ ମନ୍ଦିରକୁ ପ୍ରବେଶ କରିଥାନ୍ତି। ମାତ୍ର ପୋଲିସ ବାବୁଙ୍କ ଏଭଳି କାର୍ଯ୍ଯ ଜଗନ୍ନାଥ ପ୍ରେମୀଙ୍କୁ ଯେ କେବଳ ଆଘାତ ଦେଇଛି ତାହା ନୁହେଁ ମହାପ୍ରଭୁଙ୍କ ପ୍ରତି ଅସମ୍ମାନ ମଧ୍ୟ କରାଯାଇଛି। ତେବେ ପୁରୀ ଏସପି ସଂପୃକ୍ତ ପୋଲିସ ବାବୁଙ୍କ ଉପରେ କଠୋର କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।