• କୋରାପୁଟରେ ଭୁଷୁଡ଼ୁଛି କଂଗ୍ରେସର ଗଡ଼
  • ଚନ୍ଦ୍ରଶେଖର ମାଝିଙ୍କ ପରେ ବିଜେଡିରେ ସାମିଲ ହେଲେ କୈଳାଶ କୁଲେସିକା
  • ମମିତା ମୃତ୍ୟୁ ମାମଲା: ନବୀନ ନିବାସ ଆଗରେ ଯୁବ କଂଗ୍ରେସର କଳାପତାକା ପ୍ରଦର୍ଶନ
  • ମମିତା ମେହେର ଅପହରଣ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ
  • ଗୋବିନ୍ଦ ସାହୁର ଆତ୍ମସମର୍ପଣ ଓ ସ୍ୱୀକାରୋକ୍ତି ପରେ ନିଜେ ହତ୍ୟା କରିଥିବା ନେଇ ସ୍ପଷ୍ଟ
  • କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବାସଭବନକୁ ଅଣ୍ଡା ମାଡ
  • ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଭବାନୀପାଟଣା ସ୍ଥିତ ବାସଭବନକୁ ଅଣ୍ଡା ମାଡ
  • ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁ ମାମଲା
  • ଆଉ ୨ଜଣଙ୍କୁ ଅଟକ ରଖିଲା ପୋଲିସ
  • କଲେଜ ଅଧ୍ୟକ୍ଷ, ଜେସିବି ଡ୍ରାଇଭର ଓ ୱାଚ୍ ମ୍ୟାନ୍ ଅଟକ

Pornography Case: ରାଜ କୁନ୍ଦ୍ରାଙ୍କ ଗିରଫଦାରୀ ପରେ ଚର୍ଚ୍ଚାରେ ଏହି ୫ ମଡେଲ୍

ରାଜ କୁନ୍ଦ୍ରାଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲୁଛି। ରାଜ କୁନ୍ଦ୍ରା ଏକ ଆପ୍ଲିକେନସ ମାଧ୍ୟମରେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ସେମାନଙ୍କ ବ୍ୟବସାୟ କରୁଥିବା ଅଭିଯୋଗ ହୋଇଛି।

Pornography Case: ରାଜ କୁନ୍ଦ୍ରାଙ୍କ ଗିରଫଦାରୀ ପରେ ଚର୍ଚ୍ଚାରେ ଏହି ୫ ମଡେଲ୍
ଡିଜାଇନ ଫଟୋ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରାଙ୍କ ସ୍ୱାମୀ ଗିରଫ ହେବା ପରେ କିଛି ମଡେଲଙ୍କ ଉପରେ ଆଲୋଚନା ଚାଲିଛି। ଏହି ମାମଲାରେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ନିଜର ମତ ଦେଇଛନ୍ତି, କିନ୍ତୁ ରାଜ କୁନ୍ଦ୍ରାଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲୁଛି। ରାଜ କୁନ୍ଦ୍ରା ଏକ ଆପ୍ଲିକେନସ ମାଧ୍ୟମରେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ସେମାନଙ୍କ ବ୍ୟବସାୟ କରୁଥିବା ଅଭିଯୋଗ ହୋଇଛି। 

ପୁନମ୍ ପାଣ୍ଡେ

ପୁନମ୍ ପାଣ୍ଡେଙ୍କର ଏକ ଭିଡିଓ ଅତୀତରେ ପ୍ରକାଶ ପାଇଥିଲା ଯେଉଁଥିରେ ସେ ଅନେକ ଖୁଲାସା କରିଥିଲେ। ପୁନମ ପାଣ୍ଡେ  (Poonam Pandey) ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ଆପ୍ଲିକେସନକୁ ରାଜ କୁନ୍ଦ୍ରାଙ୍କ କମ୍ପାନୀ ତଦାରଖ କରୁଛି। ତାଙ୍କୁ ଧମକ ଦିଆଯାଇଥିଲା ଏବଂ ଏକ ଚୁକ୍ତିନାମା ସ୍ୱାକ୍ଷର କରାଯାଇଥିଲା ଯାହା ଅନୁଯାୟୀ ତାଙ୍କୁ ତାଙ୍କ ଇଚ୍ଛା ଅନୁଯାୟୀ ସୁଟିଂ କିରାବା, ପୋଜ୍ ଦେବା ଏବଂ ଏକ ନିର୍ଦ୍ଦିଷ୍ଟ ଲୁକରେ ଦେଖିବା ପଡିବ। ଅନ୍ୟଥା, ସେମାନେ ସେମାନଙ୍କର ବ୍ୟକ୍ତିଗତ ଜିନିଷ ଲିକ୍ କରିବେ।

ଗେହେନା ବଶିଷ୍ଟ

OTT ରେ ଉପଲବ୍ଧ ଥିବା ଅତି ବୋଲ୍ଡ ୱେବ୍ ସିରିଜ୍, ମୁଖ୍ୟ ଅଭିନେତ୍ରୀ ଗେହେନା ବଶିଷ୍ଟ (Gehana Vasisth) ଏହି ମାମଲା ଆରମ୍ଭରୁ ରାଜ କୁନ୍ଦ୍ରା (Raj Kundra) ଙ୍କ ସମର୍ଥନରେ ନଜର ଆସିଛନ୍ତି। ରାଜଙ୍କୁ ସମର୍ଥନ କରି ସେ କହିଛନ୍ତି ଯେ, ଯେଉଁ ଭିଡିଓଗୁଡ଼ିକ ବିଷୟରେ କୁହାଯାଉଛି ତାହା ଅତ୍ୟନ୍ତ ବୋଲ୍ଡ ବିଷୟବସ୍ତୁ ବର୍ଗରେ ଅଛି। କିନ୍ତୁ ସେହି ଚଳଚ୍ଚିତ୍ରଗୁଡ଼ିକୁ ଅଶ୍ଳୀଳତା ବର୍ଗରେ ରଖାଯାଇପାରିବ ନାହିଁ। ଏହି ମାମଲାରେ ଗେହେନା ପୂର୍ବରୁ ୫ ମାସ ଜେଲରେ କାଟିଛନ୍ତି।

ଶେର୍ଲିନ୍ ଚୋପ୍ରା 

ପ୍ଲେବୟ ମାଗାଜିନର କଭର୍ ଗାର୍ଲ ଥିବା ଶେର୍ଲିନ୍ ଚୋପ୍ରା (Sherlyn Chopra) ମଧ୍ୟ ଏକ ଭିଡିଓ ରିଲିଜ୍ କରି ଏହି ଘଟଣାରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।  ଭିଡିଓରେ ଶେର୍ଲିନ୍ କହିଛନ୍ତି ଯେ, ସେ ମହାରାଷ୍ଟ୍ରର ସାଇବର ସେଲ୍କୁ ନିଜର ବିବୃତ୍ତି ଦେଇଛନ୍ତି। ଉକ୍ତ ଭିଡିଓରେ ଶେର୍ଲିନ୍, ପୁନମ୍ ପାଣ୍ଡେଙ୍କୁ ଟାର୍ଗେଟ କରି କହିଥିଲେ ଯେ, ମାମଲା ଖୋଲିବା ପରେ ସେ କୁଆଡେ ପଳାଇ ନାହାଁନ୍ତି।

ସାଗରିକା ଶୋନା ସୁମନ 

ସାଗରିକା (Sagrika shona suman) ଙ୍କ ନାମ ଯେତେବେଳେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ରାଜ କୁନ୍ଦ୍ରା ତାଙ୍କୁ ଏକ ନଗ୍ନ ଅଡିସନ ମାଗିଥିଲେ ବୋଲି ସେ ଅଭିଯୋଗ କରିଥିଲେ। ସାଗରିକା ଏକ ଭିଡିଓରେ କହିଛନ୍ତି ଯେ, ତାଙ୍କୁ ଏକ ୱେବ୍ ସିରିଜ୍ ପାଇଁ ଭିଡିଓ କଲ୍ ମାଧ୍ୟମରେ ଅଡିସନ କରିବାକୁ କୁହାଯାଇଛି। ତାଙ୍କଠାରୁ ତିନି ଜଣ ନଗ୍ନ ଅଡିସନ ମାଗିଥିଲେ, ସେମାନଙ୍କ ମଧ୍ୟରେ ରାଜ କୁନ୍ଦ୍ରା ମଧ୍ୟ ଥିଲେ।

ପୁନିତ କୌର

ଅନ୍ୟ ସମସ୍ତ ମଡେଲ ପରି, ୟୁ ଟ୍ୟୁବର୍ ପୁନିତ କୌର (Puneet Kaur) ମଧ୍ୟ ପ୍ରକାଶ କରିଛନ୍ତି ଯେ ରାଜ କୁନ୍ଦ୍ରା ତାଙଅକ ମୋବାଇଲ୍ ଆପ୍ ହଟ୍‌ସଟ୍‌ରେ କାମ କରିବାକୁ ତାଙ୍କୁ ସମ୍ପର୍କ କରିଥିଲେ।